ୟୁକେରେ ଦ୍ରୁତ ଗତିରେ ବ୍ୟାପୁଛି ଲାମ୍ବଡା ଭାରିଆଣ୍ଟ, ଯାହା ଡେଲ୍‌ଟା ଭାରିଆଣ୍ଟଠୁ ବି ଅଧିକ ବିପଦ

କେନ୍ଯୁଜ୍: ଡେଲ୍‌ଟା ଭାରିଆଣ୍ଟଠୁ ବି ଅଧିକ ବିପଦ ଲାମ୍ବଡା ଭାରିଆଣ୍ଟ । ୟୁକେରେ ଦ୍ରୁତ ଗତିରେ ବ୍ୟାପୁଛି ଲାମ୍ବଡା । ଡେଲ୍‌ଟା ଭାରିଆଣ୍ଟଠାରୁ ଏହା ଅଧିକ ସଂକ୍ରାମକ ବୋଲି ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ଭାରିଆଣ୍ଟ ପ୍ରଥମେ ପେରୁରେ ଚିହ୍ନଟ ହୋଇଥିଲା । ଏବେ ୟୁକେ ସମେତ ୩୦ ଦେଶରେ ଚିହ୍ନଟ ହୋଇଛି ।

ଗତମାସରେ WHO ଲାମ୍ବଡା C.37କୁ ଭାରିଆଣ୍ଟ ଅଫ୍‌ କନସର୍ଣ୍ଣ ବୋଲି ଘୋଷଣା କରିଥିଲା। ଅନେକ ଦେଶରେ ଲାମ୍ବଡା ବ୍ୟାପିବାରେ ଲାଗିଛି। ଯେଉଁଥିପାଇଁ କୋଭିଡ-୧୯ ସଂକ୍ରମଣ ପୁଣି ଅଚାନକ ବଢୁଛି। ପେରୁରେ ୮୦ ପ୍ରତିଶତରୁ ଅଧିକ ମାମଲା ଦେଖାଦେଇଥିଲା। ଲାମ୍ବଡା ଭାଇରସ୍‌ ଏବେ ଦ୍ରୁତ ଗତିରେ ବ୍ୟାପୁଛି। ଆଣ୍ଟିବଡିମାନଙ୍କୁ ବି ସଂକ୍ରମିତ କରୁଛି ଲାମ୍ବଡା ଭାଇରସ୍‌ । ଭାରତରେ ଏପର୍ଯ୍ୟନ୍ତ ଲାମ୍ବଡା ଭାରିଆଣ୍ଟ ଚିହ୍ନଟ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.