ବଡ ପାଟି କରି ପଢ଼ାଉଥିଲେ ଶିକ୍ଷୟତ୍ରୀ, ଚାକିରିରୁ ବାହାର କରିଦେଲା ୟୁନିଭର୍ସିଟୀ
ବଡ ପାଟିରେ ପାଟି କରି ପଢ଼ାଇବା ମହଙ୍ଗା ପଡିଲା ଶିକ୍ଷୟତ୍ରୀଙ୍କୁ। ଚାଲିଗଲା ଚାକିରି, କୋର୍ଟରେ ପହଁଚିଳେ ମହିଳା ଟିଚର। ଅନେକଥର ଏମିତି ଘଟିଛି କୌଣସି ଶିକ୍ଷାନୁଷ୍ଠାନରୁ ଶିକ୍ଷକ କିମ୍ବା ଅଧ୍ୟକ୍ଷଙ୍କୁ ବାହାର କରିବା ପରେ ସେ ଅଦାଲତର ଆଶ୍ରୟ ନେଇଥାନ୍ତି ଏବଂ ନିଷ୍ପତ୍ତି ତାଙ୍କ ପକ୍ଷରେ ଶୁଣାଯାଇଥାଏ। ଏପରି ଏକ ଘଟଣା ବ୍ରିଟେନରୁ ସାମ୍ନାକୁ ଆସିଛି । ଯେଉଁଠି ବ୍ରିଟେନର ଏକ ବିଶ୍ବବିଦ୍ୟାଳୟର ଅଧ୍ୟାପିକା ବଡ଼ ପାଟିରେ ପଢ଼ାଉଥିବାରୁ ତାଙ୍କୁ ଚାକିରିରୁ କାଢ଼ି ଦିଆଯାଇଛି। ଏହାପରେ ସେ ଅଦାଲତରେ ପହଞ୍ଚିଛନ୍ତି।
ଏହି ଘଟଣା ବ୍ରିଟେନର ଏକ୍ସଟର ବିଶ୍ବବିଦ୍ୟାଳୟରେ ଏପରି ଘଟିଛି। ରିପୋର୍ଟ ଅନୁସାରେ ଅଧ୍ୟାପିକାଙ୍କ ନାମ ଏନେଟ ପ୍ଲଟ। ୫୯ ବର୍ଷିୟା ଏହି ଶିକ୍ଷୟତ୍ରୀ ଗତ ୨୯ ବର୍ଷରୁ ପଦାର୍ଥ ବିଜ୍ଞାନ ପଢ଼ାଇ ଆସୁଛନ୍ତି । କିନ୍ତଚ ହଠାତ ତାଙ୍କୁ କିରିରୁ କାଢ଼ି ଦିଆଗଲା,ଏବଂ କାରଣ ଦିଆଗଲା ଯେ ତାଙ୍କ ସ୍ବର ବହୁତ କର୍କଶ ଓ ନୂଆ ଛାତ୍ରଛାତ୍ରୀଙ୍କୁ ସେ ପସନ୍ଦ ଆସୁନାହିଁ।
କିନ୍ତୁ କଥା ଯେତେବେଳେ ଅଦାଲତରେ ପହଞ୍ଚିଲା ସେତେବେଳେ ଘଟଣାଟି ନୂଆ ମୋଡ଼ ନେଇଥିଲା । ଅଦାଲତରେ ବିଶ୍ବବିଦ୍ୟାଳୟ ପ୍ରଶାସନ କହିଛି ଅଧ୍ୟାପିକାଙ୍କୁ ତାଙ୍କ କର୍କଶ ସ୍ୱର ଯୋଗୁ ନୁହେଁ ବରଂ ଦୁଇଜଣ ପିଏଚଡି ଛାତ୍ରଙ୍କ ସହିତ ଖରାପ ବ୍ୟବହାର କରିଥିବାରୁ ଚାକିରିରୁ ବହିଷ୍କାର କରାଯାଇଛି।ଅନ୍ୟପଟେ ଅଦାଲତରେ ଶିକ୍ଷୟିତ୍ରୀ ନିଜ ପକ୍ଷ ରଖି କହିଥି୍ଲେ ତାଙ୍କ ସ୍ବର ପ୍ରଥମରୁ ସେହିଭଳି ଲାଉଡ।
ଶିକ୍ଷୟିତ୍ରୀ ଜଣଙ୍କ ନ୍ୟୁୟର୍କ, ଜର୍ମାନୀରେ ମଧ୍ୟ ପଢ଼ାଇ ସାରିଛନ୍ତି, କେବେବି ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିନାହିଁ। ଶିକ୍ଷୟିତ୍ରୀ କହିଛନ୍ତି ମାନସିକ ଚାପରୁ ମୁକୁଳିବା ପାଇଁ ସେ ଔଷଧ ଖାଉଛନ୍ତି, କାରଣ ପୂର୍ବରୁ ତାଙ୍କୁ ଦୁଇଥର ଚାକିରିରୁ ନିଲମ୍ବିତ କରାଯାଇଥିଲା । ଏହାକୁ ନେଇ ସେ ମାନସିକ ବିଷାଦରେ ଅଛନ୍ତି। ସେଥିପାଇଁ ସେ ଯେଉଁବି ପରିସ୍ଥିତିରେ ଏହି ଚାକିରି ପୁର୍ନବାର ପାଇବାକୁ ଚାହୁଁଛନ୍ତି।
ଉଭୟଙ୍କ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି ଯେ ୟୁନିଭସିର୍ଟୀ ଅଧ୍ୟାପିକାଙ୍କୁ କ୍ଷତିପୂରଣ ଦେବ। କ୍ଷତିପୂରଣ ବାବଦକୁ ୧ କୋଟି ଟଙ୍କା ଦେବାକୁ କୋର୍ଟ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ନେଇ ଅଧ୍ୟାପିକା ଜଣକ ବ୍ରିଟେନରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଲୋକମାନେ ଏହି ମାମଲାରେ ପ୍ରତିକ୍ରୀୟର ମଧ୍ୟ ଦେଉଛନ୍ତି। କିଛି ଲୋକ ତ କୋର୍ଟର ଏହି ନିଷ୍ପତ୍ତିକୁ ସ୍ୱାଗତ ମଧ୍ୟ କରୁଛନ୍ତି।