ହିନ୍ଦୁସ୍ତାନର ଟଙ୍କାଟିଏ ଦେଲା ପାକିସ୍ତାନର ୨୦ କୋଟିକୁ ମାତ୍, କାଣନ୍ତୁ କିଏ ସେହି ଓକିଲ ଯିଏ ଏକ ଟଙ୍କାରେ ଜିତିଲେ କୁଳଭୂଷଣଙ୍କ କେସ୍ ?

କୁଳଭୂଷଣ ମାମଲାରେ ଭାରତର ବଡ଼ ବିଜୟ। ଫାଶୀ ଦଣ୍ଡାଦେଶ ଉପରେ ଲାଗିଲା ରୋକ୍‌। ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ହେଗ୍‌ ସ୍ଥିତ ଇଣ୍ଟରନ୍ୟାସନାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ ବା ICJ। ମାମଲାର ଶୁଣାଣି କରି ICJ କହିଛନ୍ତି, କୁଳଭୂଷଣଙ୍କୁ ଫାଶୀ ଦେଇ ପାରିବନି ପାକିସ୍ତାନ। ୧୫-୧ରେ ଭାରତ ସପକ୍ଷରେ ରାୟ ଆସିଛି। ଫାଶୀ ଦଣ୍ଡ ଉପରେ ପୁନର୍ବିଚାର କରିବା ପାଇଁ ପାକିସ୍ତାନକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଏହି ମାମଲାର ପାକିସ୍ତାନକୁ ଚିତ୍ କରିଛନ୍ତି ଭାରତୀୟ ଓକିଲ ହରିଶ ସାଲଭେ । ସୋସିଆଲ୍ ମଡିଆରେ ହରିଶଙ୍କର  ହେଉଛି ଜୋରଦାର ପ୍ରଶଂସା । ଆଇସିଏରେ ଦୁଇଟି ଓକିଲଙ୍କୁ ବଦଳାଇଥିଲା ପଡୋଶୀ ପାକ୍ । ହେଲେ ଉଭୟଙ୍କ ଉପରେ ଭାରି ପଡିଥିଲେ ହରିଶ । ଆଉ କୁଳଭୂଷଣଙ୍କୁ ଫାଶୀ ଉପରେ ଲଗାଇଥିଲେ ରୋକ୍ । ତେବେ ସବୁଠାରୁ ବଡ଼ କଥା ହେଉଛି କୁଳଭୂଷଣଙ୍କ କେସ୍ ଲଢିବା ପାଇଁ ପାଉଣା ବାବଦରେ ମାତ୍ର ୧ ଟଙ୍କା ନେଇଛନ୍ତି ହରିଶ୍ । ଯେତେବେଳେ ନିଜ ଓକିଲ ଖାବର କୁରେଶୀଙ୍କ ପାଇଁ ୨୦ କୋଟିରୁ ଅଧିକ ଖର୍ଚ୍ଚ କରିଛି ପାକିସ୍ତାନ ।

ଏହା ସହ ପଢନ୍ତୁ ବନ୍ଧୁକ ଦେଖାଇ ନାଚ ଗୀତ କରିବା ବିଜେପି ବିଧାୟକଙ୍କୁ ପଡିଲା ମହଙ୍ଗା, ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ପ୍ରଣବ ସିଂ ଚାମ୍ପିଅନ

kuresiମାତ୍ର ଟଙ୍କାଟିଏ ନେଇ ଯେଉଁ ଦଲିଲ୍ ଉପସ୍ଥାପନ କରିଥିଲେ ହରିଶ, ତା ସାମ୍ନାରେ ଫେଲ୍ ମାରିଥିଲେ ପାକିସ୍ତାନର ୨୦ କୋଟି ନେଇଥିବା ଓକିଲ । ହରିଶଙ୍କ ତର୍କ ଯୋଗୁଁ ଆଇସିଜେ ୧୫ -୧ ରେ ଭାରତ ସପକ୍ଷରେ ନିଷ୍ପତ୍ତି ଶୁଣାଇଛି । ହରିଶ ପାକିସ୍ତାନର ମିଛକୁ ପର୍ଦ୍ଦାଫାଶ କରି କହଥିଲେ ଅନ୍ତରାଷ୍ଟ୍ରୀୟ ଆଇନର ଅପମାନ କରିଛି ପାକ୍ ।

କିଏ ଏହି ହରିଶ ସାଲଭେ ?

ICJ ରେ ଭାରତର ପ୍ରତିନିଧିତ୍ବ କରିଥିବା ହରିଶ ହେଉଛନ୍ତି ଉଚ୍ଚତମ ନ୍ଯାୟାଳୟର ଜଣେ ବରିଷ୍ଠ ଓକିଲ । ତାଙ୍କର ଗଣତି ଦେଶର ସବୁଠାରୁ ଦାମୀ ଓକିଲା ଭାବରେ ହୁଏ । ତାଙ୍କର ଗୋଟିଏ ଦିନର ଫିସ୍ ହେଉଛି ୩୦ ଲକ୍ଷ । ମାତ୍ର କୁଳଭୂଷଣଙ୍କ କେସ୍ ଲଢିବା ପାଇଁ ସେ ନେଇଥିଲେ ମାତ୍ର ଟଙ୍କା ଟିଏ । ୧୯୯୨ରୁ ୨୦୦୨ ପର୍ଯ୍ଯନ୍ତ ସେ ଦେଶର ସଲିସିଟର ଜେନେରାଲ୍ ଥିଲେ । ତାଙ୍କ ବାପା ଏନକେପି ସାଲଭେ କଂଗ୍ରେସର ପୂର୍ବତନ ସାଂସଦ ତଥା କ୍ରିକେଟ୍ ପ୍ରଶାସକ ଥିଲେ । ୨୦୧୨ରେ ତାଙ୍କର ଦେହାନ୍ତ ହୋଇଥିଲା ।

Leave A Reply

Your email address will not be published.