ଦୁଇଟି ମନ ଓ ଦୁଇଟି ମୁଣ୍ଡ ହେଲେ ଗୋଟିଏ ଶରୀର,ଏବେ ଏହି କାମ କରୁଛନ୍ତି ଦୁନିଆର ସବୁଠାରୁ ଫେମସ ଟ୍ଵିନ୍ସ ଆବି ଓ ବ୍ରିଟ୍ନି

ଆବି ଓ ବ୍ରିଟ୍ନି ଦୁନିଆର ସବୁଠାରୁ ଫେମସ ଟ୍ଵିନ୍ସ ,ଏମାନଙ୍କୁ କିଏ ବା ନ ଜାଣେ । ଶରୀର ଗୋଟିଏ ହେଲେ ଦୁଇଟି ମନ ,ଏମିତି ଅଦ୍ଭୁତ ଏହି ଟ୍ଵିନ୍ସ । ଜନ୍ମ ନେବା ପର ଠାରୁ ହିଁ ବଞ୍ଚିବା ପାଇଁ ସଂଘର୍ଷ କରିଆସିଛନ୍ତି ଆବି ଓ ବ୍ରିଟ୍ନି । ଏମାନଙ୍କ କାହଣୀ ଯେତିକି ସଂଘର୍ଷମୟ ସେତିକି ପ୍ରେରଣାତ୍ମକ ମଧ୍ୟ। ତେବେ ଆପଣ କ’ଣ ଜାଣିଛନ୍ତି କି ଏମାନେ ବର୍ତ୍ତମାନ କଣ କରୁଛନ୍ତି ଆଉ କେମିତି ଅଛନ୍ତି ?

ensel Picture Credit - Mamamia
Picture Credit – Mamamia

ଏମିତି ଟ୍ଵିନ୍ସ ଦୁନିଆରେ ବଞ୍ଚିବା ମଧ୍ୟ ଅସମ୍ଭବ କିନ୍ତୁ ଏମାନେ ଆଜି ଜିତିଯାଇଛନ୍ତି । ହୁଏତ ସଂଘର୍ଷ କରିବାକୁ ପଡିଛି ଏହି ଟ୍ଵିନ୍ସଙ୍କୁ । ହେଲେ ଏହା ପରେ ମଧ୍ୟ ସେମାନେ ଆଜି ଦୁନିଆର ସଫଳ ମଣିଷଙ୍କ ମଧ୍ୟରେ ଗଣା ଯାଉଛନ୍ତି । ମାର୍ଚ୍ଚ ୧୯୯୦ ମସିହା ମାର୍ଚ୍ଚ ୭ ରେ ଯେତେବେଳେ ମିନେସୋତାଠାରେ ଏହି ଯାଆଁଳା ଶିଶୁ ଜନ୍ମ ହୋଇଥିଲେ, ଡାକ୍ତରମାନେ ଆବି ଓ ବ୍ରିଟଙ୍କ ପରିବାରକୁ କହିଥିଲେ ଯେ ଆଜି ରାତି ଭିତରେ ହିଁ ଆପଣଙ୍କର ଏହି ଦୁଇ ମୁଣ୍ଡିଆ ଛୁଆଙ୍କର ମୃତ୍ୟୁ ହୋଇଯାଇପାରେ । କାରଣ ଏମାନଙ୍କ ବିଭାଜନ ଗର୍ଭରୁ ହିଁ ହୋଇନାହିଁ । ସେଥିପାଇଁ ଏପରି ବିଚିତ୍ର ଟ୍ଵିନ୍ସ ଜନ୍ମ ନେଇଛନ୍ତି ।

ଯାହାରକି ରହିଛି ଦୁଇଟି ମୁଣ୍ଡ , ଦୁଇଟି ହୃଦୟ , ଦୁଇଟି ପେଟ,ତିନୋଟି କିଡ୍ନୀ,ଚାରୋଟି ଲଙ୍ଗ୍ସ ପୁଣି ଏମାନଙ୍କର ଗୋଟିଏ ହିଁ ଲିଭର ଓ ଗୋଟିଏ ଛାତି। ଏପରି ଶିଶୁ ଜନ୍ମ ନେବା ବିଜ୍ଞାନର ଏକ ଅଦ୍ଭୁତ ରୂପ ବୋଲି କୁହାଯାଇପାରେ । ତେବେ ଆବି ଓ ବ୍ରିଟ୍ନିଙ୍କ ପରି ଟ୍ଵିନ୍ସ ଜନ୍ମ ନେବା ଦୁନିଆରେ ବିରଳ। ଯାହାର ଆଶା ମଧ୍ୟ କରାଯାଇ ନପାରେ।ଏମିତିକି ତାଙ୍କ ପରିବାର ମଧ୍ୟ ଏମିତି ଯାଆଁଳା ଶିଶୁ ଚାହୁଁ ନଥିଲେ। ଡାକ୍ତର ମଧ୍ୟ ଏପରି ଟ୍ଵିନ୍ସ ଙ୍କୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ଏମାନଙ୍କୁ ସେପାରେଟ ବା ଅଲଗା କରିବା ପାଇଁ ମଧ୍ୟ ମନା କରିଦେଇଥିଲେ ଡାକ୍ତର ।

ତେବେ ଆବି ଓ ବ୍ରିଟ୍ନି ଏବେ କିନ୍ତୁ ନିଜ ଶରୀରକୁ ନେଇ ଓ ନିଜକୁ ନେଇ ବହୁତ ଖୁସି ଅଛନ୍ତି । ଛୋଟବେଳୁ ଆବି ଓ ବ୍ରିଟ୍ନି କ୍ୟାମେରା ସାମ୍ନାକୁ ଆସି ନିଜ ବିଷୟରେ କୌଣସି ଇଣ୍ଟରଭ୍ୟୁ ଦେବାକୁ ଚାହୁଁ ନଥୁଲେ କିନ୍ତୁ ୨୦୧୨ ଠାରୁ ସେମାନେ ନିଜର ସୋସିଆଲ ମେଡିଆ ଆକାଉଣ୍ଟ ଫେସବୁକ ଓ ଇଂଷ୍ଟାଗ୍ରାମରେ ନିଜ ଫଟୋ ସେୟାର କରିବା ସହିତ ନିଜ ନିତି ଦିନ ଜୀବନ କେମିତି କାଟୁଛନ୍ତି ତାହା ମଧ୍ୟ ଭିଡିଓ କରି ଷ୍ଟୋରୀ ରେ ଦେଉଥିଲେ ।

Abby-and-Brittany
Picture Credit – Mamamia

ତବେ ଏମାନେ ପ୍ରଥମେ ଦୁନିଆ ଆଖିକୁ ଆସିଥିଲେ ୧୯୯୬ ମସିହାରେ ଏକ ଇଣ୍ଟରଭ୍ୟୁ ସୋ ମାଧ୍ୟମରେ । ଏହାପରେ ସେମାନେ ଟ୍ଵିନ୍ସ ମାନଙ୍କୁ ନେଇ କରାଯାଉଥିବା ଅନେକ ଡକ୍ୟୁମେଣ୍ଟାରୀ ଫିଲ୍ମରେ ମଧ୍ୟ ଦେଖାଯାଇଛନ୍ତି । ଏମାନଙ୍କ ଜନ୍ମ ଥିଲା ଏକ ମେଡିକାଲ ମିରାକିଲ । ଆବି ଓ ବ୍ରିଟ୍ନି ବଡ ହେବା ପାଇଁ ଅନେକ ଛୋଟ ଛୋଟ ଜିନିଷରେ ସଂଘର୍ଷ କରି ଆସିଛନ୍ତି । ନିଜ ଶରୀରର ଗଠନକୁ ନେଇ ସବୁବେଳେ ଏମାନଙ୍କୁ ନିଜ ଉପରେ କଣ୍ଟ୍ରୋଲ କରିବାକୁ ପଡେ ।

ଯେହେତୁ ଏମାନେ ଯାଆଁଳା ସେମାନଙ୍କର ଶରୀରର ଗୋଟିଏ ପାର୍ଟକୁ ସବୁବେଳେ ନିୟନ୍ତ୍ରଣ କରିବାକୁ ପଡେ, ତେବେ ଆବି ଓ ବ୍ରିଟ୍ନିଙ୍କର ଦୁଇ ପାଦ ପୁରା ଭିନ୍ନ , ତାଙ୍କ ଚାଲିବା ଶୈଳୀ ମଧ୍ୟ। ଆବି ପାଦରେ ଚାଲୁଥିବା ବେଳେ ବ୍ରିଟ୍ନି ତାଙ୍କ ପାଦ ଆଙ୍ଗୁଠିରେ ଚାଲନ୍ତି । ଏମାନଙ୍କ ଶରୀର ଗଠନ ପାଇଁ ଦୁହେଁ ଅନେକ ସମୟରେ ରୋଗରେ ମଧ୍ୟ ପଡିଥାଆନ୍ତି । ଏମିତିକି ମାସ ମାସ ଧରି ସେଜରେ ପଡି ରୁହନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଆବି ଠିକ ଥିବା ବେଳେ ବ୍ରିଟ୍ନି ଅଧିକ ଅସୁସ୍ଥ ହୋଇଯାଆନ୍ତି । ଆବି ମେଡିସିନ ନେବା ପାଇଁ ଚାହୁଁଥିଲେ ମଧ୍ୟ ବ୍ରିଟ୍ନି ପାଇଁ ସେ ମେଡିସିନ ନେଇପାରନ୍ତିନି । ତେଣୁ ଆବି ବିରକ୍ତ ହୋଇ ଅନେକ ଥର ବ୍ରିଟନୀ ଠାରୁ ଅଲଗା ହେବା ପାଇଁ ଚାହିଛନ୍ତି କିନ୍ତୁ ପରେ ସେ ବ୍ରିଟ୍ନି ଠାରୁ କ୍ଷମା ମାଗିଛନ୍ତି ।

ଆବି ଓ ବ୍ରିଟ୍ନିଙ୍କ ବାପା ମା’ ମଧ୍ୟ ଏମିତି ଟ୍ଵିନ୍ସ ଜନ୍ମ ଦେଇ ତାଙ୍କ ଭିନ୍ନ ଅନୁଭୂତି ବିଷୟରେ ଏକ ଇଣ୍ଟରଭ୍ୟୁରେ କହିଥିଲେ। ଆବି ଓ ବ୍ରିଟ୍ନି ଙ୍କୁ ଖେଳିବା ପାଇଁ ଅଧିକ ଭଲଲାଗେ।ଏମିତିକି ସେମାନେ କ୍ରିକେଟ ଖେଳିବାକୁ , ସାଇକ୍ଲିଙ୍ଗ କରିବା ,ସ୍ୱୀମିଙ୍ଗ କରିବା ଓ ଭଲିବଲ ଖେଳିବା ଅଧିକ ପସନ୍ଦ କରନ୍ତି । ଏହା ସହିତ ଏହି ଟ୍ଵିନ୍ସ  ଡ୍ରାଇଭିଙ୍ଗ ମଧ୍ୟ ସିଖିଛନ୍ତି। ଏମାନେ ସବୁବେଳେ ନିଜ ବ୍ୟକ୍ତିତ୍ୱକୁ ଭଲ କରିବା ପାଇଁ ଚେଷ୍ଟା କରନ୍ତି । ଏମାନଙ୍କୁ ଫ୍ୟାସନ ମଧ୍ୟ ପସନ୍ଦ,ଟିମ ୱାର୍କ କରିବା ମଧ୍ୟ ଆବି ଓ ବ୍ରିଟ୍ନିଙ୍କୁ ଭଲ ଲାଗେ । ଏମାନେ ବୁଲିବାକୁ ଅଧିକ ପସନ୍ଦ କରନ୍ତି ଓ ଏହା ସହ ଫଟୋ ସୁଟ କରିବା ମଧ୍ୟ ଏମାନଙ୍କର ଏକ ହବି ।

Twins parents
Picture Credit – PlayJunkie

ତେବେ ବର୍ତ୍ତମାନ ନିଜର ଅନେକ ସ୍ୱପ୍ନ ବାକି ଥିବା ବେଳେ ଆବି ଓ ବ୍ରିଟ୍ନି ଅନେକ ସ୍ୱପ୍ନ ସାକାର କରି ସାରିଲେଣି। ସେମାନେ ହେଉଛନ୍ତି ଏବେ ସଫଳ ଶିକ୍ଷକ। ଅନେକ ପିଲାଙ୍କୁ ପାଠ ପଢେଇବା ସହିତ ଇଣ୍ଟରଭ୍ୟୁ କେଉଁଭଳି କ୍ରାକ କରିହେବ ସେ ବିଷୟରେ ମଧ୍ୟ ଟ୍ରେନିଙ୍ଗ ଦେଉଛନ୍ତି । ଏ ଦୁଇଜଣଙ୍କୁ ଏକାସାଙ୍ଗରେ ସମୟ ବିତାଇବା ମଧ୍ୟ ଭଲ ଲାଗେ । ଏମାନେ ନିଜ ଜୀବନକୁ ନେଇ ଏବେ ବହୁତ ଖୁସି କିନ୍ତୁ ବେଳେ ବେଳେ ଆବି ଙ୍କ ମନ ଗୋଟେ ଜିନିଷ ଚାହୁଁଥିବା ବେଳେ ବ୍ରିଟ୍ନୀଙ୍କ ମନ ଅନ୍ୟ କିଛି ଚାହିଁଥାଏ କିନ୍ତୁ ଶରୀର ଗୋଟେ ହୋଇଥିହାରୁ ଦୁଇଜଣଙ୍କୁ ଅନେକ ସମୟରେ କମ୍ପ୍ରୋମାଇଜ କରିବାକୁ ପଡେ । ତା ପରେ ବି ଏମାନେ ସମସ୍ତଙ୍କୁ ଖୁସିରେ ରହିବା ପାଇଁ ପଜିଟିଭ କଥା କହିଥାଆନ୍ତି । ଜୀବନରେ ଯେତେ କଷ୍ଟ ଆସିଲେ ମଧ୍ୟ ଖୁସିରେ ବଞ୍ଜିବା ସମ୍ଭବ ବୋଲି ସେ ଦୁନିଆକୁ ଶିଖାଇଛନ୍ତି ।

ତେବେ ଏମାନଙ୍କ ଜନ୍ଣ ଏକ ସ୍ପେସାଲ କେସ ବୋଲି ବୈଜ୍ଞାନିକ ଓ ଡାକ୍ତରମାନେ ମଧ୍ୟ କହିଥିଲେ। ଏମିତି ଟ୍ଵିନ୍ସ ଙ୍କୁ ପାରାପାଗସ୍ କୁହାଯାଏ । ବୈଜ୍ଞାନିକ ରିପୋର୍ଟ ଅନୁଯାୟୀ,ଏମିତି ସଂଯୁକ୍ତ ଯାଆଁଳା ଶିଶୁ ୫୦,୦୦୦ ରୁ ଏକ ଲକ୍ଷ ଭିତରେ ଜନ୍ମ ନେଉଥିବା ଶିଶୁ ଙ୍କ ମଧ୍ୟରେ ଏମିତି ହେନ୍ସେଲ ଡିସେଫାଲିକ୍ ପାରାପାଗସ୍ ଶିଶୁ ଜନ୍ମ ନେଇଥାଆନ୍ତି । ତେବେ ଏହି ଜନ୍ମ ନେଇଥିବା ଶିଶୁ ମଧ୍ୟରୁ କେବଳ ୧୧ ପ୍ରତିଶତ ଶିଶୁ ଡିସେଫାଲିକ୍ ପାରାପାଗସ୍ ଯାଆଁଳା ହୋଇଥାଆନ୍ତି । ଏହି ହେନ୍ସେଲ ଟ୍ଵିନ୍ସ ଜନ୍ମନେବା ଏକ ଚମତ୍କାର ବୋଲି ଡାକ୍ତର ଓ ବୈଜ୍ଞାନିକ କହିଛନ୍ତି । ଏହା ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା । ଏମାନଙ୍କର ତିନୋଟି ହାତ ଥାଏ କିନ୍ତୁ ଜନ୍ମ ନେବା ପରେ ଗୋଟେ ହାତକୁ ସର୍ଜରୀ କରି ବାହାର କରିଦିଆଯାଏ।ଏହା ପରେ ଛୋଟ ଛୋଟ ଅସୁବିଧା ହୁଏ କିନ୍ତୁ ବଡ ହେବା ପରେ ଅନେକ ସମସ୍ୟା ଠିକ ହୋଇଯାଏ ।

Leave A Reply

Your email address will not be published.