ପାକିସ୍ତାନ ଅବସ୍ଥା ସାଂଘାତିକ: ଲାହୋରରେ AQI ୧୯୦୦ ପାର୍, ୧୫ହଜାରରୁ ଅଧିକ ହସପିଟାଲରେ ଭର୍ତ୍ତି
ବାୟୁ ପ୍ରଦୂଷଣରେ କେବଳ ଦିଲ୍ଲୀ ନୁହେଁ ପାକିସ୍ତାନର ସ୍ଥିତି ମଧ୍ୟ ଖରାପ । ପାକିସ୍ତାନ ଲାହୋର ସହରରେ ପ୍ରଦୂଷଣ ସ୍ଥିତି ବେଶ୍ ଖରାପ ରହିଛି । ଲାହୋର ଦୁନିଆର ସବୁଠାରୁ ଅଧିକ ପ୍ରଦୂଷିତ ସହର ହୋଇଛି । ସହରର ଏୟାର କ୍ବାଲିଟି ଇଣ୍ଡେକ୍ସ ୧୯୦୦ ପାର୍ ହୋଇଛି । ଫଳରେ ପାକିସ୍ତାନରେ ୧୫ ହଜାରରୁ ଅଧିକ ଲୋକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏମାନେ ସମସ୍ତେ ନିଶ୍ବାସ ପ୍ରଶ୍ବାସ ଜିନତ ସମସ୍ୟାରେ ପଡିଛନ୍ତି ।
ଲାହୋରର ସ୍ଥିତି ଦେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଯଦି ପ୍ରଦୂଷଣକୁ ନେଇ ତତ୍କାଳ ଉପାୟ ନ କରାଗଲେ ସ୍ଥିତି ଅଧିକ ଖରାପ ହୋଇପାରେ । ଏଠିକାର ସରକାର ବାୟୁ ପ୍ରଦୂଷଣ ଉପରେ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣ ଲଗାଇବା ଜରୁରୀ । ଏହାଛଡା ଲୋକମାନେ ନିଜ ଗାଡି ପରିବର୍ତ୍ତେ ସାର୍ବଜନିନ ପରିବହନ ବ୍ୟବହାର କରନ୍ତୁ ।
ଲାହୋର ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ଗାଡିରୁ ନିର୍ଗତ ହେଉଥିବା ଧୂଆଁ, ନିର୍ମାଣ ସ୍ଥଳରେ ଉଡୁଥିବା ଧୂଳି, ଉଦ୍ୟୋଗିକ ପ୍ରଦୂଷଣ । ଏଭଳି ସ୍ଥିତିରେ ଲୋକମାନେ ମାସ୍କ ପିନ୍ଧିବା, ଘରେ ରହିବା ଏବଂ ଏୟାର ପ୍ୟୁରିଫାୟର ବ୍ୟବହାର କରନ୍ତୁ ।
ଲାହୋର ହସପିଟାଲରେ ନିଶ୍ବାସ ନେବାରେ ଅସୁବିଧା, ଶୁଖିଲା କାଶ, ନିମୋନିୟା ଏବଂ ହୃଦଜନିତ ରୋଗରେ ପୀଡିତ ଲୋକଙ୍କ ଲମ୍ବା ଲାଇନ ଲାଗିଛି । ସବୁଠାରୁ ଅଧିକ ପାକିସ୍ତାନର ସରକାରୀ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ପାକିସ୍ତାନୀ ଚିକିତ୍ସା ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ପାକିସ୍ତାନର ଅବସ୍ଥା ଯୋଗୁଁ ପିଲାଙ୍କୁ ଆସ୍ଥମା ଏବଂ ଅନ୍ୟ ରୋଗ ପ୍ରତି ଧ୍ୟାନ ଦେବା ଉଚିତ ।
ଲାହୋରର ୧୪ ମିଲିୟନ ପାଖାପାଖି ଲୋକ ପ୍ରଦୂଷଣର ଶିକାର ହୋଇଛନ୍ତି । ଡିଜେଲ ଗାଡ଼ିରୁ ବାହାରୁଥିବା ଧୂଆଁ, ନଡ଼ା ଜଳାଇବା ସହିତ ଥଣ୍ଡା ପାଗ ଯୋଗୁ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି ।