ବ୍ରାଜିଲରେ ପ୍ରବଳ ବର୍ଷାଜନିତ ଭୂସ୍ଖଳନ ଘଟଣା: ମୃତ୍ୟୁ ସଂଖ୍ଯା ୧୧୭କୁ ବୃଦ୍ଧି

ବ୍ରାଜିଲ: ବ୍ରାଜିଲର ଐତିହାସିକ ରାଜକୀୟ ନଗରୀ ପେଟ୍ରୋପଲିସ ଓ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷାଜନିତ ଭୂସ୍ଖଳନ ଯୋଗୁଁ ୧୧୭ଙ୍କ ମୃତ୍ୟୁ ହୋଇଛି । ରିଓ ଡି ଜେନେରିଓ ନିକଟ ଏକ ପାର୍ବତ୍ୟ ସହର ଚଳିତମାସ ତମାମ ଲାଗି ରହିଥିବା ବର୍ଷା ଯୋଗୁଁ ଧ୍ୱସ୍ତବିଧ୍ୱସ୍ତ ହୋଇପଡିଛି । ୩୦୦ ଘର ଭାଙ୍ଗିଯିବା ଯୋଗୁଁ ଲୋକ ବାସଚ୍ୟୁତ ହୋଇଛନ୍ତି ।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେଠାରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରହିଛି । ଏଥିରେ ସେନାକୁ ସାମିଲ କରାଯାଇଛି । ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି । ପେଟ୍ରୋପଲିସରେ ତିନି ଦିନ ପାଇଁ ଶୋକ ପାଳନ କରାଯାଉଛି । ପ୍ରବଳ ପାଣିରେ ଗାଡ଼ି ମୋଟର ଭାସି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏମିତିକି ଏକ ଯାତ୍ରାବାହୀ ବସ ମଧ୍ୟ ଭାସି ଯାଉଛି । ଯାତ୍ରୀମାନେ ପ୍ରାଣ ବିକଳରେ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ମୁଖ୍ୟ ରାସ୍ତାରେ ଥିବା ଗାଡ଼ି ଗୁଡ଼ିକ ବୁଡ଼ି ଯାଇଛି । ଶହଶହ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.