‘ଟାଓ୍ଵାର ଅଫ ଲଣ୍ଡନ’ ପ୍ରଦର୍ଶନୀରେ ରଖାଯିବ କୋହିନୁର ହୀରା : ବିଶ୍ୱ ଜାଣିବ ଏହାର ଇତିହାସ

ଏହି ପ୍ରଦର୍ଶନୀରେ କୋହିନୁର ହୀରାର ସମସ୍ତ ଇତିହାସ ସମ୍ବନ୍ଧରେ ବର୍ଣ୍ଣନା କରାଯିବା ନେଇ ଯୋଜନା ରହିଛି । ଏହି ହୀରା ନୂତନ ଜ୍ୱେଲ ହାଉସ ଅର୍ଥାତ ଅଳଙ୍କାର ଘର ପ୍ରଦର୍ଶନୀର ଅଂଶ ହେବ ଏବଂ ଏହା ସହିତ ଏକ ଭିଡିଓ ପ୍ରଦର୍ଶିତ ହେବ ଯେଉଁଥିରେ ବିଶ୍ୱରେ ହୀରାର ଯାତ୍ରା ସମ୍ପର୍କରେ କୁହାଯିବ ।

(କେନ୍ୟୁଜ ବ୍ୟୁରୋ): ବିଶ୍ୱ ପ୍ରସିଦ୍ଧ କୋହିନୁର ହୀରା କୁ କିଏ ବା ନ ଜାଣେ । କୋହିନୁର ହୀରା ର ସାମାନ୍ୟ ଝଲକ ପାଇଁ ଲୋକେ ଅନାଇ ବସିଥାନ୍ତି । ତେବେ ଏହି କୋହିନୁର ହୀରା ବିଜୟ ପ୍ରତୀକ ଭାବେ ‘ଟାଓ୍ଵାର ଅଫ ଲଣ୍ଡନ’ ରେ ହେବାକୁ ଥିବା ଏକ ନୂଆ ପ୍ରଦର୍ଶନୀରେ ରଖାଯିବ । ଏହି ପ୍ରଦର୍ଶନୀରେ କୋହିନୁର ହୀରାର ସମସ୍ତ ଇତିହାସ ସମ୍ବନ୍ଧରେ ବର୍ଣ୍ଣନା କରାଯିବା ନେଇ ଯୋଜନା ରହିଛି । ଏହି ହୀରା ନୂତନ ଜ୍ୱେଲ ହାଉସ ଅର୍ଥାତ ଅଳଙ୍କାର ଘର ପ୍ରଦର୍ଶନୀର ଅଂଶ ହେବ ଏବଂ ଏହା ସହିତ ଏକ ଭିଡିଓ ପ୍ରଦର୍ଶିତ ହେବ ଯେଉଁଥିରେ ବିଶ୍ୱରେ ହୀରାର ଯାତ୍ରା ସମ୍ପର୍କରେ କୁହାଯିବ ।

ପ୍ରଦର୍ଶନୀରେ କୋହିନୁର ହୀରାର ସମ୍ପୂର୍ଣ୍ଣ ଯାତ୍ରା ଦର୍ଶାଯିବ, ଯେଉଁଥିରେ ହୀରାର ସମସ୍ତ ମାଲିକଙ୍କ ସମ୍ପର୍କରେ କୁହାଯିବ । ଏହି ହୀରା ମୋଗଲ ସମ୍ରାଟ, ଇରାନର ଶାହା, ଆଫଗାନିସ୍ଥାନର ଶାସକ ଏବଂ ଶିଖ ମହାରାଜାଙ୍କ ବିଜୟ ପ୍ରତୀକ ପାଲଟିଥିଲା । ବ୍ରିଟେନର ରାଜପ୍ରାସାଦ ପରିଚାଳନା କରୁଥିବା ସଂସ୍ଥାର ଜଣେ ସଦସ୍ୟ କହିଛନ୍ତି ଯେ, ନୂଆ ପ୍ରଦର୍ଶନୀରେ କୋହିନୁର ହୀରା ସମେତ ଅନେକ ଜିନିଷର ଉତ୍ପତ୍ତି ସମ୍ବନ୍ଧରେ ଅନୁସନ୍ଧାନ କରାଯାଇଛି ।

ସେ ଏହା ମଧ୍ୟ କହିଛନ୍ତି ଯେ, ଏହା ବିଜୟର ପ୍ରତୀକ ଭାବେ ନିଜର ଲମ୍ବା ଇତିହାସକୁ ସୂଚାଇଥାଏ, ଯାହା ମୋଗଲ ସମ୍ରାଟ, ଇରାନ ଶାହା, ଆଫଗାନିସ୍ତାନ ଶାସକ ଏବଂ ଶିଖ ମହାରାଜାଙ୍କ ବିଜୟ ପ୍ରତୀକ ଥିଲା । ଏହାକୁ ପ୍ରଦର୍ଶନୀରେ ରଖାଯିବା ପୂର୍ବରୁ ବିଶେଷଜ୍ଞ, ଶିକ୍ଷାବିତ ଏବଂ ସ୍ଥାନୀୟ ଲୋକଙ୍କ ଠାରୁ ପରାମର୍ଶ ନିଆଯାଇଛି । ଏହାକୁ ପ୍ରଦର୍ଶନୀରେ ରଖାଯିବାର ଉଦ୍ଦେଶ୍ୟ ଇତିହାସକୁ ସନ୍ତୁଳିତ ଭାବେ ଦର୍ଶାଇବା ।

ଏହି ହୀରା ଲେବଲରେ ଲେଖା ଅଛି ଯେ, ଲାହୋରର ୧୮୪୯ ଚୁକ୍ତି ଅନୁଯାୟୀ ୧୦ ବର୍ଷିୟ ମହାରାଜା ଦିଲ୍ଲିପ ସିଂ ପଞ୍ଜାବକୁ ନିୟନ୍ତ୍ରଣ କରିବା ସହିତ ଏହାକୁ ରାଣୀ ଭିକ୍ଟୋରିଆଙ୍କୁ ହସ୍ତାନ୍ତର କରିବାକୁ ବାଧ୍ୟ ହୋଇଥିଲେ । ଫ୍ରାନ୍ସ ଭାଷାରେ କୋହ-ଏ-ନୋର ର ଅର୍ଥ ‘ପ୍ରକାଶର ପର୍ବତ’ । ବ୍ରିଟେନର ନୂତନ ମହାରାଣୀ ଏବଂ ମହାରାଜା ଚାର୍ଲ୍ସ ତୃତୀୟଙ୍କ ପତ୍ନୀ କାମେଲା ରାଜ୍ୟାଭିଷେକ ସମୟରେ ଏହି କୋହିନୁର ହୀରା ଖଞ୍ଜିତ ମୁକୁଟ ପରିଧାନ କରିନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.