ଜେରୁସାଲମ୍ : ଦକ୍ଷିଣ ଲେବନାନରେ ଥିବା ହିଜିବୁଲ ଉପରେ ଇସ୍ରାଏଲ ସେନା ଏକ ବଡ ଏୟାର ଷ୍ଟ୍ରାଇକ କରିଛି । ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଦ୍ଵାରା ଟାର୍ଗେଟରେ ରହିଥିବା ଏୟାର ଷ୍ଟ୍ରାଇକରେ ହିଜବୁଲ୍ ମୁଖ୍ୟାଳୟ ଅସ୍ତ୍ରଶସ୍ତ୍ର ସଂରକ୍ଷଣ ସୁବିଧା ରକେଟ, ଲଞ୍ଚର୍ , ସହ ୧୫୦ରୁ ଅଧିକ ଆତଙ୍କବାଦୀଙ୍କ ଭିତ୍ତି ଭୂମି ଭାଙ୍ଗି ଦିଆଯାଇଛି । ଏହି ସମୟରେ ଅଧିକ ସଂଖ୍ୟକ ଆତଙ୍କବାଦୀ ମୃତ୍ୟୁ ବରଣ କରିଛନ୍ତି ।
କିନ୍ତୁ ଏହି ସମ୍ପର୍କରେ ପ୍ରକୁତରେ କେତେ ସଂଖ୍ୟକ ପ୍ରାଣ ହରାଇଛନ୍ତି ସେ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଅକ୍ଟୋବରରେ ତେଲ ଅବିବ ଉପରେ ଇରାନ୍ ଆକ୍ରମଣ ପରେ ଏହି ଆକ୍ରମଣ ହୋଇଛି । ଇରାନ ବିରୋଧରେ ପ୍ରତିଶୋଧ ନେବାକୁ ଇସ୍ରାଏଲ ମଧ୍ୟ ଶପଥ ନେଇଛି । ଇସ୍ରାଏଲ ସେନା କହିଛି କି ସେନା ଆଇ ଏଏ ଏଫ୍ ସହଯୋଗରେ ସୀମା ନିକଟରେ ଥିବା ଆତାଙ୍କବାଦୀକୁ ହଟାଇ ଦେଇଛନ୍ତି । ସଠିକ୍ ମାର୍ଗଦର୍ଶନ ତଥା କାର୍ଯ୍ୟ କଳାପ ମାଧ୍ୟମରେ ହିଜବଲ୍ଲାର ଭିତ୍ତିଭୂମି ନଷ୍ଟ କରିଛନ୍ତି ।
ଇସ୍ରାଏଲ ସେନା କହିଛି କି ହିଜବୁଳ୍ଲାରେ ଥିବା ମୁଖ୍ୟାଳୟକୁ ନଷ୍ଟ କରାଯାଇଛି । ରକେଟ୍, ଲଞ୍ଚର୍, ବିସ୍ଫୋରକ ଭଣ୍ଡାର,ଏହା ସହ ଅତିରିକ୍ତ ସେନା ଉପକରଣ ସାମିଲ ହିଜ ବୁଲ୍ଲାରେ ସାମିଲ ଥିଲା । ଯାହାକୁ କି ଇସ୍ରାଏଲ ସେନା ଖୋଜି ନଷ୍ଟ କରି ଦେଇଛି । ଇରାନ ଆକ୍ରମଣ ସତ୍ତ୍ୱେ ଲେବାନନରେ ହିଜବୁଲ୍ଲ ଟାର୍ଗେଟ ଉପରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି । ଇସ୍ରାଏଲ ସେନା ମଧ୍ୟ ଏକ ଗ୍ରାଉଣ୍ଡ ଅପରେଶନ ଜାରି ରଖିଛି । ଯେଉଁଥିରେ ହିଜବୁଲ୍ଲ ଆତଙ୍କବାଦୀଙ୍କୁ ଖୋଜା ଖୋଜି କରୁଛି ।