କୋଲକତା ଲଜ୍ୟା : ପୀଡିତାଙ୍କ ପରିବାରକୁ ଟଙ୍କା ଯାଚିଥିଲା ପୋଲିସ, ଅଭୟାଙ୍କ ବାପା ମା’ କଲେ ଅଭିଯୋଗ

କୋଲକତା ଆରଜି କର ହସପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଏବେ ବି ପଶ୍ଚିମବଙ୍ଗରେ ଉତ୍ତେଜନା ଜାରି ରହିଛି । ପୀଡିତାଙ୍କୁ ନ୍ୟାୟ ଦାବିରେ ଲଗାତର ଜାରି ରହିଛି ବିକ୍ଷୋଭ । ଏହାରି ଭିତରେ ବଡ ଖୁଲାସା କରିଛନ୍ତି ପୀଡିତାଙ୍କ ବାପା ମା । କୋଲକତା ପୋଲିସକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅଭୟାଙ୍କ ବାପା-ମା’ । ପୀଡିତାଙ୍କ ବାପା ମା’ଙ୍କ କହିବା ମୁତାବକ, ପୋଲିସ ପ୍ରଥମରୁ ମାମଲାକୁ ଚପାଇଦେବାକୁ ଟଙ୍କା ଯାଚିଥିଲା ।

ପୀଡିତାଙ୍କ ବାପା-ମା’ଙ୍କ ଅଭିଯୋଗ ମୁତାବକ, କୋଲକତା ପୋଲିସ ଆରମ୍ଭରୁ ମାମଲାକୁ ଦବାଇବାକୁ ଚେଷ୍ଟା କରିଥିଲା । ମୃତଦେହକୁ ପରିବାର ସଦସ୍ୟଙ୍କୁ ଦେଖିବାକୁ ଅନୁମତି ଦିଆଯାଇନଥିଲା । ମୃତଦେହକୁ ପୋଷ୍ଟର୍ମଟମ ପାଇଁ ନିଆଯାଇଥିବା ବେଳେ ତାଙ୍କୁ ପୋଲିସ ଷ୍ଟେସନରେ ଅପେକ୍ଷା କରିବାକୁ ପଡିଥିଲା । ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯିବା ପରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସେମାନଙ୍କୁ ମୁହଁ ବନ୍ଦ ରଖିବାକୁ ଟଙ୍କା ଯାଚିଥିଲେ । ତେବେ ଟଙ୍କା ନେବାକୁ ତୁରନ୍ତ ପରିବାର ଲୋକେ ମନା କରି ଦେଇଥିବା ସେମାନେ ଖୁଲାସା କରିଛନ୍ତି । ସେମାନେ ଆମକୁ ଧଳା କାଗଜରେ ସାଇନ କରିବାକୁ କହିଥିଲେ, କିନ୍ତୁ ଆମେ ମନା କରି ଦେଇଥିଲୁ । କାଗଜପତ୍ର ଚିରି ଦେଇଥିଲୁ । ଝିଅର ମୃତଦେହକୁ ଦଖେିବାକୁ ଚାହୁଁଥିଲୁ ହେଲେ, ତାକୁ ଶୀଘ୍ର ଶୀଘ୍ର ସତ୍କାର କରି ଦିଆଯାଇଥିଲା ।

ଗତକାଲି କୋଲକତାରେ ଜୁନିଅର ଡାକ୍ତରଙ୍କ ହୋଇଥିବା ଲାଇଟ୍ ବନ୍ଦ ପ୍ରର୍ଦଶନରେ ପୀଡିତାଙ୍କ ବାପା-ମା’ ସାମିଲ ହୋଇଥିଲେ । ନିଜ ଝିଅକୁ ନ୍ୟାୟ ଦେବା ପାଇଁ ଦାବି କରିଥିଲେ ।

ସୂଚନାଯୋଗ୍ୟ, କୋଲକତା ଘଟଣାକୁ ନେଇ ସୋସିଆଲ ମିଡିଆରେ ଲୋକଙ୍କ କ୍ରୋଧ ଦେଖିବାକୁ ମିଳିଛି । ଏହି ମାମଲାରେ ପୋଲିସ କଲେଜର ପ୍ରିନ୍ସିପାଲ ଏବଂ ସଂଜୟ ରାୟଙ୍କୁ ଗିରଫ କରିଛନ୍ତି । ଗତ ୯ ତାରିଖରେ ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ଆରଜି କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଦେଇଥିଲେ । କୋଲକତା ପୋଲିସ ପ୍ରଥମେ ସନ୍ଦେହ କରି ତାକୁ ଅଟକ ରଖିଥିଲା । ପରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଛି । ପଚରାଉଚରା ବେଳେ ଅଭିଯୁକ୍ତ ସବୁ ସତ ମାନିଛି ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।