ବନ୍ଧା ହେଲା କୋଲକାତାରେ ମହିଳା ଡାକ୍ତରଙ୍କ ଜୀବନ ନେଇଥିବା ଅଭିଯୁକ୍ତ, ୪ଥର କରିଥିଲା ବିବାହ

କୋଲକାତା: କୋଲକାତାରେ ଚାଞ୍ଚଲ୍ୟ । ଏକ ମେଡିକାଲ କଲେଜର ସେମିନାର ରୁମରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ, ଅଭିଯୁକ୍ତକୁ ବାନ୍ଧିଛି ପୋଲିସ୍ । ଯାହା ସୂଚନା ରହିଛି କି, ଗତ ଶୁକ୍ରବାର ସକାଳେ ଜଣେ ମହିଳା ଡାକ୍ତରଙ୍କ ମୃତଦେହ କଲେଜର ସେମିନାର ହଲରୁ ଉଦ୍ଧାର କରାଯାଇଥିଲା । ଏହି ମାମଲାରେ ପୀଡିତାଙ୍କ ପରିବାର ପକ୍ଷରୁ ଥାନରେ ଅଭିଯୋଗ କରାଯାଥିବାବେଳେ, ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଛି ପୋଲିସ୍ ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ସମସ୍ତ ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କ ନିର୍ଦ୍ଦୟ ଭାବେ ଜୀବନ ନିଆଯାଇଥିବା ଘଟଣାକୁ ନେଇ ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହା ସହ ଏହି ମାମଲା ଏବେ ଏକ ରାଜନୈତିକ ରୂପ ନେଇସାରିଛି । ରାଜ୍ୟର ବିରୋଧୀ ଦଳ ଘଟଣାରେ ଶାସକ ଉପରେ ଆକ୍ରମଣ କରିବା ସହ ସିବିଆଇ ତଦନ୍ତ ଦାବି କରିଛି । ଏହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ମାମଲାର ଶୁଣାଣିକୁ ଫାଷ୍ଟ ଟ୍ରାକ୍ କୋର୍ଟକୁ ପଠାଇବାକୁ ଘୋଷଣା କରିଛନ୍ତି।

ତେବେ ଆସନ୍ତୁ ଜାଣିବା କୋଲକାତା ଡାକ୍ତରଖାନାରେ କଣ ଘଟିଥିଲା ଜୁନିଅର ମହିଳା ଡାକ୍ତରଙ୍କ ସହିତ:

ଗୁରୁବାର-ଶୁକ୍ରବାର ମଧ୍ୟରାତ୍ରିରେ ଉକ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଜୁନିଅର ଡାକ୍ତରଙ୍କ ସହିତ ହୋଇଥିଲା ଅତ୍ୟାଚାର । ମୃତକ ମେଡିକାଲ କଲେଜର ଛାତ୍ରୀ । ଯିଏକି ମେଡିସିନ୍ ବିଭାଗର ଦ୍ୱିତୀୟ ବର୍ଷର ସ୍ନାତକୋତ୍ତର ଛାତ୍ରୀ ଏବଂ ଜଣେ ପ୍ରଶିକ୍ଷକ ଡାକ୍ତର ଥିଲେ । ଜନଗହଳି ପୂର୍ଣ୍ଣ ଅଞ୍ଚଳ କୋଲକାତା ସହରର ଲାଲବାଜରରେ ଏହି ଘଟଣା ଘଟିଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜୁନିଅର ଡାକ୍ତର ଗୁରୁବାର ହସ୍ପିଟାଲରେ ରାତି ଡ୍ୟୁଟି କରୁଥିଲେ । ସେ ପ୍ରାୟ ରାତି ୧୨ ଟା ପରେ ସାଙ୍ଗମାନଙ୍କ ସହିତ ରାତ୍ରୀ ଭୋଜନ ବି କରିଥିଲେ । ତାପରେ ଯିଏ ଯାହା କାମରେ ବ୍ୟସ୍ତ ରହିଯାଇଥିଲେ ।

ଏହାପରେ ଶୁକ୍ରବାର ସକାଳେ ମେଡିକାଲ କଲେଜରେ ଖେଳିଯାଇଥିଲା ଚାଞ୍ଚଲ୍ୟ । ଚତୁର୍ଥ ମହଲାର ସେମିନାର ହଲରୁ ଜୁନିଅର ମହିଳା ଡାକ୍ତରଙ୍କ ଶରୀର ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରୁ ମୃତକଙ୍କ ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ବି ଉଦ୍ଧାର କରାଯାଇଥିଲା ।

ଏପଟେ ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ, ମହିଳା ଡାକ୍ତରଙ୍କ ସହ ପ୍ରଥମେ କୁକର୍ମ କରାଯିବାପରେ, ଜୀବନ ନିଆଯାଇଥିଲା । ମୃତ ମହିଳା ଡାକ୍ତରଙ୍କ ପାଟିରେ ଏବଂ ଉଭୟ ଆଖିରେ କ୍ଷତ ହୋଇଛି । ଓଠ, ବେକ, ପେଟ, ବାମ ଗୋଡ ଏବଂ ଡାହାଣ ହାତର ଆଙ୍ଗୁଠିରେ ଆଘାତ ଚିହ୍ନ ରହିଥିବା ପୋଷ୍ଟମର୍ଟମ ରିପୋର୍ଟରେ
ଦର୍ଶାଯାଇଛି ।

ତେବେ ​​ପୂର୍ବରୁ ପୋଲିସ୍ ଡାକ୍ତରଖାନାରେ ସିସିଟିଭି ଫୁଟେଜ୍ ସଂଗ୍ରହ କରିଥିଲା । ସିସିଟିଭିରୁ ସବୁ ସତ ସାମ୍ନାକୁ ଆସିଥିଲା । ପଚରାଉଚରା ବେଳେ ଅଭିଯୁକ୍ତ ସବୁ କଥା ସ୍ୱୀକାର କରିଛି । ଖବର ଅନୁଯାୟୀ , ନିଶାଶକ୍ତ ଅବସ୍ଥାରେ ଏଭଳି କାଣ୍ଡ ଘଟାଇଥିବା ଅଭିଯୁକ୍ତ ସଞ୍ଜୟ ରୟ ସବୁବେଳେ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥାଏ । ତେବେ ସବୁଠାରୁ ବଡ କଥା ପୋଲିସ୍ ଘଟଣାସ୍ଥଳରୁ ଏକ ଭଙ୍ଗା ବ୍ଲୁଟୁଥ୍ ହେଡଫୋନ୍ ତାର ପାଇଥିଲା । ଯାହା ସଞ୍ଜୟର ଥିଲା ।

ସିସିଟିଭି ଫିଟେଜରେ ଅଭିଯୁକ୍ତର ବେକରେ ବ୍ଲୁଟୁଥ୍ ଥିବା ଦେଖିବାକୁ ମିଳିଥିବା ବେଳେ ଘଟଣାପରେ ବେକରେ କୌଣସି ବ୍ଲୁଟୁଥ୍ ନଥିବା ପୋଲିସ୍ । ତେବେ ଯାହା ସାହାଯ୍ୟରେ ସଞ୍ଜୟ ଜୁନିଅର ଡାକ୍ତରାଣୀଙ୍କ ଜୀବନ ନେଇଥିବା ନେଇ ଚର୍ଚ୍ଚା ହେଉଛି । କେବଳ ଏତିକି ନୁହେଁ, ଅଭିଯୁକ୍ତ ବିଷୟରେ ଏକଥା ମଧ୍ୟ ସାମ୍ନାକୁ ଆସିଛି କି, ସେ ଚାରିଥର ବିବାହ କରିଥିଲା । ତାର ତିନି ପତ୍ନୀ ତାକୁ ଛାଡିଦେଇଥିବାବେଳେ ଚତୁର୍ଥ ଜଣ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.