ସ୍ତ୍ରୀକୁ ଭିଡିଓ କଲ୍ କରି ଝୁଲିପଡିଲେ ସ୍ୱାମୀ, ପତ୍ନୀଙ୍କ ଅବୈଧ ସଂପର୍କକୁ ନେଇ ଚିନ୍ତାରେ ଥିଲେ
![suicide](https://knewsodisha.com/wp-content/uploads/2022/10/suicide-5.jpg)
ସ୍ତ୍ରୀକୁ ଭିଡିଓ କଲ୍ କରି ଝୁଲିପଡିଲେ ସ୍ୱାମୀ । ଏମିତି ଘଟଣା ଘଟିଛି କଲିକତାରେ । କଲିକତାରେ ବ୍ୟାଙ୍କରେ ଚାକିରି କରିଥିବା ୪୭ ବର୍ଷୀୟ ବ୍ୟକ୍ତି ନିଜ ସ୍ତ୍ରୀକୁ ଭିଡିଓ କଲ୍ କରି ଝୁଲିପଡିଛନ୍ତି । ପତ୍ନୀ ଅହମଦାବାଦରେ ରହୁଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।
ପୋଲିସ କହିବା ମୁତାବକ, କଲିକତାରେ ପୂର୍ବାଞ୍ଚଳ ମେନ ରୋଡରେ ରହୁଥିବା ପ୍ରସୂନ ବାନାର୍ଜୀ ଅହମଦାବାଦରେ ରହୁଥିବା ପତ୍ନୀ ଅପର୍ଣ୍ଣା ବାନାର୍ଜୀକୁ ଭିଡିଓ କଲ୍ କରି ସିଲିଂରେ ଏକ ନାଇଲନ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ । ସ୍ୱାମୀ ଆତ୍ମହତ୍ୟା କରୁଥିବା ବେଳେ ସ୍ତ୍ରୀ ଭିଡିଓ କଲ୍ରେ ରହିଥିଲେ । ତେବେ ଗର୍ଫା ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଆତ୍ମହତ୍ୟା କରୁଥିବା ବ୍ୟକ୍ତିଙ୍କୁ ଏମଆର ବାଙ୍ଗୁର ହସପିଟାଲରେ ଭର୍ତ୍ତି କରିଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ଜବତ କରିଛି । ତେବେ ତାଙ୍କ ପତ୍ନୀଙ୍କର ଅବୈଧ ସଂପର୍କ ଥିବା ନେଇ ବ୍ୟକ୍ତି ଜଣକ ଜାଣିବାକୁ ପାଇଥିଲେ। ତେଣୁ ସବୁବେଳେ ଷ୍ଟ୍ରେସରେ ରହୁଥିଲେ । ତେବେ ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ସେକ୍ସପିଅର ସେରନି ବ୍ରାଞ୍ଚରେ ଥିବା ଆଇଡିବିଆଇ ବ୍ୟାଙ୍କରେ ମ୍ୟାନେଜର ଭାବେ କାମ କରୁଥିଲେ । ତାଙ୍କର ଦୁଇଟି ଝିଅ ରହିଛନ୍ତି । ତେବେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।