ବାଂଲାଦେଶ ହାଇକମିଶନଙ୍କ କାର୍ଯ୍ୟାଳୟ ସାମ୍ନାରେ ଫାୟାରିଂ, ମହିଳାଙ୍କୁ ଗୁଳିମାରି ଶେଷରେ ଜୀବନ ହାରିଲେ ପୋଲିସ ବାବୁ
ନୂଆଦିଲ୍ଲୀ : କୋଲକତାରେ ଥିବା ବାଂଲାଦେଶ ହାଇକମିଶନଙ୍କ କାର୍ଯ୍ୟାଳୟ ଆଗରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଏଠାରେ ସୁରକ୍ଷା ଦାୟୀତ୍ୱରେ ଥିବା ଜଣେ ପୋଲିସ କର୍ମୀ ମୋଟର ସାଇକେଲରେ ଆସୁଥିବା ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହାସହ ଉକ୍ତ ପୋଲିସ କର୍ମୀଙ୍କ ଗୁଳିରେ ଅନ୍ୟ କେତେ ଜଣ ଆହତ ବି ହୋଇଛନ୍ତି ।
ସବୁଠାରୁ ବଡ଼ କଥା, ଘଟଣା ପରେ ପୋଲିସ୍ କର୍ମୀ ନିଜକୁ ନିଜେ ଗୁଳି କରି ଜୀବନ ହାରିଥିଲେ। ସୂଚନା ଅନୁସାରେ, ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି। ଏଥିସହିତ ପୋଲିସ ଟିମ୍ ସେଠାରେ ପହଞ୍ଚି ଆହତ ମାନଙ୍କୁ ମେଡିକାଲ ପଠାଇଛନ୍ତି ।
West Bengal | A woman biker died after one Police personnel fired bullets outside Bangladesh Deputy High Commission in Kolkata. The Police personnel then shot himself dead. Senior Police officials are present at the spot. Further details awaited. pic.twitter.com/6hLdV4LHBl
— ANI (@ANI) June 10, 2022
ସେପଟେ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ବ୍ୟକ୍ତିଙ୍କ ପରିଚୟ ମଧ୍ୟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । ତେବେ ହାଇକମିଶନ ପରିସର ଭିତରେ ଗୁଳିକାଣ୍ଡ ଘଟାଇବା ଭଳି ଘଟଣା କେଉଁ ଆତଙ୍କବାଦୀ ସଂଗଠନର ବୋଲି ଅନୁମାନ କରାଯାଉଛି । ଖୁବ ଶୀଘ୍ର ପୋଲିସ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି ପ୍ରତିଶୃତି ଦେଇଛି ।
ଏପରି ଘଟଣା କାହିଁକି ଘଟିଲା? ପୋଲିସ କର୍ମଚାରୀ କାହିଁକି ଗୁଳି ଚଳାଇଲେ? ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି। ଗୁଳି ଚଳାଇଥିବା ପୋଲିସ୍ କର୍ମୀ ଜଣକ ଘଟଣା ଘଟିବା ପୂର୍ବରୁ ପ୍ରାୟ ୧ ଘଣ୍ଟା ଧରି ସେହି ଅଞ୍ଚଳରେ ବୁଲିଥିଲେ ବୋଲି ଜଣାପଡ଼ିଛି।
ସେପଟେ ଘଟଣା ବାବଦରେ ସୂଚନା ପାଇବା ପରେ ଗୃହମନ୍ତ୍ରଣାଳୟ ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ପାଇଁ ନୋଟିସ କରିଛି ।