ଲରେନ୍ସ ବିଷ୍ଣୋଇ ପରେ ବମ୍ବିହା ଗ୍ୟାଙ୍ଗର ଉତ୍ପାତ, ଦିଲ୍ଲୀ ବ୍ୟବସାୟୀଙ୍କ ଘରକୁ କଲା ଗୁଳିମାଡ: ସାମ୍ନାକୁ ଆସିଲା ଭିଡିଓ
ଦିଳ୍ଲୀର ଜଣେ ବ୍ୟବସାୟୀଙ୍କ ଘର ଉପରେ ଗୁଳିମାଡ କରିଛି ଲରେନ୍ସ ବିଷ୍ଣୋଇ ବିରୋଧୀ ଗ୍ୟାଙ୍ଗ ବମ୍ବିହା ଗ୍ୟାଙ୍ଗ । ଗୁଳିମାଡ ସମୟର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି କି, ବାଇକରେ ଦୁଇ ଜଣ ଲୋକ ଆସି ବ୍ୟବସାୟୀଙ୍କ ଘରେ ବାହାରେ ଠିଆ ହୋଇଛନ୍ତି । କିଛି ସମୟ ପରେ ଘରକୁ ଏକ ଚିଠି ଫୋପାଡିବା ପରେ ଗୁଳିମାଡ କରିଛନ୍ତି ।
ସୂଚନା ମୁତାବକ, ଅକ୍ଟୋବର ୨୬ ଉତ୍ତର ପଶ୍ଚିମ ଦିଲ୍ଲୀର ରାନୀବାଗରେ ରାତି ୮.୪୦ରେ ଜଣେ ବ୍ୟବସାୟୀଙ୍କ ଘର ଉପରେ ଗୁଳିମାଡ କରିଥିଲେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବିରୋଧୀ ବମ୍ବିହା ଗ୍ୟାଙ୍ଗ । ଏମାନେ ଏକ ବାଇକରେ ଆସି ଘର ବାହାରେ ଠିଆ ହୋଇଥିଲେ । ପରେ ଏକ ଚିଠି ବ୍ୟବସାୟୀଙ୍କ ଘରକୁ ପକାଇଥିଲେ । ବ୍ୟବସାୟୀଙ୍କ ଠାରୁ ୧୫ କୋଟି ଟଙ୍କା ଦାବି କରି ପରେ ଘରକୁ ଗୁଳିମାଡ କରିଥିଲେ । ୮ ରାଉଣ୍ଡ ଗୁଳି ଚଳାଉଥିଲେ ଏମାନେ ।
ସୁଟର ଗୁଳିମାଡର ଭିଡିଓ କରି ଆମେରିକା ମଧ୍ୟ ପଠାଇଥିଲେ । ପୋଲିସ କହିବା ମୁତାବକ, ସୁଟର ବିଲାଲ ଅନସାରୀ ଏବଂ ସୁହେବ ୨୬ ଅକ୍ଟୋବର ରାତି ୮.୪୦ରେ ଗୁଳିମାଡ କରିଥିଲେ । ପୋଲିସ ଏହାର ସୂଚନା ୨୮ ଏବଂ ୨୯ ଅକ୍ଟୋବରରେ ପାଇଥିଲା । ଦିଲ୍ଲୀ ପୋଲିସ ସ୍ପେଶାଲ ସୂଚନା ମିଳିଥିଲା କି, ସୁଟର ନିଜ ସାଥିକୁ ଦେଖା କରିବା ପାଇଁ ଦିଲ୍ଲୀ କରୋଲବାଗ ଅଞ୍ଚଳ ଯାଉଛି ।
दिल्ली में बिजनेसमैन के घर के बाहर फायरिंग
लॉरेंस बिश्नोई के एंटी बम्बिहा गैंग ने 15 करोड़ की रंगदारी के लिए की फायरिंग
शूटर ने फायरिंग का वीडियो भी बनाया और फिर पर्ची भी फेंकी pic.twitter.com/DBK9NGXRVU
— Mohammad Imran (@ImranTG1) November 3, 2024
ଏହାପରେ ସୁଟରକୁ ଧରିବା ପାଇଁ ପୋଲିସ ଟିମ୍ ରାସ୍ତାରୋକ କରିଥିବା ବେଳେ ସୁଟର ବାଇକ ନେଇ ଫେରାର ହେବାକୁ ଚେଷ୍ଟା କରିଥିଲା । ପୋଲିସ ଉପରକୁ ଗୁଳି ମଧ୍ୟ ଚଳାଇଥିଲା ସୁଟର । ଫଳରେ ପୋଲିସ ଆତ୍ମରକ୍ଷା କରି ଏନକାଉଣ୍ଟର କରିଥିଲା । ସୁଟର ଗୋଡରେ ଗୁଳି ବାଜିଥିବା ଜଣାପଡିଛି । ଗୁଳି ବାଜିବା ପରେ ପୋଲିସ ସୁଟରକୁ ଗିରଫ କରିଛି ।
ସୂଚନାଯୋଗ୍ୟ, ବମ୍ବିହା ଗ୍ୟାଙ୍ଗ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବିରୋଧୀ । ଭାରତରେ ଏହି ଗ୍ୟାଙ୍ଗକୁ କୌଶଳ ଚୌଧୁରୀ ଏବଂ ତାଙ୍କ ସହଯୋଗୀ ଅତିମ ଡାଗର ଚଳାଉଛନ୍ତି । କୌଶଲ ଚୌଧୁରୀ ଏବେ ଗୁରୁଗ୍ରାମର ଏକ ଜେଲରେ ବନ୍ଦୀ ରହିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଧ୍ବଂସ କରିବାକୁ ଚାହୁଛି ବମ୍ବିହା ଗ୍ୟାଙ୍ଗ ।