ଗୁମ୍ନାମୀ ବାବା ହିଁ ନେତାଜୀ! ଆର୍ଟିଆଇରେ ଡିଏନ୍ଏ ରିପୋର୍ଟ ମାଗିଥିଲେ ଆବେଦକ, କିନ୍ତୁ ମନା କଲେ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ଗୁମ୍ନାମୀ ବାବା ନାଁରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଭାରତରେ ରହୁଥିବା ଚର୍ଚ୍ଚା ହୋଇଆସୁଛି। ଗତ ସେପ୍ଟେମ୍ବର ୨୪ରେ ପଶ୍ଚିମବଙ୍ଗ ହୁଗୁଳି କୋନଗର ବାସିନ୍ଦା ସାୟକ ସେନ୍ ଆରଟିଆଇ ଅନୁସାରେ ଡିଏନଏ ରିପୋର୍ଟ ପ୍ରକାଶ କରିବା ଲାଗି ଆବେଦନ କରିଥିଲେ। କିନ୍ତୁ ବାବାଙ୍କ ଡିଏନଏ ରିପୋର୍ଟ ବା ଇଲେକ୍ଟ୍ରୋ ଫେରୋଗ୍ରାମ ରିପୋର୍ଟ ପ୍ରକାଶ କରିବାକୁ କେନ୍ଦ୍ରୀୟ ଫରେନସିକ ସାଇନସ ଲାବରେଟୋରୀ ବା ସିଏଫଏସଏଲ ଅଗ୍ରାହ୍ୟ ପ୍ରକାଶ କରିଛି।
ସୂଚନା ଅଧିକାର, ଆଇନର ଧାରା 8-1-A, E ଓ 11-1 ଅନୁସାରେ ଏହାକୁ ପ୍ରକାଶ କରାଯାଇପାରିବ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଧାରା 8-1 ଅନୁସାରେ ଭାରତର ସାର୍ବଭୌମତ୍ୱ ଓ ସଂହତି, ନିରାପତ୍ତା, ଅର୍ଥନୈତିକ ସ୍ୱାର୍ଥକୁ ନଷ୍ଟ କରୁଥିବା ପରି ତଥ୍ୟକୁ ପ୍ରକାଶ କରାଯାଇପାରିବ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ସାଧୁବେଶରେ ରହୁଥିବା ଗୁମନାମୀ ବାବା ହିଁ ନେତାଜୀ ସୁବାସ ଚନ୍ଦ୍ର ବୋଷ ଥିଲେ ବୋଲି ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଥିଲା। ପରେ ତାଙ୍କର ଡିଏନଏ ଟେଷ୍ଟ କରାଯାଇଥିଲା।
Central Forensic Laboratory refuses to share the DNA report of Gumnami Baba, believed to be Netaji Bose in disguise, sought in an RTI query https://t.co/8qw2Yms2mW via @OpIndia_com
— Anuj Dhar (@anujdhar) October 22, 2022
ଇଲେକ୍ଟ୍ରୋ ଫେରୋସିସ ଅଟୋମେଟିକ ସିକୁଏନସିଂ ଜରିଆରେ ତଥ୍ୟ ହାସଲ କରିବାକୁ ଇଲେକ୍ଟ୍ରୋ ଫେରୋଗ୍ରାମ କୁହାଯାଇଥାଏ। ଏହି ପରୀକ୍ଷା ଜରିଆରେ ପୂର୍ବପୁରୁଷଙ୍କ ସମ୍ପର୍କରେ ତଥ୍ୟ ମିଳିପାରିଥାଏ। ନେତାଜୀଙ୍କୁ ନେଇ ଭାରତ ସହ ଅନ୍ୟ ରାଷ୍ଟ୍ରର ସମ୍ପର୍କ ଥିବାରୁ ଏହି ତଥ୍ୟ ପ୍ରଦାନ କରାଯାଇପାରିବ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଗୁମନାମୀ ବାବା ଅସାଧାରଣ ଥିଲେ ଏବଂ ସେ ନିଶ୍ଚୟ ସୁବାସ ବୋଷ ଥିଲେ ବୋଲି ଆବେଦନକାରୀ ଦର୍ଶାଇଥିଲେ।
Central Forensic Laboratory refuses to share the DNA report of Gumnami Baba, believed to be Netaji Bose in disguise, sought in an RTI queryhttps://t.co/sYmHMPKjGW
— OpIndia.com (@OpIndia_com) October 23, 2022
କିନ୍ତୁ ପ୍ରଚଳିତ ତଥ୍ୟ ଅନୁସାରେ ୧୯୪୫ ଅଗଷ୍ଟ ୧୮ ତାରିଖରେ ତାଇଓ୍ଵାନରେ ଏକ ପ୍ଲେନ କ୍ରାସରେ ନେତାଜୀଙ୍କ ଦେହାନ୍ତ ହୋଇଥିଲା। ତେବେ କୁହାଯାଏ, ସେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଏବଂ ତତ୍କାଳୀନ ବ୍ରିଟିଶ ସରକାରଙ୍କଠାରୁ ରକ୍ଷା ପାଇବା ଲାଗି ଆତ୍ମଗୋପନ କରିଥିଲେ। ଉତ୍ତରପ୍ରଦେଶ ଲକ୍ଷ୍ନୌରେ ୧୯୫୦ରୁ ସନ୍ଦିଗ୍ଧ ଅବସ୍ଥାରେ ବାସ କରୁଥିବା ଗୁମନାମୀ ବାବାଙ୍କ ଦେହାନ୍ତ ୧୯୮୫ ସେପ୍ଟେମ୍ବର ୧୬ରେ ହୋଇଥିଲା।
Also Read: ୫ ବର୍ଷ ମଧ୍ୟରେ ସେନା ବିମାନ ଦୁର୍ଘଟଣାରେ ୫୦ରୁ ଅଧିକ ବୀର ଯବାନଙ୍କୁ ହରାଇଛି ଭାରତ