ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ହେବ ପଲିଗ୍ରାଫ ଟେଷ୍ଟ

କୋଲକତା : କୋଲକତା ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ହେବ ପଲିଗ୍ରାଫ ଟେଷ୍ଟ । ସନ୍ଦୀପ ଘୋଷଙ୍କ ସହ ୪ ଇଣ୍ଟର୍ଣ୍ଣ ଡାକ୍ତରଙ୍କ ହେବ ପଲିଗ୍ରାଫ ଟେଷ୍ଟ କରାଯିବ । ପଲିଗ୍ରାଫ ଟେଷ୍ଟ ପାଇଁ ସିବିଆଇକୁ ଅନୁମତି ଦେଇଛନ୍ତି କୋର୍ଟ ।  ସେହିପରି ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ହାତରେ ବଡ଼ ପ୍ରମାଣ  । ଏହି ଘଟଣାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି  । ଏହାକୁ ନେଇ ଅନେକ କିଛି ସୁରାଗ ପାଇଲାଣି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।  ଏହାରି ଭିତରେ କିଛି ବ୍ୟକ୍ତି ଅଛନ୍ତି । ଯାହାଙ୍କୁ ନେଇ ସିବିଆଇର ସନ୍ଦେହ ସବୁଠୁ ଅଧିକ । ସେହି ବ୍ୟକ୍ତି ଆଉ କେହି ନୁହେଁ  । ସେ ହେଉଛନ୍ତି ଆରଜିକର ମେଡିକାଲ କଲେଜ ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷ  । ଯାହାଙ୍କର ପଲିଗ୍ରାଫ ଟେଷ୍ଟ ହେବାକୁ ଯାଉଛି। ପୂର୍ବତନ ଅଧ୍ୟକ୍ଷ ଡା ସନ୍ଦୀପ ଘୋଷଙ୍କୁ ସିବିଆଇ ମାରାଥନ ଜେରା କରିଥିଲା । ପ୍ରାୟ ୬୦ ଘଣ୍ଟାରୁ ଅଧିକ ସମୟ ଧରି ଗୁଡାଇତୁଡାଇ ପ୍ରଶ୍ନ କରିଥିଲା ସିବିଆଇ ।  ଆଉ ଏବେ ତାଙ୍କୁ ପଲିଗ୍ରାଫ ଟେଷ୍ଟରେ ନେଇ , ଆଉ କିଛି ରହସ୍ୟ ଭେଦିବାକୁ ସିବିଆଇ ଯୋଜନା କରିଛି ।

ସେପଟେ ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ଘଟଣାର ପର୍ଦ୍ଦାଫାସ ହେଉଛି। ମେଡିକାଲ କଲେଜର ପୂର୍ବତନ ଉପ ଅଧୀକ୍ଷକ ଅଖତର ଅଲି ଗତକାଲି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।  କହିଛନ୍ତି କଲେଜର ଅଧ୍ୟକ୍ଷ ସନ୍ଦୀପ ଘୋଷ ଅନେକ ବେଆଇନ କାର୍ଯ୍ୟରେ ଲିପ୍ତ ଥିଲେ ।  ଦାବିଦାର ନଥିବା ମୃତଦେହ ବିକ୍ରି ହେଉଥିଲା ।  ବାଂଲାଦେଶକୁ ବାୟୋମେଡିକାଲ ବର୍ଜ୍ୟବସ୍ତୁ ଓ ଚିକିତ୍ସା ସାମଗ୍ରୀ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।  କେବଳ ସେତିକି ନୁହେଁ ଯେଉଁ ମୃତ ଦେହର କୌଣସି ଦାବିଦାର ନଥାନ୍ତି , ତାକୁ ବିକ୍ରି କରିବା ପାଇଁ ଘୋଷ ଏକ ରାକେଟ୍ ଚଲାଉଥିଲେ । ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ ସଂଜୟ ରାୟ ପୂର୍ବତନ ଅଧ୍ୟକ୍ଷଙ୍କ ସହଯୋଗୀ ଥିଲେ ବୋଲି ଅଖତର କହିଛନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like