ମାତିଛି ଚିତା, ଯାହାକୁ ଦେଖୁଛି କରୁଛି ଆକ୍ରମଣ; ସିସିଟିଭିରେ କଏଦ ହେଲା ଲାଇଭ୍ ଭିଜୁଆଲ
ସହର ଭିତରକୁ ପଶି ଆସି ଆତଙ୍କ ଖେଳାଉଛି ଚିତା। ଯାହାକୁ ଦେଖୁଛି ଆକ୍ରମଣ କରୁଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ମୁତୟନ ହୋଇଥିଲେ ମଧ୍ୟ ଚିତା ବାଘକୁ ଧରିପାରୁନାହାନ୍ତି। ଫଳରେ ଲୋକମାନେ ଆତଙ୍କିତ ଅଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ନୌର ଗୁଣ୍ଡବାର ପାହାଡ଼ପୁର ଓ କଲ୍ୟାଣପୁର ଅଞ୍ଚଳରେ। ଏଠାକୁ ଶନିବାର ବିଳମ୍ବିତ ରାତିରେ ଏକ ଚିତା ବାଘ ପଶି ଆସିଛି। ଚିତାର ଫଟୋ ଓ ଭିଡିଓ ସିସିଟିଭିରେ ବି କଏଦ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଶନିବାର ବିଳମ୍ବିତ ରାତିରେ ଏକ ଚିତା ବାଘ କଲ୍ୟାଣପୁର ଅଞ୍ଚଳ ଭିତରକୁ ପଶି ଆସିଥିଲା। ତାକୁ ଦେଖି ଲୋକେ ଭୟରେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ଫଳରେ ସେ ଲୋକଙ୍କୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ପାଖାପାଖି ୫-୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଚିତାକୁ ଧରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ।
A Leopard Attacked A Sipahi In Lucknow. Lucknow: Leopard entered the dense population of Gudamba, three injured including a soldier in the attack, panic in the area https://t.co/0aaTdeeYa4
— imran khan (@Khan279Imran) December 25, 2021
ବନ ବିଭାଗର କର୍ମଚାରୀ ସ୍ଥାନୀୟ ଅଞ୍ଚଳରେ ଚିତାକୁ ଧରିବାକୁ ଜାଲ ବିଛାଇଥିଲେ। କିନ୍ତୁ ଟର୍ଚ୍ଚ ଆଲୁଅ ଦେଖି ଚିତାଟି ସ୍ଥାନ ଛାଡ଼ି ଜଙ୍ଗଲକୁ ଚାଲିଯାଇଥିଲା। ଏହା ପରେ ପୁଣି ଭୋର ୩ଟା ବେଳେ କଲ୍ୟାଣପୁର ଅଞ୍ଚଳରେ ଚିତା ବାଘକୁ ଲୋକେ ଦେଖିଥିଲେ। କିନ୍ତୁ ସେତେବେଳେ ବି ସେ ଜଙ୍ଗଲକୁ ଚାଲିଯିବାରେ ସଫଳ ହୋଇଥିଲା। ତେବେ ବର୍ତ୍ତମାନ ସ୍ଥାନୀୟ ଲୋକେ ଓ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ଚିତା ଉପରେ ନଜର ରଖିଛନ୍ତି। ବାଘକୁ ଦେଖିବାକୁ ମାତ୍ରେ ତାକୁ ତୁରନ୍ତ ଟାଙ୍କୁଲାଇଜ୍ କରାଯିବ ବୋଲି ବନ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି।