ଚାହୁଁ ଚାହୁଁ ହଠାତ୍‌ ଧସି ପଡିଲା ମାଟି ଅତଡ଼ା, ଗାତରେ ପଶିଗଲେ ଲୋକେ

ଉତ୍ତରପ୍ରଦେଶ ରାଜ୍ୟ ଆଜମଗଡ଼ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ତଥା ଭୟଙ୍କର ଘଟଣା ଦେଖିବାକୁ ମିଳିଛି । ଏଠାକାର ଏକ ମଲରେ ଗ୍ରାହକଙ୍କ ଭିଡ ଜମିଥିବା ବେଳେ ହଠାତ ଖଣ୍ଡେ ବଡ଼ ଭୂମି ୧୦ ରୁ ୧୫ ଫୁଟ ତଳକୁ ଧସି ପଡିଥିଲା । ଦେଖୁ ଦେଖୁ ଅଂଚଳରେ ଯେମିତି ଏକ ପ୍ରକାର ହାହାକାର ଖେଳିଯାଇଥିଲା । ଯିଏ ଯେଉଁଠି ବି ଛିଡା ହୋଇଥିଲେ ପ୍ରାଣ ବିକଳରେ ଦୌଡିବାକୁ ଲାଗିଲେ | ମାଟି ଧସିବା ବେଳେ ୧୦ ରୁ ୧୨ ମଧ୍ୟ ଗଳି ପଡିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ପୁରା ଘଟଣାର ଏକ ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ନଗର ପାଳିକା ଓ ପ୍ରଶାସନ ଉପରେ ରାଗିକି ଖପ୍ପା ହୋଇ ଯାଇଛନ୍ତି ସ୍ଥାନୀୟ ବାସିନ୍ଦା । ଆଜମଗଡ଼ ହରବଂଶପୁର ଅଂଚଳର ଆରଟିଓ ପରିସରରେ ଏହି ଘଟଣା ଘଟିଥିବା ନେଇ ଜଣାଯାଇଛି । ଅଚାନକ ମାଟି ଅତଡ଼ା ଧସି ଯାଇଥିଲା ଓ ଆଖପାଖରେ ଛିଡା ହୋଇଥିବା ଲୋକେ ବିରାଟ ଗାତରେ ଗଳି ପଡ଼ିଥିଲେ ।

ଘଟଣା ପରେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ଦିନ ହେବ ପ୍ରବଳ ବର୍ଷା ସହିତ ନଳା ଆଦିକୁ ଭଲ ଭାବରେ ସଫା କରାଯାଉ ନଥିବାରୁ ଏପରି ଭୟାନକ ଘଟଣା ଘଟିଯାଇଛି । ଭିତରେ ଭିତରେ ମାଟି ସ୍ତର ଦୁର୍ବଳ ହେବା କାରଣରୁ ହିଁ ଏପରି ପରିସ୍ଥିତି ଉପୁଜିଥିବା ସ୍ଥାନୀୟ ଜନସାଧାରଣ କହିଛନ୍ତି । ସୋମବାର ସନ୍ଧ୍ୟାରେ ଅତ୍ୟଧିକ ବର୍ଷା ପରେ ଜମିରେ ପାଣିର ମାତ୍ରା ବଢିଯାଇଥିଲା । ଆଉ ଏହି କାରଣରୁ ହିଁ ମାଟି ଧସି ପଡିଥିଲା ।

ଏହି ସମୟରେ ପାଖଆଖର ଦୋକାନ ମାନଙ୍କରେ କିଛି ଲୋକ ଛିଡା ହୋଇଥିବା ବେଳେ ସେ ମଧ୍ୟରେ କିଛି ମହିଳା ଓ ଶିଶୁ ମଧ୍ୟ ଥିଲେ । ଲୋକେ ଗାତରେ ପଡିବା ସହ ଥୁଆ ହୋଇଥିବା ଜିନିଷ ପତ୍ର ତାଙ୍କ ଉପରେ ପଡିଯାଇଥିଲା । ଆଉ ଏହି ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

Leave A Reply

Your email address will not be published.