ବଢିଲା NEET UG ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ ତାରିଖ, ଏବେ ୨୦ ମଇ ପର୍ଯ୍ୟନ୍ତ କରିପାରିବେ ଆବେଦନ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (NTA) ପକ୍ଷରୁ ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରୋନ୍ସ ଟେଷ୍ଟ (NEET) ୨୦୨୨ ପାଇଁ ରେଜିଷ୍ଟ୍ରେସନ ତାରିଖ ବୃଦ୍ଧି ପାଇଛି। ଏବେ ସମସ୍ତ ଆବେଦନକାରୀ NTA NEET 2022 ର ଅଫିସିଆଲ ୱେବସାଇଟକୁ ଯାଇ neet.nta.ac.in କୁ ଯାଇ ୨୦ ମଇ ପର୍ଯ୍ୟନ୍ତ ଅନଲାଇନ ଆବେଦନ କରିପାରିବେ। ପୂର୍ବରୁ ଏଥିରେ ଆବେଦନ କରିବା ପାଇଁ ୧୫ ମଇ ଶେଷ ତାରିଖ ଥିଲା, ଯାହାକୁ ଏବେ ବୃଦ୍ଧି କରାଯାଇଛି।

ଅଫିସିଆଲ ସୂଚନା ଅନୁଯାୟୀ, ଯେଉଁ ମହିଳା ଆବେଦନକାରୀ ଆର୍ମଡ ଫୋର୍ସଜ ମେଡିକାଲ ସର୍ଭିସେସରେ B.Sc ନର୍ସିଂ କୋର୍ସରେ ଆଡମିସନ ନେବାକୁ ଚାହୁଁଛନ୍ତି, ସେମାନେ ମଧ୍ୟ ନିଟ୍‌ ପରୀକ୍ଷା ପାଇଁ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ ଭାରତୀୟ ସେବାର ଅଧିକାରକ ୱେବସାଇଟ joinindianarmy.nic.in କୁ ଯାଇ ଚେକ୍‌ କରିପାରିବେ।

NTA ପରୀକ୍ଷା ୧୭ ଜୁଲାଇ ୨୦୨୨ରୁ ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫.୨୦ ମିନିଟ୍‌ ଯାଏଁ ଚାଲିବ। ନିଟ୍‌ ୟୁଜି ୨୦୨୨ ଭାରତର ୫୪୩ ସହର ଏବଂ ବିଦେଶର ୧୪ଟି ସହରରେ ଇଂଲିଶ, ହିନ୍ଦୀ, ଆସାମୀୟ, ବଙ୍ଗାଲି, ଗୁଜରାଟୀ, କନ୍ନଡ, ମଲୟାଲମ, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉଦ୍ଧ୍‌ୁର୍ ଭାଷାରେ ଆୟୋଜନ ହେବ। ଅଧିକ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଚେକ୍‌ କରିପାରିବେ।

ସମସ୍ତ ଯୋଗ୍ୟ ପ୍ରାର୍ଥୀ NEET UG 2022 ପାଇଁ ଅଫିସିଆଲ ୱେବସାଇଟ neet.nta.ac.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏଥିରେ ଆବେଦନ କରିବା ପାଇଁ ସାଧାରଣ ପ୍ରାର୍ଥୀଙ୍କୁ ୧୬୦୦ ଟଙ୍କା ଆବେଦନ ଶୁଳ୍କ ଜମା କରିବାକୁ ହେବ। ଏହାସହିତ ଜଡିତ ଅନ୍ୟ ବିଷୟରେ ଜାଣିବା ପାଇଁ ହେଲପଲାଇନ ନଂ 011-40759000 କିମ୍ବା ମେଲ ଆଇଡି [email protected] କୁ ଯାଇ ଜାଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.