କୋଲକାତା ଅଗ୍ନିକାଣ୍ଡ ଘଟଣା, ଦୋଷୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

କୋଲକାତା: କୋଲକାତା ରେଷ୍ଟୁରାଣ୍ଟ ଅଗ୍ନିକାଣ୍ଡ  ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି ।  ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ହୋଟେଲ ମାଲିକ ଏବଂ ପରିଚାଳକଙ୍କୁ ଗିରଫ କରାଯାଇଛି ।  ଯଦି କୌଣସି ଦଳ କିମ୍ବା ପ୍ରଶାସନର କୌଣସି ସ୍ଥାନୀୟ ପ୍ରତିନିଧି ସେମାନଙ୍କୁ ସାହାଯ୍ୟ କରିଛନ୍ତି, ତେବେ କାହାକୁ ମଧ୍ୟ ଛଡାଯିବ ନାହିଁ ।

ଏହି ଅଗ୍ନିକାଣ୍ଡ ଘଟଣା ରାତି ପ୍ରାୟ ୮:୧୫ ସମୟରେ ଋତୁରାଜ ହୋଟେଲ ପରିସରରେ ଘଟିଥିଲା । ସେଣ୍ଟ୍ରାଲ କୋଲକାତା ସ୍ଥିତ ଏକ ହୋଟେଲରେ ନିଆଁ ଲାଗି ୧୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଥିଲା । ଚଉଦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି  ଏବଂ  ଦଳଗୁଡ଼ିକ ଅନେକ ଲୋକଙ୍କୁ ଉଦ୍ଧାର କରିଛନ୍ତି ।

ସେମାନଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।   ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା ।  କେମିତି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି ।  ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।  ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।  ଏନେଇ କୋଲକାତା ପୋଲିସ କମିଶନର ମନୋଜ କୁମାର ବର୍ମା ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।

ନିଆଁ ନିୟନ୍ତ୍ରଣାଧୀନ ରହିଛି , ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି ।  ଅଧିକ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଦଳ ମଧ୍ୟ ଗଠନ କରାଯାଇଛି ।  ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Also read: ଦେଶରୁ ନିଖୋଜ ହେଲେ ପାକିସ୍ତାନ ସେନାର ମୁଖ୍ୟ, ଶାହାବାଜ ସରିଫଙ୍କୁ ଆଇଏସଆଇ ମୁଖ୍ୟ କଲେ NSA