ଦେଶ ବିଦେଶ

ମଧ୍ୟପ୍ରଦେଶ: ସବୁଠୁ ବଡ଼ ନଗାଡ଼ା ପ୍ରସ୍ତୁତ, ମାର୍ଚ୍ଚ ୧୩ରେ ପଠାଯିବ ଅଯୋଧ୍ୟା…ପ୍ରତିଷ୍ଠା ହେବ ବିଶ୍ୱ ରେକର୍ଡ

ମଧ୍ୟପ୍ରଦେଶର ରିଓ୍ଵାରେ ମହାଶିବରାତ୍ରି ଉତ୍ସବ ଏଥର ସ୍ୱତନ୍ତ୍ର ହେବାକୁ ଯାଉଛି । ଏଠାରେ ବିଶ୍ୱର ସବୁଠାରୁ ବଡ଼ ନଗାଡ଼ା ପ୍ରସ୍ତୁତ ହୋଇଛି । ନଗାଡ଼ାର ଓଜନ ୧ ଟନ୍‌ ଥିବାବେଳେ ଉଚ୍ଚତା ୬ ଫୁଟ୍‌ ଏବଂ ଚଉଡ଼ା ୧୧ ଫୁଟ୍‌ ରହିିଛି । ଅଯୋଧ୍ୟାସ୍ଥିତ ଭଗବାନ ରାମଙ୍କୁ ଏହି ନଗାଡ଼ା ସମର୍ପଣ କରାଯିବ । ଏହାସହିତ ଏଠାରେ ପୁଣିଥରେ ବିଶ୍ୱ ରେକର୍ଡ ପ୍ରତିଷ୍ଠା ହେବାକୁ ଯାଉଛି ।

ଏହି ନଗାଡ଼ାକୁ ମହାଶିବରାତ୍ରି ପର୍ବରେ ପୂଜାର୍ଚ୍ଚନା କରାଯାଇ ଭଗବାନ ରାମଙ୍କୁ ସମର୍ପଣ କରାଯିବ । ବିଶ୍ୱର ସବୁଠୁ ବଡ଼ କୁହାଯାଉଥିବା ଏହି ନଗାଡ଼ାକୁ ମାର୍ଚ୍ଚ ୧୨ ତାରିଖରେ ୧୦୧ଟି ଗାଡ଼ି ସହିତ ଅଯୋଧ୍ୟା ଅଭିମୁଖେ ନିଆଯିବ । ରିଓ୍ଵାରୁ ଅଯୋଧ୍ୟା ଯିବା ରାସ୍ତାରେ ମୋଟ ୧୦୮ଟି ସ୍ଥାନରେ ଶ୍ରଦ୍ଧାଳୁମାନେ ଏହାକୁ ଭବ୍ୟ ସ୍ୱାଗତ କରିବେ । ମାର୍ଚ୍ଚ ୧୩ରେ ଏହା ଅଯୋଧ୍ୟା ନଗରୀରେ ପହଞ୍ଚିବ ।

ଗତବର୍ଷ ମହାଶିବରାତ୍ରି ସମୟରେ ମଧ୍ୟ ରିଓ୍ଵାରେ ଏକ ରେକର୍ଡ ପ୍ରତିଷ୍ଠା କରାଯାଇଥିଲା । ଏଠାରେ ୧,୧୦୦ କିଲୋର ଏକ କଡ଼େଇରେ ୫,୧୦୦ କିଲୋର ମହାପ୍ରସାଦ ତିଆରି ହୋଇଥିଲା, ଯାହାକୁ ଏସିଆର ସବୁଠାରୁ ବଡ଼ ରେକର୍ଡ ବୋଲି ବିବେଚନା କରାଯାଇଥିଲା । ଏବେ ଏହି କଡ଼େଇକୁ ନଗାଡ଼ା ରୂପରେ ବଦଳାଇ ଦିଆଯାଇଛି । ବାରାଣସୀ ଓ ରିଭାରୁ କଳାକାରମାନେ ଆସି ଏଠାରେ କାରିଗରୀ କାମ କରିଥିଲେ ଏବଂ ଏହାକୁ ନଗାଡ଼ା ରୂପରେ ବଦଳାଇଥିଲେ ।

ବର୍ତ୍ତମାନ ଏହି ନଗାଡ଼ାକୁ ବିଶ୍ୱ ରେକର୍ଡ ପାଇଁ ନାମିତ କରାଯିବ । ଗିନିଜ୍‌ ବୁକ୍‌, ଏସିଆ ବୁକ୍‌ ଏବଂ ଲିମ୍‌କା ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌ର ଟିମ୍‌ ଏଠାରେ ପହଞ୍ଚିଛନ୍ତି ।

Roshni

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

9 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

28 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

36 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

53 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago