ଗ୍ରେଟର ନୋଏଡାରେ ରାସ୍ତା ଉପରେ ଦେଖିବାକୁ ମିଳିଲା କଲରାପତରିଆ ବାଘ , ହ୍ବାଟ୍ସଆପ୍ ଭାଇରାଲ ହେଲା ଫଟୋ

କେନ୍ୟୁଜ୍ : ଗ୍ରେଟର ନୋଏଡାର ରାସ୍ତା ଉପରେ ବୁଧବାର ରାତିରେ ଏକ କଲରାପତରିଆ ବାଘକୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ଗ୍ରେଟର ନୋଏଡାର ଷ୍ଟେଲର ଜୀବନ ସୋସାଇଟି ପାଖରେ ରାତିରେ କିଛି ଲୋକ କାରରେ ଯାଉଥିବାବେଳେ କାର ଲାଇଟ୍ ଏବଂ ରୋଡ ଲାଇଟର ଆଲୋକ ଦ୍ବାରା ବାଘଟିକୁ ରୋଡ ପାର୍ ହେଉଥିବାର ଦେଖିବାକୁ ପାଇଥିଲେ ।
ତେବେ ଏହି ସୂଚନା ତୁରନ୍ତ ନୋଏଡା ଏକ୍ସଟେନସନ୍ସ ରେସିହେନସିଆଲ୍ ସୋସାଇଟି ଗ୍ରୁପରେ ବ୍ୟାପିଯାଇଥିଲା ।

କିଛି ଲୋକେ ଏହି ଘଟଣାକୁ ଟ୍ବିଟରରେ ମଧ୍ୟ ସେୟାର କରିବା ସହିତ ଏନେଇ ଉତ୍ତରପ୍ରଦେଶ ପୋଲିସ୍ ନିକଟରେ ଖବର ଦେଇଥିଲେ । ଯେଉଁ ରୋଡ ଉପରେ ବାଘଟିକୁ ଦେଖିବାକୁ ମିଳିଥିଲା, ଉକ୍ତ ରୋଡରେ ପ୍ରାୟ ଅଧରାତି ପର‌୍ୟ୍ୟନ୍ତ ଟ୍ରାଫିକ୍  ରହିଥାଏ । ରାତି ପ୍ରାୟ ଆଠଟା ବେଳେ ଏହି କଲରାପତରିଆ ବାଘ ରୋଡ ପାର ହେଉଥିବାର ଦେଖିବାକୁ ମିଳିଥିଲା । ଏହି କଲରାପତରିଆ ବାଘଟି ରୋଡ ସାଇଡରେ ଥିବା ଏକ ପାଚେରୀ ଉପରେ ଯାଉଥିଲା । ଏହି ମାମଲା ସମ୍ବନ୍ଧରେ ସୂଚନା ମିଳିବା ପରେ ଉତ୍ତରପ୍ରଦେଶ ପୋଲିସର ଟ୍ୟୁଟର ହ୍ୟାଡେଲରୁ ନୋଏଡା ପୋଲିସକୁ ଟ୍ବିଟ୍ କରି ଘଟଣାକୁ ଅନୁସନ୍ଧାନ କରିବା ପାଇଁ କୁହିଥିଲା ।

ଏହାପରେ ତ୍ତରପ୍ରଦେଶ ପୋଲିସ କଣ୍ଟ୍ରୋଲ ରୁମରୁ ସୂଚନା ଦିଆଗଲା କି ଘଟଣାସ୍ଥଳରେ ପୋଲିସ୍ ସାହାର‌୍ୟ୍ୟ ଶିଘ୍ର ପହଁଚୁଛି ।
ତେବେ ଗ୍ରେଟର ନୋଏଡାରେ ପ୍ରାୟତଃ ରାତି ସମୟରେ ଅପରାଧର ଘଟଣା ଘଟୁଥିବାର ନଜିର ରହିଛି । ଦୁଇ ଦିନ ପୂର୍ବରୁ ହିଁ ଏଠାରେ ବଦମାସ୍ ମାନେ ପାଣି ପିଇବା ବାହାନାରେ ଜଣଙ୍କ ଘରେ ପସି ଲୁଟପାଟ କରି ପ୍ରାୟ ୫୦ ହଜାର ଟଙ୍କା ସହିତ ୨ଲକ୍ଷର ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ ।

Sonalisa

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

2 mins ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

17 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

34 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

47 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

56 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

59 mins ago