Kolkata Elections

ପଶ୍ଚିମବଙ୍ଗ ନିର୍ବାଚନ: ରେଡ୍‌ ଲାଇଟ୍‌ ଅଞ୍ଚଳ ସୋନାଗାଛିର ଯୌନକର୍ମୀ ଚାହୁଁଛନ୍ତି ମତାଧିକାର

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି। ଭୋଟ ହାତେଇବା ପାଇଁ ଦଳଗୁଡ଼ିକ ଯେପରି ପୂରା ଦମ୍‌ରେ ଲାଗିପଡ଼ିଛନ୍ତି, ସେପଟେ ଭୋଟରମାନେ ବି ସେମାନଙ୍କ ନେତା ବାଛିବା ପାଇଁ ତତ୍ପର ହୋଇଉଠିଛନ୍ତି। ବର୍ତ୍ତମାନ ଏସିଆର ସବୁଠାରୁ ବଡ଼ ରେଡ୍‌ ଲାଇଟ୍‌ ଏରିଆ ସୋନାଗାଛିର ଯୌନକର୍ମୀ ଚାହୁଁଛନ୍ତି ମତାଧିକାର। ମତଦାନ ଅଧିକାର ମିଳିବାକୁ ନେଇ ସେମାନଙ୍କ ମନରେ ଆଶା ସଞ୍ଚାର ହୋଇଛି। କିନ୍ତୁ ଏମାନଙ୍କ ପାଖରେ ନା ଅଛି ଭୋଟର ପରିଚୟ ପତ୍ର ନା ଅଛି ଅନ୍ୟାନ୍ୟ ଦସ୍ତାବିଜ୍‌।

ସ୍ଥାନୀୟ ଦରବାର ସମୁଦାୟର ମହାସଚିବ ପୁତୁଲ ସିଂ କହିଛନ୍ତି, ‘କୋଲକାତାରେ ବର୍ଷ ବର୍ଷ ଧରି ରହିବା ସତ୍ତ୍ୱେ ଆମେ ମତାଧିକାରରୁ ବଞ୍ଚିତ ଅଛୁ। ଆମକୁ ଭୋଟର ପରିଚୟ ପତ୍ର ସୁଦ୍ଧା ଜାରି କରାଯାଇନାହିଁ। ଆମେ ଆମ ମତ ବି ସାବ୍ୟସ୍ତ କରିପାରିବୁ ନାହିଁ।’ ତାଙ୍କ କହିବା ହେଲା, ଅନେକ ସଂଘର୍ଷ ତଥା ନିର୍ବାଚନ ଆୟୋଗ ଏବଂ ରାଜ୍ୟ ସରକାରଙ୍କୁ ଦେଖା କରିବା ପରେ ଆମ ଭିତରୁ କିଛି ଲୋକଙ୍କୁ ଭୋଟର ପରିଚୟ ପତ୍ର ମିଳିଛି। ତେବେ ସେମାନଙ୍କ ସହିତ ଏତେ ଭେଦଭାବ କାହିଁକି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ପୁତୁଲ ସିଂ କହିଛନ୍ତି, ଆମର ତିନୋଟି ଦାବି ରହିଛି। ପ୍ରଥମତଃ ସମସ୍ତ ଯୌନକର୍ମୀଙ୍କୁ ମତଦାନ ଅଧିକାର ଦିଆଯାଉ। ଦ୍ୱିତୀୟରେ ଯୌନକର୍ମୀମାନଙ୍କୁ ଅନ୍ୟ ନାଗରିକଙ୍କ ଭଳି ସମ୍ମାନ ମିଳୁ ଏବଂ ତୃତୀୟରେ ଚ୍ୟାରିଟି ଦାନ ନାଁରେ ଗୁଣ୍ଡାଗିରିରୁ ମୁକ୍ତ କରାଯାଉ। ସେ କହିଥିଲେ କି, ସମୁଦାୟ ତାଙ୍କୁ ହିଁ ଭୋଟ ଦେବ, ଯିଏ ସେମାନଙ୍କର ସମସ୍ତ ଦାବି ପୂରଣ କରିବ। ଅନ୍ୟ ଜଣେ ଯୌନକର୍ମୀ କହିଥିଲେ, ସୋନାଗାଚ୍ଛିର ବହୁତ ଲୋକଙ୍କ ପାଖରେ କୌଣସି ଦସ୍ତାବିଜ ନାହିଁ। ଏଥିପାଇଁ ଆମେ ମୌଳିକ ସୁବିଧା ତଥା ଭେଟ ଦେବା ଅଧିକାରରୁ ବଞ୍ଚିତ ରହିଛୁ।

Roshni

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

10 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

26 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

59 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago