ଖୁଣ୍ଟ ଉପରେ ବିଜୁଳି କାମ କରୁଥିଲେ ଲାଇନମ୍ୟାନ୍, ହଠାତ୍ ଚାଲିଆସିଲା କରେଣ୍ଟ !

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ବିଜୁଳି ବିଭାଗର ଅବହେଳା ଫଳରେ ଜଣେ ଲାଇନମ୍ୟାନଙ୍କ ଜୀବନ ଯାଉ ଯାଉ ଅଳ୍ପକେ ବର୍ତ୍ତିଯାଇଛି । କୁହାଯାଉଛି କି, ମିର୍ଜାମୁରାଦ ଥାନା ଅନ୍ତର୍ଗତ ଏକ ସ୍କୁଲ୍ ରେ ବିଜୁଳି କାମ କରିବା ପାଇଁ ଖୁଣ୍ଟ ଉପରେ ଏକ ଲାଇନମ୍ୟାନ୍ ଚଢିଥିବାବେଳେ ସେହି ସମୟରେ ହଠାତ୍ କରେଣ୍ଟ ଚାଲିଆସିଥିଲା । ଫଳରେ ଲାଇନମ୍ୟାନ ଜଣଙ୍କର ସେଠାରେ ହିଁ ଲାଖି ଯାଇଥିଲେ। ବହୁସମୟ ଧରି ଖୁଣ୍ଟ ଉପରେ ସେ ଝୁଲିକି ରହିଥିଲେ । ବହୁକଷ୍ଟରେ ସେଠାରୁ ତାଙ୍କୁ ତଳକୁ ଓହ୍ଲାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି । କିନ୍ତୁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like