ବାଂଲାଦେଶ ନିର୍ବାଚନ : ହସିନା ଓ ସହଯୋଗୀଙ୍କୁ ୨୮୮, ବିରୋଧୀଙ୍କୁ ମିଳିଛି ମାତ୍ର ୬ଟି ଆସନ

ଢାକା : ସେଖ୍‌ ହସିନାଙ୍କ ପାର୍ଟି ବାଂଲାଦେଶ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି । ତାଙ୍କ ଆଓ୍ଵାମୀ ଲିଗ୍‌ ପାର୍ଟି ଏବଂ ସହଯୋଗୀ ଦଳ ମିଶି ମୋଟ୍‌ ୩୦୦ ଆସନରୁ ୨୮୮ଟି ଆସନରେ ବିଜୟୀ ହୋଇଛି । ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କ ବିରୋଧୀ ଦଳ ବାଂଲାଦେଶ ନେସନାଲ ପାର୍ଟି ମାତ୍ର ୬ଟି ସିଟ୍‌ ପାଇଛି । ସରକାର ଗଢ଼ିବା ପାଇଁ ୧୫୧ଟି ଆସନ ଦରକାର । ତେବେ ତିନିଥର ପ୍ରଧାମନ୍ତ୍ରୀ ହୋଇଥିବା ହସିନା ଏଥର ସବୁ ବିରୋଧୀଙ୍କୁ ମାତ୍‌ ଦେଇ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ପଥ ପରିସ୍କାର କରିଛନ୍ତି ।

ଏହି ନିର୍ବାଚନ ଏକ ଫାର୍ସ ଓ ଆଓ୍ଵାମୀ ଲିଗ୍‌ ଦଳ ପକ୍ଷରୁ ବ୍ୟାପକ ରିଗିଂ କରାଯାଇଥିବା ଅଭିଯୋଗ କରିଛନ୍ତି ବିରୋଧୀ । ନିର୍ବାଚନ କମିଶନ୍‌ ନିକଟରେ ମଧ୍ୟ ନିର୍ବାଚନ ଫଳାଫଳକୁ ଅସିଦ୍ଧ ଘୋଷଣା କରି ଆଉ ଥରେ ନିର୍ବାଚନ କରିବା ଲାଗି ଦାବି କରିଛନ୍ତି । ଏହି ନିର୍ବାଚନ ବେଳେ ଦେଶ ବ୍ୟାପି ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଯେଉଁଥିରେ ୧୭ ଜଣ ଲୋକଙ୍କ ପ୍ରାଣହାନି ଘଟିଛି ।

ନିର୍ବାଚନରେ ଜିତିଲେ ବାଂଲା କ୍ରିକେଟ୍‌ କ୍ୟାପଟେନ୍‌ ମୋର୍ତ୍ତାଜା

MORTAZA-1

କ୍ରିକେଟ୍‌ ପଡ଼ିଆରେ ପେସ୍‌ ବୋଲିଂ କରି ପ୍ରତିପକ୍ଷ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଧରାଶାୟୀ କରୁଥିବା ବାଂଲାଦେଶ ଦିନିକିଆ ଟିମ୍‌ ଅଧିନାୟକ MORTAZA-2ମାସରେଫି ମୋର୍ତ୍ତାଜା ନିର୍ବାଚନ ମଇଦାନରେ ମଧ୍ୟ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ କ୍ଲିନ୍‌ ବୋଲଡ୍‌ କରି ଦେଇଛନ୍ତି । ଦେଶର ସାଧାରଣ ନିର୍ବାଚନରେ ସେ ବିପୁଳ ଭୋଟ୍‌ରେ ବିଜୟୀ ହୋଇଛନ୍ତି । ସେ ଆନ୍ତର୍ଜାତିକ କ୍ରିକେଟ୍‌ରେ ସକ୍ରିୟ ଥିବା ବେଳେ ସାଂସଦ ଭାବେ ନିର୍ବାଚିତ ହେବାରେ ପ୍ରଥମ କ୍ରିକେଟ୍‌ ଖେଳାଳି । ମୋର୍ତ୍ତାଜା ପ୍ରଧାନମନ୍ତ୍ରୀ ସେଖ୍‌ ହସିନାଙ୍କ ଆଓ୍ଵାମୀ ଲିଗ୍‌ ପାର୍ଟି ଟିକେଟ୍‌ରେ ନାରାଇଲ-୨ ନିର୍ବାଚନ ମଣ୍ଡଳୀରୁ ଜିତିଛନ୍ତି । ସେ ୨୭୪,୪୧୮ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମିଳିଛି ମାତ୍ର ୮୦୦୬ ଖଣ୍ଡ ଭୋଟ୍‌ ।