କୋଲକତା ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା : ଆସିଲା ଅଟୋପ୍ସି ରିପୋର୍ଟ, ମହିଳାଙ୍କୁ ଦୁଷ୍କର୍ମ ପରେ ଶ୍ୱାସରୁଦ୍ଧ କରି ହତ୍ୟା

କୋଲକତା ଆରଜି କର ମେଡିକାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଲା ଅଟୋପ୍ସି ରିପୋର୍ଟ । ମହିଳା ଡାକ୍ତରଙ୍କୁ ବର୍ବର ଆକ୍ରମଣ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତାଙ୍କୁ ଶ୍ବାସ ରୁଦ୍ଧ କରି ହତ୍ୟା କରାଯାଇଛି । ମୃତ୍ୟୁ ପୂର୍ବରୁ ତାଙ୍କୁ ଶାରୀରିକ ନିର୍ଯାତନା ସହ ସାଂଘାତିକ ଯୌନ ଉତ୍ପୀଡ଼ନ ଦିଆଯାଇଛି । ମୃତ ଡାକ୍ତରଙ୍କ ଦେହର ୧୪ଟି ସ୍ଥାନରେ କ୍ଷତ ରହିଛି । ତାଙ୍କ ଗୁପ୍ତାଙ୍ଗ ଭିତରୁ ଧଳା ରଙ୍ଗର ବହଳ ପଦାର୍ଥ ମିଳିଛି । ତାଙ୍କ ଫୁସଫୁସରେ ରକ୍ତ ଜମାଟ ବାନ୍ଧିଛି । ତେବେ କୌଣସି ସ୍ଥାନରେ ହାଡ଼ ଭାଙ୍ଗି ନାହିଁ । ଅଧିକ ବିଶ୍ଲେଷଣ ପାଇଁ ରକ୍ତ ଓ ଅନ୍ୟ ଶରୀରର ଅନ୍ୟ ତରଳ ପଦର୍ଥ ପରୀକ୍ଷା ପାଇଁ ପଠାଯାଇଛି ।

ରିପୋର୍ଟ ମତୁବାକ, ମୃତ ଡାକ୍ତରଙ୍କ ଦେହର ୧୪ଟି ସ୍ଥାନରେ କ୍ଷତ ରହିଛି । ମୁଣ୍ଡ, ମୁହଁ, ବେକ, କାନ୍ଧ ସବୁଆଡେ କ୍ଷତ ରହିଛି । ପୂର୍ବରୁ ତାଙ୍କ ବେକ ହାଡ ଭାଙ୍ଗିଥିବା କୁହାଯାଉଥିବା ବେଳେ ଅଟୋପ୍ସି ରିପୋର୍ଟରେ କୌଣସି ହାଡ ଭାଙ୍ଗିନାହିଁ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ସୂଚନାଯୋଗ୍ୟ, ଗତ ୯ ତାରିଖରେ ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହାକୁ ନେଇ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ଆର.ଜି. କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଦେଇଥିଲେ  । କୋଲକତା ପୋଲିସ ପ୍ରଥମେ ସନ୍ଦେହ କରି ତାକୁ ଅଟକ ରଖିଥିଲା । ପରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଥିଲା । ପଚରାଉଚରା ବେଳେ ଅଭିଯୁକ୍ତ ସବୁ ସତ ମାନିଥିଲା ।

You might also like