କ୍ରାକେନ୍‌ ରୂପରେ ଆସିଲା କରୋନା: ଚୀନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ, ମୃତ୍ୟୁର ତଥ୍ୟ ନ ଲୁଚାଇବାକୁ ପରାମର୍ଶ

ନୂଆଦିଲ୍ଲୀ : କ୍ରାକେନ୍‌ ରୂପରେ ଆସିଲା କରୋନା । କରୋନାର ଏକ ନୂଆ ସବ ଭାରିଆଣ୍ଟ କ୍ରାକେନ୍‌ । XBB.1.5ର ଏହା ସବ ଭାରିଆଣ୍ଟ । କ୍ରାକେନ୍‌ ଏବେ ବିଶ୍ୱରେ ଚିନ୍ତା ବଢ଼ାଇବାରେ ଲାଗିଛି । କ୍ରାକେନ୍‌ ଏବେ ଦ୍ରୁତ ଗତିରେ ମାଡ଼ୁଛି । ପ୍ରଥମେ ଏହା ଆମେରିକାରେ ଚିହ୍ନଟ ହୋଇଥିଲା । ଏବେ ଏହା ୨୮ ଦେଶକୁ ମାଡ଼ିଲାଣି । ଚୀନ୍‌ରେ ମହାରୂପ ଦେଖାଉଛି ମହାମାରୀ ।

ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଚୀନକୁ ଚେତେଇ ଦେଇଛି WHO । କହିଛି, ମୃତ୍ୟୁର ତଥ୍ୟ ଲୁଚାଅନି । ପ୍ରତି ସପ୍ତାହରେ ୧୦ ହଜାର ଲୋକଙ୍କ ଜୀବନ ଯାଉଛି । କିନ୍ତୁ ପ୍ରକୃତ ମୃତ୍ୟୁ ଢେର ଅଧିକ । କ୍ରମାଗତ କୋଭିଡ୍‌ ତଥ୍ୟ ମାଗୁଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କିନ୍ତୁ ଚୀନ୍‌ ପ୍ରକୃତ ତଥ୍ୟ ଦେବା ବନ୍ଦ କରି ଦେଇଛି । ମାରାତ୍ମକ ଓମିକ୍ରନ୍‌ ସବ୍‌-ଭାରିଆଣ୍ଟ XBB.1.5 ବର୍ତ୍ତମାନ ସୁଦ୍ଧା ୨୮ ଦେଶକୁ ମାଡ଼ିଲାଣି । ଆମେରିକା ଓ ୟୁରୋପରେ ଦ୍ରୁତଗତିରେ ମାଡୁଛି । ବର୍ତ୍ତମାନ ସୁଦ୍ଧା ସବୁଠୁ ଦ୍ରୁତ ସଂକ୍ରାମକ ଭାରିଆଣ୍ଟ XBB.1.5 । ଅନ୍ୟ ଭାରିଆଣ୍ଟର ସ୍ଥାନ ନେଉଛି । ରୋଗ ପ୍ରତିରୋଧକ ଶକ୍ତିକୁ ବି ମାତ୍‌ ଦେବା କ୍ଷମତା ରଖିଛି କ୍ରାକେନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.