କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ୍ ଦେଶର ମୁଖ୍ୟ ଇକୋନୋମିକ୍ ଆଡ଼ଭାଇଜର ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ ଆସନ୍ତା ତିନି ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ପୂର୍ବ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମଙ୍କର ଗତ ଅଗଷ୍ଟରେ କାର୍ୟ୍ୟ ଶେଷ ହେବା ପରେ ସେହି ପଦ ଖାଲି ପଡ଼ିଥିଲା। ଯାହା ବର୍ତ୍ତମାନ ପୂର୍ଣ୍ଣ କରାଯାଇଛି।
ଆପଣଙ୍କ ଜଣାଇବାକୁ ଚାହିଁବୁ, ସୁବ୍ରମଣ୍ୟୟମ୍ ଭାରତର ଟପ୍ ବିଜନେସ ସ୍କୁଲ ଇଣ୍ଡିଆନ ସ୍କୁଲ ଅଫ୍ ବି ଜନେସରେ ପାଠପଢ଼ିଛନ୍ତି। ଏଥିସହ ଇଣ୍ଡିଆନ ସ୍କୁଲ ଅଫ୍ ବିଜନେସ ହାଇଦ୍ରାବାଦରେ ସହଯୋଗି ପ୍ରଫେସର ଭାବେ କାର୍ୟ୍ୟ ମଧ୍ୟ କରିଛନ୍ତି। ସେହି ବିଜନେସ ସ୍କୁଲର ୱେବସାଇଟ ଅନୁଯାୟୀ ସୁବ୍ରମଣ୍ୟୟମ୍ ଶିକାଗୋ-ବୁଥରୁ ପିଏଚଡ଼ି ପାସ କରିଥିବା ବେଳେ ଆଇଆଇଟି ଏବଂ ଆଇଆଇଏମର ପୂର୍ବ ଛାତ୍ର ମଧ୍ୟ ଅଟନ୍ତି।
ଏହାଛଡ଼ା ସୁବ୍ରମଣ୍ୟୟମ୍ ବ୍ୟାଙ୍କିଂ, କର୍ପୋରେଟ ପ୍ରଶାସନ ଏବଂ ଆର୍ଥିକ ନିତିରେ ଦୁନିଆରେ ସବୁଠାରୁ ଶ୍ରେଷ୍ଠ ବିଶେଷଜ୍ଞଙ୍କ ମଧ୍ୟରେ ଗଣାଯାଆନ୍ତି। ଏଥିସହ ସେ ଫାଇନାନ୍ସସଆଲ ଇକୋନୋମିରେ ଏମବିଏ ଏବଂ ପିଏଚଡ଼ି ମଧ୍ୟ କରିଛନ୍ତି। ତେବେ ସୁବ୍ରମଣ୍ୟୟମ୍ ବନ୍ଧନ ବ୍ୟାଙ୍କ ଲିମିଟେଡ଼ର ବୋର୍ଡ଼ରେ ସାମିଲ ରହିଥିବା ସହ ନ୍ୟାସନାଲ ଇଷ୍ଟିଟ୍ୟୁଟ୍ ଅଫ୍ ବ୍ୟାଙ୍କି ମ୍ୟାନେଜମେଣ୍ଟ ଏବଂ ଆରବିଆଇ ଏକାଡ଼େମୀ ବୋର୍ଡ଼ରେ ମଧ୍ୟ କାମ କରିଛନ୍ତି।
ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…