କୃଷି ବିଶ୍ୱବିଦ୍ୟାଳୟ ଲାବ୍‌ରେ ପଶିଲା ବାଘ, ଭୟରେ ଏଣେତେଣେ ଦୌଡିଲେ ଛାତ୍ରଛାତ୍ରୀ

ଜୁନାଗଡ କୃଷି ବିଶ୍ୱବିଦ୍ୟାଳୟରେ ପଶିଲା ଚିତାବାଘ । ଚିତାବାଘ କୃଷି ବିଶ୍ୱବିଦ୍ୟାଳୟର ଲାବ୍ରୋଟରୀରେ ପଶିଥିବାର ଭିଡିଓ ଭାଇରଲ ହେଉଛି । ବାଘକୁ ଦେଖିବା ପରେ ଛାତ୍ରଛାତ୍ରୀ ଭୟରେ ଲାବର କବାଟ ବନ୍ଦ କରି ବନ ବିଭାଗକୁ ସୂଚନା ଦେଇଥିଲେ । ବନ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଚିତାବାଘକୁ ଟ୍ରାଙ୍କୁଲାଇଜ କରି ଧରିବାରେ ସକ୍ଷମ ହୋଇଛନ୍ତି ।

ତେବେ ସୋସିଆଲ ମିଡିଆରେ X ରେ ସେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି କି, ଚିତାବାଘଟି ଲାବ ଭିତରେ ପଶିବା ପରେ ସେଠାରେ ଥିବା ଛାତ୍ରଛାତ୍ରୀ ରୁମକୁ ବନ୍ଦ କରିଦେଇଥିଲେ । ଏହାପରେ ବନ ବିଭାଗକୁ ଖବର ଦେଇଥିଲେ । ଏହାପରେ ବନ ବିଭାଗ ଟ୍ରାଙ୍କୁଲାଇଜ କରି ବାଘକୁ ଧରିବାରେ ସକ୍ଷମ ହୋଇଥିଲେ ।

ତେବେ ବାଘ ଧରାପଡିବା ପରେ ବନ ବିଭାଗ ଅଧିକାରୀ ଅରବିନ୍ଦ ଭଲିଆ କହିଛନ୍ତି, ବିଭାଗକୁ ସୂଚନା ମିଳିଥିଲା କୃଷି ବିଶ୍ୱବିଦ୍ୟାଳୟ ଲାବରେ ଚିତାବାଘ ପଶିଛି । ସୂଚନା ମିଳିବାର ୧୫ ମିନିଟରେ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଙ୍କୁଲାଇଜ କରି ଚିତାବାଘକୁ ଧରିବାରେ ସକ୍ଷମ ହୋଇଥିଲେ । ଏହାପରେ ବାଘକୁ ସକ୍କରାବାଗ ଚିଡିଆଖାନରେ ତାକୁ ଛଡାଯାଇଥିଲା ।

ସୂଚନାଯୋଗ୍ୟ, ପୂର୍ବରୁ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ଶପଥ କାର୍ଯ୍ୟକ୍ରମରେ ଏକ ବଡ ବିଲେଇ ବୁଲୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଲୋକେ ବାଘ ବୋଲି କହୁଥିଲେ ।

You might also like