ସହଯୋଗକୁ ସଲାମ: କୁଷ୍ଠ ରୋଗୀମାନେ ଭିକ୍ଷାବୃତ୍ତି କରି ରୋଜଗାର କରିଥିବା ପଇସାକୁ ପିଏମ କେୟାର୍ସ ଫଣ୍ଡରେ କଲେ ଦାନ, ପଠାଇଲେ ହୃଦୟସ୍ପର୍ଶୀ ଚିଠି

କରୋନା ଯୁଦ୍ଧରେ ବାରାଣସୀର ଦିବ୍ୟାଙ୍ଗ କୁଷ୍ଠ ରୋଗୀମାନେ ସମସ୍ତଙ୍କ ପାଇଁ ଏକ ବଡ ଉଦାହରଣ ସୃଷ୍ଟି କରିଛନ୍ତି। ବାରାଣସୀର ସାଂସଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ ପରେ ସେମାନେ ଭିକ୍ଷାବୃତ୍ତିରୁ ମିଳିଥିବା 3,100 ଟଙ୍କାକୁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରେ ଦାନ ଦେଇଛନ୍ତି।

ସ୍ଥାନୀୟ ସଂକଟମୋଚନ ମନ୍ଦିର ନିକଟସ୍ଥ ବିଶ୍ୱନାଥ କୁଷ୍ଠ ଆଶ୍ରମରେ 35 ପରିବାରର 50 ଲୋକ ବସବାସ କରନ୍ତି। କିଛିଦିନ ତଳେ ମୋଦି ପିଏମ କେୟାର୍ସ ଫଣ୍ଡରେ ସହଯୋଗ କରିବାକୁ ଅପିଲ କରିଥିଲେ। ଏହି ସୂଚନା ମିଳିବା ପରେ ଆଶ୍ରମର କୁଷ୍ଠ ରୋଗୀମାନେ ରାଷ୍ଟ୍ରହିତରେ ଯୋଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

1

ଦିବ୍ୟାଙ୍ଗ କଲ୍ୟାଣ ପରାମର୍ଶ ବୋର୍ଡର ସଦସ୍ୟ ଡା. ଉତ୍ତମ ଓଝାଙ୍କ ସହ ଯୋଗାଯୋଗ କରି କିଛି କୁଷ୍ଠ ରୋଗୀ 10ରୁ ଆରମ୍ଭ କରି 100/200 ପର୍ଯ୍ୟନ୍ତ ଟଙ୍କା ଦାନ କରିଥିଲେ। ଜଣେ 1,500 ଟଙ୍କା ଦେଇଥିଲେ। ଏହିପରି ଜମା ହୋଇଥିବା ମୋଟ 3,100 ଟଙ୍କାକୁ ବ୍ୟାଙ୍କ ଜରିଆରେ ରିଲିଫ ଫଣ୍ଡକୁ ପଠାଇ ଦିଆଯାଇଛି।

କୁଷ୍ଠ ଆଶ୍ରମ ସଚିବ ଉଦୟ କୁମାର ଶର୍ମା କହିଛନ୍ତି, ‘ସହଯୋଗ ରାଶି ସହିତ କୁଷ୍ଠ ରୋଗୀମାନଙ୍କ ତରଫରୁ ମର୍ମସ୍ପର୍ଶୀ ପତ୍ର ପଠାଯାଇଛି। ଉକ୍ତ ପତ୍ରରେ ଲେଖା ହୋଇଛି, ‘ଆଜି ଯେତେବେଳେ ଦେଶକୁ ସଙ୍କଟ ଆସିଛି, ଆମେ ଭିକ୍ଷୁକ ବର୍ଗ ପଛରେ କାହିଁକି ରହିବୁ। ଆମ ତରଫରୁ ତୁଚ୍ଛ ଭେଟକୁ ସ୍ୱୀକାର କରନ୍ତୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.