ଗଙ୍ଗାରେ ବିସର୍ଜିତ ହେଲା ଅଟଳଙ୍କ ଚିତା ଭସ୍ମ

ହରିଦ୍ୱାର : ଗଙ୍ଗାନଦୀରେ ବିସର୍ଜିତ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତା ଭସ୍ମ । ବାଜପେୟୀଙ୍କ ଝିଅ ନମିତା ଭଟ୍ଟାଚାର୍ୟ୍ୟ ହରି-କି-ପୌରୀ ଘାଟରେ ଅସ୍ଥି ବିସର୍ଜନ କରିଛନ୍ତି । ଏତିକିବେଳେ ବାଜପେୟୀଙ୍କ ପରିବାର ଲୋକ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓତଙ୍କ ସମେତ ବିଜେପିର ବହୁ ନେତା ଓ ହଜାର ହଜାର କର୍ମୀ ଉପସ୍ଥିତ ଥିଲେ।

ନିଶ୍ଚିତ ପଢ଼ନ୍ତୁ : ଏମିତି ଏକ ମନ୍ଦିର ଯେଉଁଠାରେ ଲୋକମାନେ ପୂଜୁଛନ୍ତି ବାଜପେୟୀଙ୍କୁ

ଉତ୍ତରାଖଣ୍ଡରୁ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି କଳସ ଯାତ୍ରାର ଶୁଭାରମ୍ଭ ହୋଇଛି । ଆଜି ଉତ୍ତରାଖଣ୍ଡ ଏୟାରପୋର୍ଟରେ ଅସ୍ଥି କଳସ ପହଞ୍ଚିବା ପରେ ଗଙ୍ଗା ନଦୀ ପର୍ୟ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ଏହାକୁ ନିଆଯାଇଥିଲା । ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବାଜପେୟୀଙ୍କ ଆତ୍ମୀୟଙ୍କ ସହ ହଜାର ହଜାର ଲୋକ ଏହି । ଆଜି ସକାଳେ ବାଜପେୟୀଙ୍କ ଝିଅ ନମିତା ଓ ନାତୁଣୀ ନିହାରିକା ରାଷ୍ଟ୍ରୀୟ ସ୍ମୃତି ସ୍ଥଳରୁ ଅସ୍ଥି ସଂଗ୍ରହ କରିଥିଲେ । ଆଗକୁ ଦେଶର ୧୦୦ଟି ପବିତ୍ର ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଉତ୍ତରପ୍ରଦେଶରୁ ୧୮ଟି କଳସ ଯାତ୍ରା ବାହାରିବ । ରାଜ୍ୟର ବିଭିନ୍ନ ପବିତ୍ର ନଦୀରେ ଏହି ଅସ୍ଥି ବିସର୍ଜନ ହେବ ।