ଦେଶ ବିଦେଶ

ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କୁ ବମ୍‌ରେ ଉଡ଼ାଇଦେବାକୁ ଧମକ! ମଧ୍ୟ ପ୍ରଦେଶରେ ପ୍ରବେଶ ପୂର୍ବରୁ ଇନ୍ଦୋରରେ ମିଳିଲା ଚିଠି

‘ଭାରତ ଯୋଡ଼ୋ ଯାତ୍ରା’ ମଧ୍ୟ ପ୍ରଦେଶ ଆସିବା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ନାମରେ ଧମକପୂର୍ଣ୍ଣ ଚିଠି ମିଳିଛି, ଯାହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଚିଠିରେ କଂଗ୍ରେସ ନେତାଙ୍କୁ ବମ୍‌ରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଇନ୍ଦୋର ପୋଲିସ ଏବେ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

ଭାୟନାଡରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ବମ୍‌ରେ ଉଡ଼ାଇ ଦେବାର ଏକ ଧମକପୂର୍ଣ୍ଣ ଚିଠି ଇନ୍ଦୋରରେ ମିଳିଛି। ଜଣାପଡ଼ିଛି କି, ଏହି ଚିଠିକୁ ଶୁକ୍ରବାର ସକାଳେ ଏକ ମିଠା ଦୋକାନ ବାହାରେ କେହି ଜଣେ ଅଜଣା ବ୍ୟକ୍ତି ଛାଡ଼ିଦେଇ ଯାଇଥିଲେ। ପୋଲିସ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗି ପଡ଼ିଛି।

ରିପୋର୍ଟରୁ ଜଣାପଡ଼ିଛି, ଭାରତ ଯୋଡ଼ୋ ଯାତ୍ରା ଇନ୍ଦୋରରେ ପହଞ୍ଚିଲେ ରାହୁଲ ଗାନ୍ଧୀଙ୍କୁ ବମ୍‌ରେ ଉଡ଼ାଇ ଦେବାକୁ ଚିଠିରେ ଧମକ ଦିଆଯାଇଛି। ପୋଲିସ ଗଣମାଧ୍ୟମକୁ କହିଛି ଯେ ଚିଠି ଛାଡ଼ିଥିବା ସେହି ଅଜଣା ବ୍ୟକ୍ତିଙ୍କ ବିରୋଧରେ ଧାରା ୫୦୭ ଅଧୀନରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।

କହି ରଖୁଛୁ, ଆଜି ଭାରତ ଯୋଡ଼ୋ ଯାତ୍ରାର ୭୨ତମ ଦିନ। କଂଗ୍ରେସର ଏହି ଯାତ୍ରା ଗତ ୭ ନଭେମ୍ବରରେ ମହାରାଷ୍ଟ୍ରରେ ପ୍ରବେଶ କରିଥିଲା। ଏ ପର୍ଯ୍ୟନ୍ତ ମହାରାଷ୍ଟ୍ରର ନାନ୍ଦେଡ, ହିଙ୍ଗୋଲି, ଓ୍ଵାସିମ୍‌ ଓ ଅକୋଲା ଜିଲ୍ଲାରେ ପଦଯାତ୍ରା ହୋଇସାରିଛି। ମହାରାଷ୍ଟ୍ର ପର୍ଯ୍ୟାୟର ଆଜି ୧୨ତମ ଦିନରେ ଏହି ଯାତ୍ରା ବାଲାପୁରରୁ ଶେଗାଁଓ ଆଡ଼କୁ ବଢ଼ିଥିଲା।

ଭାରତ ଯୋଡ଼ୋ ଯାତ୍ରା ୨୦ ନଭେମ୍ବରରେ ବୁଲଢ଼ାଣା ଜିଲ୍ଲା (ମହାରାଷ୍ଟ୍ର)ର ଜଲଗାଁଓ ଜାମୋଦରୁ ମଧ୍ୟ ପ୍ରଦେଶର ବୁରହାନପୁରରେ ପ୍ରବେଶ କରିବ। ଏହାପରେ ୨୧ ନଭେମ୍ବରରେ ବିଶ୍ରାମ କରାଯିବ। ସୂଚନାଥାଉ କି, ୩ ଡିସେମ୍ବରରେ ରାଜସ୍ଥାନର କୋଟା ଜିଲ୍ଲାରେ ପ୍ରବେଶ ପୂର୍ବରୁ ଏହି ଯାତ୍ରା ୧୩ ଦିନ ମଧ୍ୟରେ ମଧ୍ୟ ପ୍ରଦେଶର ୬ଟି ଜିଲ୍ଲା ବୁରହାନପୁର, ଖଣ୍ଡଓ୍ଵା, ଖରଗୋନ, ଇନ୍ଦୋର, ଉଜ୍ଜୈନ ଓ ଆଗର ମାଲଓ୍ଵା ଦେଇ ଅତିକ୍ରମ କରିବ। କହି ରଖୁଛୁ, ଏହି ଯାତ୍ରା ୭ ସେପ୍ଟେମ୍ବରରେ ତାଲିମନାଡ଼ୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା।

ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ବୁଧବାର ମହାରାଷ୍ଟ୍ରର ଓ୍ଵାସିମ୍‌ରେ ପହଞ୍ଚିଥିଲା। ବୁଧବାର ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତର ଜାତୀୟ ସଙ୍ଗୀତ ଜାଗାରେ ବାଜିଥିଲା ନେପାଳ ଜାତୀୟ ସଙ୍ଗୀତ, ଯାହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭୁଲ୍‌ ପାଇଁ ବିଜେପି ନେତାମାନେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସକୁ ଦାୟୀ କରିଛନ୍ତି।

ମହାରାଷ୍ଟ୍ରର ବିଜେପି ନେତା ନିତେଶ ରାଣେ ଏହି ଘଟଣାର ଏକ ଭିଡିଓ ସେୟାର କରିଛନ୍ତି ଏବଂ ଟ୍ଵିଟ୍‌ କରିଛନ୍ତି କି, ‘ରାହୁଲଙ୍କ କମେଡି ସର୍କସ୍‌’। ତାମିଲନାଡ଼ୁର ବିଜେପି ନେତା ଅମର ପ୍ରସାଦ ରେଡ୍ଡୀ ବି ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି, ‘ରାହୁଲ ଗାନ୍ଧୀ, ଏହା କ’ଣ’?

ରିପୋର୍ଟରୁ ଜଣାପଡ଼ିଛି, ମହାରାଷ୍ଟ୍ରର ଓ୍ଵାସିମ୍‌ରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସର କିଛି ନେତା ଗୋଟିଏ ମଞ୍ଚରେ ଲୋକଙ୍କୁ ସମ୍ବୋଧିତ କରୁଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ ପାର୍ଶ୍ୱରେ ଛିଡ଼ା ହୋଇଥିବା ନେତାମାନଙ୍କୁ ରାଷ୍ଟ୍ରଗୀତ ବଜାଇବାକୁ କହିଥିଲେ। କିନ୍ତୁ ଭୁଲ୍‌ରେ ନେପାଳର ରାଷ୍ଟ୍ରଗୀତ ବାଜିବାକୁ ଲାଗିଥିଲା। ପାଖାପାଖି ୫ ସେକେଣ୍ଡ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ସାବଧାନ ମୁଦ୍ରାରେ ଛିଡ଼ା ହୋଇ ରହିଥିଲେ, କିନ୍ତୁ ଯେତେବେଳେ ତାଙ୍କୁ ଅନୁଭବ ହୋଇଥିଲା ଯେ ଜାତୀୟ ସଙ୍ଗୀତ ଭୁଲ୍‌ ବାଜୁଛି, ତ ସେ ତୁରନ୍ତ ନେତାମାନଙ୍କୁ ଅଟକାଇଥିଲେ ଏବଂ ରାଷ୍ଟ୍ରଗୀତ ବଜାଇବାକୁ କହିଥିଲେ।

Roshni

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

2 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

17 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

27 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

36 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

51 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago