ଗୋଟିଏ ଝିଅର ସୌନ୍ଦର୍ଯ୍ଯ ଯୋଗୁଁ ଶ୍ମଶାନ ପାଲଟିଗଲା ୮୩ ଟି ଗାଁ

kulandhara

ବିଶ୍ବର ସବୁଠାରୁ ଶକ୍ତିଶାଳୀ ଜିନିଷ ହେଉଛି ନାରୀର ସୌନ୍ଦର୍ଯ୍ଯ ଏବଂ ପୁରୁଷର ବୁଦ୍ଧି । ନାରୀ ନିଜର ସୌନ୍ଦର୍ଯ୍ଯ ଏବଂ ପୁରୁଷ ନିଜର ବୁଦ୍ଧି ଦ୍ବାରା ସମସ୍ତଙ୍କୁ ନିଜର ଆଙ୍ଗୁଠିରେ ନଚାଇପାରେ ।  ତେବେ ଆମେ ଆପଣକୁ ଏମିତି ଏକ ଘଟଣା କହିବୁ, କେବଳ ପରିବାର ନୁହଁ,୮୪ଗାଁ ଏଇ ନାରୀର ସୁନ୍ଦରତା ପାଇଁ ରାତାରାତି ଶ୍ମଶାନରେ ପରିଣତ ହୋଇଗଲା।ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ।

ରାଜସ୍ଥାନର ଜୟସଲମେର ସହରଠୁ ପ୍ରାୟ ୨୫ କିଲୋମିଟର ଦୂରରେ କୁଳଧାର ଗାଁ।ଯେଉଁଠାକୁ ବର୍ତ୍ତମାନ ଯିବା କଥା କହିଲେ ଡରରେ ଲୋକଙ୍କ ମୁଣ୍ଡରେ ଝାଳ ବାହାରେ । ପୂର୍ବେ ଏଠାରେ କେବଳ ବ୍ରାହ୍ମଣ ପରିବାର ବାସ କରୁଥିଲେ। ସେଠାରେ ଏକ ସୁନ୍ଦରୀ ଝିଅ ଉପରେ ଜଣେ ବ୍ଯକ୍ତିର ନଜର ପଡ଼ିଲା। ଦେଖୁଦେଖୁ ସବୁକିଛି ବରବାଦ ହୋଇଗଲା। ଅଭିଶପ୍ତ ପାଲଟିଗଲା ଗାଁ ଟି । ଭାନଗଡ଼ ଦୁର୍ଗ ପରି ଏଇ ଗାଁ ମଧ୍ୟ ଭୟାନକ ସ୍ଥାନ ପାଲଟିଗଲା । ଏବେ ଏଠାରେ କିମ୍ବା ଏହାର ଆଖପାଖରେ ଭୟରେ କେହି ରହୁନାହାନ୍ତି।

kulandhara କୁଳଧାରା ଗାଁର ମୁଖିଆର ଗୋଟେ ୧୮ବର୍ଷର ସୁନ୍ଦର ଝିଅ ଥିଲା। ମନ୍ତ୍ରୀ ସଲୀମ ସିଂର ନଜର ଝିଅ ଉପରେ ପଡ଼ିଲା। ମନ୍ତ୍ରୀ ସଲୀମ ବିବାହ ପ୍ରସ୍ତାବ ନେଇ ମୁ୍ଖିଆ ପାଖକୁ ଆସିଥିଲା। କିନ୍ତୁ ମୁ୍ଖିଆ ପ୍ରସ୍ତାବରେ ରାଜି ନହେବାରୁ ମନ୍ତ୍ରୀ ସଲୀମ ସିଂ ଗାଁରେ ଭାରୀ ଟ୍ୟାକ୍ସ ଳଗାଇବା ଓ ଗାଁକୁ ବରବାଦ କରିବାର ଧମକ ଦେଲା । ଝିଅର ସମ୍ମାନ ରଖିବାକୁ ଯାଇ କ୍ରୋଧିତ କୁଳଧାରା ତଥା ଆଖପାଖର ୮୩ ଗାଁର ବାସିନ୍ଦା ରାତାରାତି ଗାଁ ଛାଡ଼ିବାର ନିସ୍ପତ୍ତି ନେଲେ। ସେମାନଙ୍କ ଯିବାର କାହାକୁ ଜଣାପଡ଼ିଲା ନାହିଁ। ଯିବା ସମୟରେ ସେମାନେ ଅଭିଶାପ ଦେଇଗଲେ ଯେ, ସେମାନଙ୍କ ପରେ ସେଠି କେହି ରହି ପାରିବେ ନାହିଁ। ଯଦି ଦୁଃସାହସ କରେ ତା’ର ମୃତ୍ୟୁ ହେବ। ସେବେଠୁ ଏଇ ଗାଁ ଏମିତି ଶୁନଶାନ ଶ୍ମଶାନ ପରି ପଡ଼ିରହିଛି ।

କୁହାଯାଏ ଯେ, ୧୮୨୫ ମସିହାରେ କୁଳଧାରା ଗାଁରେ ପାଲିବାଲ ବ୍ରାହ୍ମଣମାନେ ରହୁଥିଲେ । ପାଲିବାଲ ବ୍ରାହ୍ମଣଙ୍କ ପୂର୍ବଜଙ୍କ ସଂପର୍କ ଭଗବାନ ଶ୍ରୀକୃଷ୍ଣଙ୍କ ପତ୍ନୀ ରୁକ୍କଣୀଙ୍କ ସହ ଜଡିତ । ସେତେବେଳେ ବ୍ରାହ୍ମଣ ପୁରୋହିତ କାମ କରୁଥିଲେ, ଏ ଘଟଣା ସେହି ସମୟର ଯେତେବେଳେ ପାଲିବାଲ କ୍ଷେତରେ କାମ କରୁଥିଲେ। କ୍ଷେତି ଛଡ଼ା ଏମାନେ ଭବନ ନିର୍ମାଣ କଳାରେ ମଧ୍ୟ ନିପୁଣ ଥିଲେ।

Leave A Reply

Your email address will not be published.