ଦେଶ ବିଦେଶ

ଲତା ମଙ୍ଗେସକରଙ୍କ ଭାଇ ହୃଦୟନାଥ ମଙ୍ଗେସକର ହସପିଟାଲରେ ଭର୍ତ୍ତି, ଶୀଘ୍ର ସୁସ୍ଥ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି

ଦିବଙ୍ଗତ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଭାଇ ତଥା କଣ୍ଠଶିଳ୍ପୀ ହୃଦୟନାଥ ମଙ୍ଗେସକର ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ହୃଦୟନାଥଙ୍କ ପୁଅ ତଥା କଣ୍ଠଶିଳ୍ପୀ ଆଦିତ୍ୟନାଥ ମଙ୍ଗେସକର ଏହି ସୂଚନା ଦେଇଛନ୍ତି। ହୃଦୟନାଥଙ୍କ ସ୍ୱାସ୍ଥ୍ୟରେ ଧିରେ ଧିରେ ସୁଧାର ଆସୁଛି ଏବଂ ୧୦ ଦିନ ପରେ ହସପିଟାଲରୁ ଫେରିବେ ବୋଲି ସୂଚନା ମିଳିଛି। ତେବେ ତାଙ୍କର କ’ଣ ଦେହ ଖରାପ ରହିଥିଲା, ତାହାର କିଛି ସୂଚନା ଦେଇନାହାନ୍ତି ପୁଅ ଆଦିତ୍ୟନାଥ।

ଲତା ଦୀନାନାଥ ମଙ୍ଗେସକର ପୁରସ୍କାରର ଉଦଘାଟନ ଅବସରରେ, ଆଦିତ୍ୟନାଥ ସଭାକୁ ସମ୍ୱୋଧିତ କରି କହିଥିଲେ, ତାଙ୍କ ବାପା ହୃଦୟନାଥ ମଙ୍ଗେସକର ସବୁବେଳେ ସ୍ୱାଗତ ଭାଷଣ ଦେବା ସହ ଟ୍ରଷ୍ଟ ବାବଦରେ ସୂଚନା ଦେଉଥିଲେ। କିନ୍ତୁ ଚଳିତ ବର୍ଷ ସେ ଏପରି କରିବାକୁ ସକ୍ଷମ ନୁହନ୍ତି। ସେ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି। ଭାଗବାନଙ୍କ କୃପାରୁ ଆସନ୍ତା ୮ରୁ ୧୦ ଦିନରେ ଘରକୁ ଫେରିଆସିବେ। ମଙ୍ଗେସକର ପରିବାରରେ ହୃଦୟନାଥ ସବୁଠୁ ସାନ,କିନ୍ତୁ ସଙ୍ଗୀତ ଏବଂ ଫିଲ୍ମ ଉଦ୍ୟୋଗରେ ବାଲାସାହେବ ନାଁରେ ବେଶ ପରିଚିତ। ୨୦୦୯ ମସିହାରେ ହୃଦୟନାଥଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର।

ଲତା ଦୀନାନାଥ ମଙ୍ଗେସକର ପୁରସ୍କାର ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ରହିଥିଲେ। ମୋଦି ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଶୀଘ୍ର ଠିକ୍‌ ହେବା ନେଇ କାମନା କରିଛନ୍ତି। ଗତକାଲି ହିଁ ମାଷ୍ଟର ଦୀନାନାଥଙ୍କ ୮୦ତମ ପୂଣ୍ୟତିଥି ରହିଥିଲା।

ଲତା ମଙ୍ଗେସକର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସପିଟାଲରେ ୬ ଫେବୃଆରୀ ୨୦୨୨ରେ ମାତ୍ର ୯୨ ବୟସରେ ପରଲୋକ ହୋଇଥିଲା। ଲତାଙ୍କର ମଲ୍ଟିପଲ୍‌ ଅର୍ଗାନ୍‌ ଫେଲ ମାରିଥିଲା। ଫିଲ୍ମ ଇଣ୍ଡଷ୍ଟ୍ରୀ ଠାରୁ ଆରମ୍ଭ କରି ଗୀତ ଇଣ୍ଡଷ୍ଟ୍ରୀ ଯାଏଁ ଚାରିଆଡେ ଶୋକର ଛାୟା ଖେଳିଯାଇଥିଲା। ୧୯୨୯ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ ଲତା। ମାତ୍ର ୫ ବର୍ଷ ବୟସରେ ବାପାଙ୍କ ଠାରୁ ସଂଗୀତ ଶିଖିଥିଲେ ଲତା। ୧୯୪୨ରେ ସଂଗୀତ ଜୀବନ ଆରମ୍ଭ କରିଥିଲେ। ୧୯୬୯ ପ୍ରଚ୍ଛଦପଟ ଗାୟିକା ଭାବେ ସମ୍ମାନ ମିଳିଥିଲା। ୧୯୭୪ ସର୍ବାଧିକ ଗୀତ ଗାଇ ରେକର୍ଡ ସୃଷ୍ଟି କରିଥିଲେ। ମଧୁର ସ୍ୱର ପାଇଁ ତାଙ୍କୁ ନାଇଟିଙ୍ଗେଲ ବୋଲି କୁହାଯାଉଥିଲା। ଲତା ମଙ୍ଗେସକର ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏହା ସହିତ ୪ଥର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ୪ ଥର ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ଦୁଇ ଥର ତାଙ୍କୁ ଫିଲ୍ମ ଫେୟାର ସ୍ପେଶାଲ୍ ପୁରସ୍କାର ଦିଆଯାଇଥିଲା। ତାଙ୍କୁ ଫିଲ୍ମ ଫେୟାର ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଥିଲା। ସେ ହିନ୍ଦୀ ସହିତ ବିଭିନ୍ନ ଭାଷାରେ ୫୦ ହଜାରରୁ ଅଧିକ ଗୀତ ଗାଇଛନ୍ତି।

Swagatika

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

4 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

20 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

53 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

55 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago