ହାରିଯିବେ କି ମମତା ! ବିଜେପି ନେତା ପ୍ରଳୟ ପଲ୍‌ଙ୍କୁ ମାଗିଲେ ସହାୟତା, ଭାଇରାଲ ହେଉଛି ଅଡିଓ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଜାରି ରହିଛି। ଏହାରି ଭିତରେ ବିଜେପି ଏକ ନୂଆ ଅଡିଓ ଟେପ୍‌ ଜାରି କରିଛି। ଏହାଦ୍ୱାରା ଦାବି କରାଯାଉଛି କି, ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଅଧ୍ୟକ୍ଷ ମମତା ବାନାର୍ଜୀ ନନ୍ଦୀଗ୍ରାମ ଆସନରେ ବିଜୟ ହାସଲ ଲାଗି ବିଜେପିର ଜଣେ ବରିଷ୍ଠ ନେତାଙ୍କଠୁ ସହାୟତା ମାଗୁଛନ୍ତି। ଏଥିସହ ଟିଏମ୍‌ସିକୁ ଫେରି ଆସିବାକୁ ଅପିଲ ମଧ୍ୟ କରୁଛନ୍ତି।

ମମତାଙ୍କୁ ଘାରୁଛି ହାରିବାର ଡର

ଏହି ବାର୍ତ୍ତାଳାପ ମମତା ବାନାର୍ଜୀ ଓ ବିଜେପି ନେତା ପ୍ରଳୟ ପଲ୍‌ଙ୍କ ମଧ୍ୟରେ ଫୋନ୍‌ରେ ହୋଇଛି, ଯାହାକୁ ରେକର୍ଡ କରି ନିଆଯାଇଛି। ଏଥିରେ ମମତା ଗୁହାରି କରି ତାମଲୁକର ବିଜେପି ଜିଲା ଉପାଧ୍ୟକ୍ଷଙ୍କଠୁ ନିର୍ବାଚନ ଜିତିବା ପାଇଁ ସହାୟତା ମାଗୁଛନ୍ତି। ବିଜେପି ଏ ନେଇ ଟ୍ଵିଟ୍‌ କରି ଲେଖିଛି, ‘ମମତା ଦିଦି ଜିଲା ଭାଜପା ଉପାଧ୍ୟକ୍ଷଙ୍କୁ ଫୋନ୍‌ କରି ସାହାଯ୍ୟ ମାଗିଛନ୍ତି। ଏଥର ସେ ନନ୍ଦୀଗ୍ରାମରୁ ହାରିବା ନିଶ୍ଚୟ। ତାଙ୍କ ଡର ଫୋନ୍‌ କଲ୍‌ରେ ସ୍ପଷ୍ଟ ଦେଖାଯାଉଛି’। ବିଜେପି ଏହା ବି ଦାବି କରୁଛି ଯେ ବାର୍ତ୍ତାଳାପରେ ମମତା ସ୍ୱୀକାର କରିଛନ୍ତି କି, ନନ୍ଦୀଗ୍ରାମରେ ହୋଇଥିବା ହିଂସା ପଛରେ ଟିଏମ୍‌ସିର ଲୋକ ସାମିଲ ରହିଛନ୍ତି।

‘ବିଜେପି ସହିତ କରିବିନି ବିଶ୍ୱାସଘାତକ’

ଏପଟେ ପ୍ରଳୟ ପଲ୍‌ ବିଜେପି ସହିତ ବିଶ୍ୱାସଘାତକ କରିପାରିବେ ନାହିଁ ବୋଲି ସ୍ପଷ୍ଟ ମନା କରି ଦେଇଛନ୍ତି। ଭାଇରାଲ ଅଡିଓରେ ପଲ୍‌ କହୁଛନ୍ତି କି, ‘ମୁଁ ପ୍ରାଣ ଦେଇ ବି ପାର୍ଟି ସହିତ ରହିବି। ଆପଣ ଏତେ ବଡ଼ ନେତ୍ରୀ ହେବା ସତ୍ତ୍ୱେ ମୋତେ ଫୋନ୍‌ କରିଛନ୍ତି। ଏଥିପାଇଁ ବହୁତ ବହୁତ ଧନ୍ୟବାଦ’।

Leave A Reply

Your email address will not be published.