ଲକଡାଉନରେ ଭୋକରେ ଥିଲା ପରିବାର, ୨୫୦୦ ଟଙ୍କାରେ ମୋବାଇଲ ବିକି କିଣିଲେ ରାସନ ତାପରେ ଲଗାଇଲେ ଫାଶି

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଏହି ଭାଇରସକୁ ବ୍ୟାପିବାରେ ରୋକ ଲଗାଇବା ପାଇଁ ସରକାର ଲକଡାଉନକୁ ୩ ମେ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଲକଡାଉନ କାରଣରୁ କାମ ଧନ୍ଦା ସବୁ ବନ୍ଦ ଅଛି। ଏଥିପାଇଁ ସବୁଠାରୁ ବେଶି ହଇରାଣ ହଉଛନ୍ତି ଦିନ ମଜୁରିଆ। ସରକାରଙ୍କ ଅନେକ ଚେଷ୍ଟା ସତ୍ତ୍ୱେ ମଧ୍ୟ ବହୁତ ଗାଁ ରହିଛି ଯେଉଁଠି ରାସନ ପହଂଚି ପାରୁନାହିଁ। ଦୁଇ ଓଳି ଦୁଇ ମୁଠା ଖାଦ୍ୟ ନ ପାଇ ମଜୁରିଆମାନେ ଆତ୍ମହତ୍ୟା କରୁଛନ୍ତି।

ହରିୟାଣାର ଗୁରୁଗ୍ରାମରେ ପେଟ ପୋଷିବା ପାଇଁ ବିହାରରୁ ଆସିଥିବା ଜଣେ ମଜୁରିଆ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ୩୫ ବର୍ଷୀୟ ଛବୁ ମଣ୍ଡଳ ବିହାରରେ ରହୁଥିଲେ। ସେ ସେଠାରେ ପେଣ୍ଟର କାମ କରୁଥିଲେ। ତାଙ୍କ ପରିବାରର ତାଙ୍କ ବାପା ମା, ସ୍ତ୍ରୀ ଏବଂ ଚାରି ଜଣ ପିଲା। ଏହି ଚାରି ପିଲା ମଧ୍ୟରୁ ସାନ ପୁଅଟି ମାତ୍ର ୫ ମାସର।

suicideଲକଡାଉନ କାରଣରୁ କାମ ମିଳିବା ବନ୍ଦ ହୋଇଗଲା। ଧୀରେ ଧୀରେ ପରିବାରରେ ଖାଦ୍ୟର ଅଭାବ ହେଲା। ଗଣ୍ଡେ ଖାଇବା ପାଇଁ କାମ କରୁଥିବା ମଜୁରିଆ ଛବୁ ନିଜ ପରିବାରର ଏମିତି ଅବସ୍ଥା ଦେଖି ପାରିଲା ନାହିଁ। ସକାଳୁ ଉଠି ଘର ପାଇଁ ରାସନ ଆଣିବାକୁ ଗଲା ଓ ତାର ମୋବାଇଲକୁ ୨୫୦୦ ଟଙ୍କାର ବିକ୍ରି କରିଦେଲା। ଏହି ଟଙ୍କାରେ ଘର ପାଇଁ କିଛି ଜିନିଷ କିଣି ଘରକୁ ଫେରିଲା। କିନ୍ତୁ ସନ୍ଧ୍ୟାରେ ଘର ପଛ ପଟେ ଫାଶି ଦେଇ ଆତ୍ମହତ୍ୟା କରିଦେଲା।

ସେଥିପାଇଁ ଆପଣ ଖାଦ୍ୟକୁ ଫୋପାଡନ୍ତୁ ନାହିଁ। କାହିଁକିନା ଦୁନିଆରେ ଏମିତି ବହୁତ ଜଣ ଅଛନ୍ତି ଯେଉଁମାନେ ଗୋଟେ ମୁଠା ଭାତ ପାଇଁ ନିଜ ଜୀବନ ହାରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.