ବାହାଘରରେ ପଶିଲା ବାଘ, ବିବାହ ବେଦୀ ଛାଡି ଦୌଡିଲେ ବରକନ୍ୟା

ବାହାଘର ଚାଲିଥିବା ବେଳେ ପଶିଆସିଲା ବାଘ । ବାହାଘର ଛାଡି ଦୌଡିଲେ ଲୋକ । ଉତ୍ତରପ୍ରଦେଶ ଲକ୍ଷ୍ନୌର ବୁଦ୍ଧେଶ୍ବର ଏମଏମ ଲନରେ ବିବାହ ଚାଲିଥିବା ବେଳେ ବାହାଘରକୁ ପଶିଆସିଥିଲା ବାଘ । ବନ କର୍ମଚାରୀ ବାଘକୁ ଧରିବା ପାଇଁ ଆସି ନାକେଦମ୍ ହୋଇଛନ୍ତି ।
ଖବର ମୁତାବକ, ଉତ୍ତରପ୍ରଦେଶ ଲକ୍ଷ୍ନୌର ବୁଦ୍ଧେଶ୍ୱର ଏମଏମ ଲନରେ ବାହାଘର ଚାଲିଥିବା ବେଳେ ହଠାତ୍ ଛିନଛତ୍ର ହୋଇ ଦୌଡିଲେ ଅତିଥି । ପରିସ୍ଥିତି ଏମିତି ହେଲା ଯେ, ବରକନ୍ୟା ମଧ୍ୟ ମଣ୍ଡପ ଛାଡ଼ି ଦୌଡ଼ିଥିଲେ । ହସଖୁସିରେ ମସଗୁଲ୍ ଥିବା ବାହାଘର କ୍ଷଣିକରେ ଓଲଟା ହୋଇଗଲା । ଲେହେଙ୍ଗା ପିନ୍ଧିଥିବା କନ୍ୟା ସାଙ୍ଗଙ୍କ ସହ ଦୌଡ଼ିଲେ, ସେପଟେ ବର ମଧ୍ୟ ମଣ୍ଡପର ଝରକାରୁ ତଳକୁ ଡେଇଁ ପଡ଼ିଲେ । କଥା ବୁଝିବା ବେଳକୁ ବାହାଘରରେ ବାଘ ପଶିଆସିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିଲା ବୋଲି ଜଣାପଡିଥିଲା ।
लखनऊ में शादी समारोह में घुसा तेंदुआ
जिसके बाद समारोह में भगदड़ मच गई.
वन विभाग की टीम ने कड़ी मशक्कत के बाद तेंदुए को पकड़ा
तेंदुए ने वन विभाग के एक कर्मचारी को कर दिया था घायल#Lucknow #leopard #Wedding #UttarPradesh pic.twitter.com/DpMU7SWucD
— Ravi Pandey🇮🇳 (@ravipandey2643) February 13, 2025
ଘଟଣାସ୍ଥଳରେ ପୋଲିସ, ବନ ବିଭାଗ ଟିମ୍ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆସିଥିଲେ । କିନ୍ତୁ ସେମାନେ ମଧ୍ୟ ଆହତ ହୋଇଥିଲେ । ଘଟଣା ସ୍ଥଳରେ ଡିଏଫଓଙ୍କ ସହିତ ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ । ହେଲେ ବାଘ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ପୋଲିସ ଏବଂ ବନ ବିଭାଗ ଟିମ୍ ସିଡ଼ିରେ ବାଘକୁ କାବୁ କରିବା ପାଇଁ ଯାଇଥିବା ବେଳେ ବନ କର୍ମଚାରୀଙ୍କ ଉପରେ ପଞ୍ଝା ମାରି ରାଇଫଲ ଛଡ଼ାଇ ତଳେ ପକାଇ ଦେଉଥିବା ଦେଖିବାକୁ ମିଳିଛି । ଏହାପରେ ଏକ ଗୁଳି ଫୁଟିବା ଶବ୍ଦ ଶୁଣି ପୁଣିଥରେ ଉପରକୁ ଦୌଡ଼ିଯାଉଛି ବାଘ । ପ୍ରାୟ ୮ ଘଣ୍ଟା ଧରି ଚାଲିଥିବା ଏହି ଲୁଚକାଳି ଖେଳ ପରେ ଗୁରୁବାର ସକାଳ ୪ଟା ବେଳକୁ କଲରାପତରିଆ ବାଘକୁ ଧରାଯାଇଥିଲା ।
Also Read : ଅଫିସରୁ ଘର ୩୫୦ କିମି…, ଦୁଇ ପିଲାଙ୍କ ପାଇଁ ପ୍ରତିଦିନ ବିମାନରେ ଯିବାଆସିବା କରନ୍ତି ଏହି ‘ସୁପର୍-ମମ୍’