ବେଙ୍ଗାଲୁରୁ ପୋଲିସକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନୂଆ ବର୍ଷର ଭେଟି, କଣ ଜାଣନ୍ତୁ

ବେଙ୍ଗାଲୁରୁ (କେ ନ୍ୟୁଜ) କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀଙ୍କ ଦ୍ୱାରା ବେଙ୍ଗାଲୁରୁ ପୋଲିସକୁ ନୂଆ ବର୍ଷ ଭେଟି । ମୁଖ୍ୟମନ୍ତ୍ରୀ ପୋଲିସ୍‌ ବିଭାଗକୁ ୯୧୧ଟି ବାଇକ ପ୍ରଦାନ କରିଛନ୍ତି । ବେଙ୍ଗାଲୁରୁର ବିଭିନ୍ନ ପୋଲିସ ଷ୍ଟେସନ ସମେତ ଟ୍ରାଫିକ ପୋଲିସ ଓ ମହିଳା ଥାନାକୁ ଏହି ବାଇକ୍‌ ପ୍ରଦାନ କରାଯାଇଛି । କର୍ଣ୍ଣାଟକରେ ହେଉଥିବା ଅପରାଧ ରୋକିବାରେ ଏହା ସହାୟକ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏଥିଲାଗି ଟ୍ରାଫିକ ପୋଲିସ ଓ ବେଙ୍ଗାଲୁରୁ ପୋଲିସ ପକ୍ଷରୁ ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଯାଇଛି ।