ବିନା ପୋଷାକରେ ଗାଡି ଧରି ସହରରେ ବୁଲିଲେ ଓକିଲ, ଧରାପଡିବା ପରେ ଏବେ ଯିବେ ଜେଲ୍‌

ଓକିଲଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଜେଲ। କଥାଟା ଶୁଣି ଆପଣଙ୍କୁ ଅଡୁଆ ଲାଗୁଥାଇପାରେ ନିଶ୍ଚିତ। କିନ୍ତୁ ସତ। ଓକିଲ ଏପରି କାମ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ଦଣ୍ଡାଦେଶ ଶୁଣାଯାଇଛି। ଓକିଲ ଜଣକ ବର୍ଷକରେ ତୃତୀୟ ଥର ପାଇଁ ଉଲଗ୍ନ ହୋଇ ଗାଡି ଚଲାଇଥିଲେ, ଯେଉଁଥିପାଇଁ ତାଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହାସହିତ ସୁପ୍ରିମକୋର୍ଟ ଓକିଲଙ୍କୁ ଅନିଶ୍ଚିତା କାଳ ପାଇଁ ନ୍ୟାୟିକ କାର୍ଯ୍ୟରୁ ସସପେଣ୍ଡ କରିଦେଇଛନ୍ତି। ଏହି ମାମଲାରେ ଆମେରିକାର ଓହିୟୋରେ ଘଟିଛି।

ଖବର ମୁତାବକ, ୫୦ ବର୍ଷୀୟ ସିନିଅର ଓକିଲ ସ୍କଟ୍‌ ବ୍ଲୋଭୋଲ୍ଟ ୧୯୯୭ରୁ ଓକିଲାତି କରୁଛନ୍ତି। କିନ୍ତୁ ଉଲଗ୍ନ ହୋଇ ଗାଡି ଚଲାଇବା ଅଭ୍ୟାସ ତାଙ୍କ କାମ ଉପରେ ପଡିଛି। ୨୦୧୮ ଏବଂ ୨୦୨୧ ମଧ୍ୟରେ ସେ ୫ ଥର ଉଲଗ୍ନ ହୋଇ ଗାଡି ଚଲାଇଥିବା ଦେଖିବାକୁ ମିଳିଛି। କିନ୍ତୁ ଗତ ବର୍ଷକ ମଧ୍ୟରେ ସେ ତିନି ଥର ଉଲଗ୍ନ ହୋଇ ଗାଡି ଚଲାଇଛନ୍ତି। ଏହା ସହିତ ଗାଡି ଚଲାଇବା ବେଳେ ମହିଳାଙ୍କ ସହିତ ଅଶ୍ଳୀଳ କାମ କରିଥିବା ଅଭିଯୋଗ ମଧ୍ୟ ହୋଇଛି।

ଏହା ପ୍ରଥମ ଥର ପାଇଁ ନୁହେଁ ବରଂ ପୂର୍ବରୁ ଏପରି ଅଭିଯୋଗ ହୋଇଛି। ୨୦୨୦ରେ ସାର୍ବଜନୀନ ଭାବେ ଅଭଦ୍ରତା କରିବା ଏବଂ ଦାୟିତ୍ୱହୀନ ଭାବେ ଗାଡି ଚଲାଇବା ପାଇଁ ଦୋଷୀ ହୋଇଥିଲେ। ପ୍ରକୃତରେ ସ୍କଟ୍‌ଙ୍କୁ ହାଇପର ସେକ୍ସ୍ୟୁଲିଟି ଡିସଅର୍ଡର ରୋଗ ରହିଛି। ଏଥିପାଇଁ ତାଙ୍କୁ ୨ ବର୍ଷର ଚିକିତ୍ସାରେ ପଠାଯାଇଥିଲା।

man

୨୦୨୦ରେ ଉଲଗ୍ନ ହୋଇ ଗାଡି ଚଲାଇବା ଏବଂ ଦୁଇଥର ଅଶ୍ଳୀଳ କାମ କରିବା ପାଇଁ ଗିରଫ କରାଯାଇଥିଲା। ସେତେବେଳେ ବଟଲର କାଉଣ୍ଟି ବାର ଆସୋସିଏସନ ନିଲମ୍ବନ ଦାବି କରିଥିଲା। କିନ୍ତୁ ଏଥର ତାଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଜେଲରେ ରହିବା ଦଣ୍ଡାଦେଶ ସହିତ ୨ରୁ ୫ ବର୍ଷ ପର୍ଯ୍ୟନ୍ତ ପ୍ରୋବେସନରେ ରଖାଯାଇଛି।

ଏହି ମାମଲାରେ ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ସ୍କଟଙ୍କର ଯେଉଁ ଗମ୍ଭୀର ସମସ୍ୟା ରହିଛି, ସେଥିପାଇଁ ସେ ନିଜ ବ୍ୟବହାରରେ ଦୁଃଖିତ ରହିଛନ୍ତି। ଭବିଷ୍ୟରେ ଲ ପ୍ରାକ୍ଟିସ କରି ଫେରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସେତେବେଳେ ତାଙ୍କ ମାନସିକ ସ୍ୱାସ୍ଥ୍ୟ ଠିକ୍‌ ରହିଛି ବୋଲି ପ୍ରମାଣ ଦେବାକୁ ହେବ।

Leave A Reply

Your email address will not be published.