ମହାରାଷ୍ଟ୍ର ଥାନେ ଅଞ୍ଚଳରେ ସିସିଟିଭିରେ କଏଦ ହେଲା ବାଘ , ୬ ଘଣ୍ଟା ଛାନଭିନ୍ ପରେ ହେଲା ଉଦ୍ଧାର

ମହାରାଷ୍ଟ୍ର(କେନ୍ୟୁଜ୍) : ଭୁବନେଶ୍ୱର ପଳାଶପଲ୍ଲୀ ପରେ ଏବେ ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ବାଘ ଆତଙ୍କ। ଏକ ଚିତାବାଘ ଶପିଙ୍ଗ ମଲ୍ ଓ ହୋଟେଲ ଚକ୍କର କାଟୁଥିବା ସିସିଟିଭିରେ କଏଦ ହୋଇଛି । କିଛି ପ୍ରତ୍ୟେକ୍ଷଦର୍ଶୀ ବାଘକୁ କୋରମ୍ ମଲ୍ ନିକଟରେ ଦେଖିଥିଲେ । ଖବର ପାଇ ଥାନେର ସମତାନଗରଠାରେ ଥିବା ଏହି ମଲ୍ଠାରେ ତୁରନ୍ତ ପୋଲିସ ଏବଂ ବନବିଭାଗ ଅଧିକାରୀ ପହଞ୍ଚିଥିଲେ । ୬ଘଣ୍ଟା ଛାନଭିନ୍ କରାଯିବା ପରେ ବାଘଟି ମଲ୍ ପାଚେରୀ ଡେଇଁ ପଳାଇଯାଇଥିବା ଜଣାପଡିଥିଲା ।
Maharashtra: A leopard has been spotted at the basement of a hotel in Thane. Pradeep Giridhar, Sr Police Inspector says, “A leopard has been located at the basement of Hotel Satkar Residency, attempts to capture it are underway. Forest rescue team has arrived on the spot.” pic.twitter.com/pVT5C1Eo6x
— ANI (@ANI) February 20, 2019
ଏହାର କିଛି ମିନିଟ୍ ପରେ ଶପିଙ୍ଗ ମଲ୍ ନିକଟରେ ଥିବା ଏକ ହୋଟେଲର ବେସମେଷ୍ଟ ଅଞ୍ଚଳରେ ଏହି ବାଘ ବୁଲୁଥିବା କିଛି ଲୋକ ଦେଖିଥିଲେ । ବାଘଟି କଲୋନି ଆଡକୁ ମୁହାଁଇବା ପରେ ସମ୍ପୃକ୍ତ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଥିଲା । ବାଘକୁ ଟ୍ରାଙ୍କୁଲାଇଜ୍ କରି ଉଦ୍ଧାର କରାଯାଇଛି । ଗତ ରବିବାର ଭୁବନେଶ୍ୱର ପଳାସପଲ୍ଲୀ ଅଞ୍ଚଳରେ ଏକ କଲାରାପତରିଆ ବାଘ ରାତିରେ ଜନବସତିରେ ବୁଲୁଥିବା ନେଇ ସିସିଟିଭିରେ ଭିଜୁଆଲ କଏଦ ହେବା ପରେ ବାଘଟିକୁ କାବୁ କରାଯାଇଥିଲା ।