ଭାରତରେ ବ୍ୟାନ ହୋଇପାରେ TikTok, Kwai, LiveMe, LIKE ଆପ୍, ଭାଜପା ସାଂସଦ କରିଛନ୍ତି ଦାବୀ

ସୋସିଆଲ ମିଡିଆରେ ଆପଣଙ୍କୁ ସବୁଦିନ ନୂଆ ନୂଆ ଭିଡିଓ ଦେଖିବାକୁ ମିଳୁଥିବ। ଏହି ଭିଡିଓ ମଧ୍ୟରୁ କିଛି ଭିଡିଓ ମଜାଦାର ଥିବାବେଳେ କିଛି ଭିଡିଓ ଏମିତି ଥାଏ ଯାହା ପିଲାମାନଙ୍କ ପାଖରେ ଦେଖିହୁଏ ନାହିଁ। ଆପଣ ନିଶ୍ଚୟ ନୋଟିସ କରିଥିବେ ଟିକଟକ, କୱାଇ ଭଳି ଆପର ପ୍ରମୋଶନ ଭିଡିଓ ମଧ୍ୟ ଫେସବୁକରେ ଅଶ୍ଳୀଳତାର ସହିତ ଦେଖାଯାଉଛି। ଏହି କାରଣରୁ ଏହି ଆପ ଗୁଡିକର ବହୁତ ଲୋକପ୍ରିୟତା ମଧ୍ୟ ହୋଇଗଲାଣି। ଏବେ ଏହି ଘଟଣା ସରକାରଙ୍କ ପାଖକୁ ପହଁଚିଗଲାଣି। ବିଜେପି ସାଂସସ ରାଜୀବ ଚନ୍ଦ୍ରଶେଖର TikTok, Kwai, LiveMe, LIKE ଭଳି ଆପ୍ ଗୁଡିକୁ ବ୍ୟାନ କରବା ପାଇଁ ଦାବି କରିଛନ୍ତି। ସେ ଆଇଟି ମିନିଷ୍ଟର ରବିଶଙ୍କର ପ୍ରସାଦଙ୍କୁ ଏହି ସମ୍ପର୍କରେ ଏକ ପତ୍ର ମଧ୍ୟ ଲେଖିଛନ୍ତି।

ପିଲାଙ୍କ ହାତରେ ଏହି ଅଶ୍ଳୀଳ ଭିଡିଓ ଆସୁଥିବାର ଆରୋପ

ସେ ତାଙ୍କ ପତ୍ରରେ ଲେଖିଛନ୍ତି ଯେ ଏହି ଆପକୁ ଭାରତରେ ଶୀଘ୍ର ବନ୍ଦ କରିଦେବା ଉଚିତ। କାରଣ ଏହା ଦ୍ବାରା ପିଲାଙ୍କର ଭବିଶ୍ୟକ ଖରାପ ହେଉଛି। ଏହି ଆପରେ ଅଶ୍ଳିଳ ଭିଡିଓ ଏବଂ କଟେଣ୍ଟ ପ୍ରଦର୍ଶନ କରାଯାଉଛି। ଚନ୍ଦ୍ରଶେଖରଙ୍କ କହିବାନୁଯାୟୀ ଭାରତରେ ୪୪.୪ ପ୍ରତିଶତ ପିଲା ଅଛନ୍ତି ଯେଉଁମାନଙ୍କୁ ଏହି ଆପ ପାଇଁ ବହୁତ କ୍ଷତି ହୋଇପାରେ ଏବଂ ତାଙ୍କ ଭବିଶ୍ୟତ ମଧ୍ୟ ନଷ୍ଟ ହୋଇପାରେ। କିନ୍ତୁ ଆଇଟି ମନ୍ତ୍ରାଳୟକୁ ଏହା ଉପରେ ବହୁତ କମ୍ ଧ୍ୟାନ ଦେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ ୨୦୧୭ ମସିହାରେ ୨.୪ ମିଲିୟନ ଚାଇଲ୍ଡ ସେକ୍ସୁଆଲ ଅଭିଯୋଗ ଦର୍ଜ କରାଯାଇଛି।

studentଜଣାଇବାକୁ ଚାହିଁବୁ ଯେ ଟିକଟକରେ ମାସକୁ ୨ ଲକ୍ଷ ଆକ୍ଟିଭ ୟୁଜରର୍ସ ଅଛନ୍ତି। ଅନ୍ୟପଟେ କହିରଖିବାକୁ ଚାହିଁବୁ ଯେ ଭାରତରେ ଚାଇନିଜ୍ ଆପକୁ ବ୍ୟବହାର କରାଯାଉଛି ତାହାପୁଣି ଖରାପ ଉପାୟରେ।
ଏହି ଆପରେ ୧୩ରୁ୧୯ ବର୍ଷର ଯୁବକ-ଯୁବତୀ ମାନେ କୌଣସି ଗୀତରେ ଲିପ ସିକିଙ୍ଗ୍ କରି ଶର୍ଟ ଭିଡିଓ ବନାଇବା ପାଇଁ ବହୁତ ପସନ୍ଦ କରୁଛନ୍ତି। ଏଠାରେ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ କହିବାକୁ ଗଲେ ଏହିଭଳି ଆପ୍ ଲୋକାଲ ହୋଇପାରେ କିନ୍ତୁ ଏମାନଙ୍କର ପ୍ରାଇବେସୀ ପଲିସି ଚାଇନିଜ୍ କିମ୍ବା ଇଂରାଜୀରେ ରହିଛି।