ଦିଲ୍ଲୀ ଜିଲ୍ଲା ଅଦାଲତରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ, ଆଜିଠୁ ଫେରିବେ କାମକୁ

ନୂଆଦିଲ୍ଲୀ : ଆଜି କାମକୁ ଫେରିବେ ଆଇନଜୀବୀ । ଦିଲ୍ଲୀ ଜିଲ୍ଲା ଅଦାଲତରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଆଇନଜୀବୀ କାମରେ ଯୋଗଦେବେ । ତିସ୍‌ ହଜାରୀ କୋର୍ଟ ପରିସରରେ ହିଂସା ପରେ ପୋଲିସ ଅଧିକାରୀଙ୍କୁ ଗିରଫ ଦାବି କରି ଗତ ୪ ତାରିଖରୁ ଆନ୍ଦୋଳନ ଜାରି ରହିଥିଲା ।

ଯେପର୍ଯ୍ୟନ୍ତ, ଏହି ମାମଲାର ନ୍ୟାୟିକ ଯାଞ୍ଚ ଶେଷ ନହୋଇଛି, ସେପର୍ଯ୍ୟନ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରାଯିବନାହିଁ । ଏହା ସହ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହା ସହ ଆଇନଜୀବୀଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ କହିଛନ୍ତି କୋର୍ଟ । ଫଳରେ ଆଇନଜୀବୀ ତାଙ୍କ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ଗତ ୨ ତାରିଖରେ ପାର୍କିଂକୁ ନେଇ ପୋଲିସ ଓ ଆଇନଜୀବୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏଥିରେ ୨୦ରୁ ଅଧିକ ପୋଲିସ ଅଧିକାରୀ ଓ ଅନେକ ଆଇନଜୀବୀ ଆହତ ହୋଇଥିଲେ । ଏହାକୁ ନେଇ ଜିଲ୍ଲା ଅଦାଲତରେ ୧୧ ଦିନ ହେବ କାମ ଠପ୍‌ ହୋଇ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.