ଦେଶର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି, କିଛି ରାଜ୍ୟର ବିଭିନ୍ନ ସ୍ଥାନରେ ହାଲ୍‌କା ବର୍ଷା

କେନ୍ୟୁଜ୍(ବ୍ୟୁରୋ):  ଦେଶର ଅଧିକାଂଶ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି । ସକ୍ରିୟ ହୋଇଛି ପଶ୍ଚିମା ଝଡ଼ । ଅନେକ ସ୍ଥାନରେ ଆଜି ହାଲ୍‌କା ବର୍ଷା ହୋଇଛି। ଉତ୍ତରାଖଣ୍ଡ, ହିମାଞ୍ଚଳପ୍ରଦେଶ, ଛତିଶଗଡ଼, ଉତ୍ତରପ୍ରଦେଶର କିଛି କିଛି ସ୍ଥାନରେ ହାଲ୍‌କା ବର୍ଷା ହୋଇଛି। ଆସନ୍ତାକାଲି ଦିଲ୍ଲୀ, ଓଡିଶା, ପଞ୍ଜାବ, ହରିୟାଣା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ଆଇଏମ୍‌ଡି ଆକଳନ କରିଛି। ଉତ୍ତର-ପଶ୍ଚିମ ଭାରତ ପାଇଁ ପଶ୍ଚିମାଝଡ଼ ଯୋଗୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଇଏମ୍‌ଡି। ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି ।

ଗତ କିଛି ସପ୍ତାହ ହେବ ଗ୍ରୀଷ୍ମ ପ୍ରବାହରେ ସିଝୁଥିଲା ପୁରା ଭାରତ । ଚଳିତ ବର୍ଷ ଏପ୍ରିଲ ମାସ ୧୨୨ ବର୍ଷରେ ସର୍ବାଧିକ ଉତ୍ତପ୍ତ ଏପ୍ରିଲଭାବେ ରେକର୍ଡ କରିଛି ।ଅନ୍ୟପଟେ ଆସନ୍ତା ୬-୭ ଦିନ ପରେ ପୁଣି ତାପମାତ୍ରା ବଢ଼ିବା ସମ୍ଭାବନା ଥିବା ଆଇଏମ୍‌ଡି କହିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.