ଲ୍ୟାଣ୍ଡ ଫର ଜବ୍‌ ଦୁର୍ନୀତି ମାମଲା, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାରେ ହାଜର ହେଲେ ଭାଇ ଭଉଣୀ

ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ସିବିଆଇ ଏବଂ ଇଡି ଆଗରେ ହାଜର ହେଲେ ତେଜସ୍ୱୀ ଯାଦବ ଏବଂ ମିସା ଭାରତୀ । ଭାଇ ଭଉଣୀକୁ ଜେରା କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

ଲ୍ୟାଣ୍ଡ ଫର ଜବ୍‌ ଦୁର୍ନୀତି ମାମଲାରେ ତେଜସ୍ୱୀ ଯାବଦ ସିବିଆଇ ଏବଂ ଭଉଣୀ ମିସା ଭାରତୀ ଇଡି ଆଗରେ ଜେରା ହୋଇଛନ୍ତି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆଗରେ ହାଜର ହୋଇଛନ୍ତି ଲାଲୁ ଯାଦବଙ୍କର ପୁଅ-ଝିଅ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଲାଲୁଙ୍କ ଝିଅ ମିସା ଭାରତୀ ହାଜର ହୋଇଛନ୍ତି । ସେହିପରି ସିବିଆଇରେ ତାଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ହାଜର ହୋଇଛନ୍ତି ।

ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ମିସା ଭାରତୀ ଇଡି ଅଫିସରେ ହାଜର ହୋଇଛନ୍ତି । ସେହିପରି ତେଜସ୍ୱୀ ଯାଦବ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ବା ପରେ ଜେରା ଚାଲିଛି । ଜେରାର ସମ୍ମୁଖୀନ ହେବା ପାଇଁ ନୂଆଦିଲ୍ଲୀ ସ୍ଥିତ ‘ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଏଜୁକେସନ୍’ର ମୁଖ୍ୟାଳୟରେ ପହଞ୍ଚିବା ପରେ ତେଜସ୍ବୀ ଯାଦବ କହିଲେ, ଏହି ତଦନ୍ତ ବିରୋଧରେ ଲଢ଼ିବା ପାଇଁ ସେ ଓ ତାଙ୍କ ପରିବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ପୂର୍ବରୁ ଏହି ମାମଲାରେ ଲାଲୁ ଯାଦବ ଓ ରାବ୍ରୀ ଦେବୀଙ୍କୁ ସିବିଆଇ ଜେରା କରିଥିଲା । ୨୦୦୪ରୁ ୨୦୦୯ ଯାଏ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିଲେ । ଏହି ସମ ୟରେ ଚାକିରି ଆଶାୟୀଙ୍କ ଠାରୁ ସେ କମ ଦାମରେ ଜମି କିଣି ନିଯୁକ୍ତି ଦେଇଥିଲେ । ଚାକିରି ପାଇଁ ଜମି ମିଳିବା ପରେ ସେ ଏହାକୁ ନିଜ ପରିବାର ଲୋକଙ୍କ ନାଁରେ କରିଥିବା ଅଭିଯୋଗ ହୋଇଛି । ୨୦୧୭ରେ ସିବିଆଇ ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲା ରୁଜୁ କରିଛି ।

ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ମାର୍ଚ୍ଚ ୧୦ ତାରିଖ ଦିନ ଇଡି ତେଜସ୍ୱୀ ଯାଦବଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଚଢ଼ଉ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.