କୋଲକତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା : ପହଞ୍ଚିଲା ସିବିଆଇ ଟିମ୍‌, ଅଭିଯୁକ୍ତ ସଂଜୟକୁ ହେପାଜତକୁ ନେଲା

କୋଲକତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ କ୍ରାଇମ ସ୍ପଟ ଯାଇ ଦାୟିତ୍ୱ ନେଇଛି ସିବିଆଇ । ସିବିଆଇର ସ୍ପେଶାଲ ଟିମ୍‌ ପଶ୍ଚିମବଙ୍ଗରେ ପହଞ୍ଚିଛି । ସିବିଆଇକୁ ତଦନ୍ତ ଦାୟିତ୍ବ ହସ୍ତାନ୍ତର କରିଛି ପୋଲିସ । ମାମଲାରେ ଜବତ ଜିନିଷପତ୍ର ସିବିଆଇକୁ ଦିଆଯାଇଛି । ଗତକାଲି ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋଲକତା ହାଇକୋର୍ଟ ।

ସିବିଆଇ ତଦନ୍ତ ପରେ ଫେଡେରେସନ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ- ଫୋର୍ଡା ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର କରିଥିବାବେଳେ ଫିମା ଓ ଅନ୍ୟ ସଙ୍ଗଠନର ଆନ୍ଦୋଳନ ଜାରି ରହିଛି । ସିବିଆଇ କେସ୍‌ ଡାଏରୀ ନିଜ ହାତକୁ ନେଇଥିବା ବେଳେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗରେ ଗିରଫ କରିଥିବା ଅଭିଯୁକ୍ତ ସଂଜୟକୁ ନିଜ ହେପାଜତକୁ ନେଇଛି । ସଂଜୟକୁ ସିବିଆଇ ଅଧିକାରୀ ପୋଲିସ ପଚରାଉଚରା କରୁଛି ।

ସୂଚନାଯୋଗ୍ୟ, କୋଲକତାର ଆରଜି କର ମେଡିକାଲ କଲେଜରେ ପିଜି କରୁଥିବା ମହିଳା ଡାକ୍ତରଙ୍କୁ ଅଗଷ୍ଟ ୮ ରାତିରେ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିଲା । ଅଗଷ୍ଟ ୯ ତାରିଖରେ ରେସିଡେଣ୍ଟ ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହ ମିଳିବାର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଥିଲା ।

ଏହାକୁ ନେଇ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ଆର.ଜି. କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କୋଲକତା ପୋଲିସ ପ୍ରଥମେ ସନ୍ଦେହ କରି ତାକୁ ଅଟକ ରଖିଥିଲା । ପରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଥିଲା । ପଚରାଉଚରା ବେଳେ ଅଭିଯୁକ୍ତ ସବୁ ସତ ମାନିଛି । ଅଭିଯୁକ୍ତ ସଞ୍ଜୟ ରାୟ ପୋଲିସ କଲ୍ୟାଣ ବୋର୍ଡର ସହାୟକ ଭାବେ କାର୍ଯ୍ୟ କରୁଥିଲା । ଅଭିଯୁକ୍ତର ମୋବାଇଲ ଫୋନ ଜବତ କରିଛି ପୋଲିସ । ଯେଉଁଥିରୁ ଅଶ୍ଲୀଳ ଭିଡିଓ ମିଳିଥିବା ସୂଚନା ମିଳିଛି ।

You might also like