ଦେଶ ବିଦେଶ

ରାସ୍ତାରେ କାର ଯାଉଥିବା ବେଳେ ହଠାତ ସାମ୍ନାକୁ ଆସିଲେ ସିଂହ ଛୁଆର ଏକ ବିରାଟ ଦଳ, ତାପରେ କଣ ହେଲା ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ

ଗଲା କିଛି ଦିନ ହେବ ବିଭିନ୍ନ ସୋସିଆଲ ମିଡ଼ିଆ ଗୁଡିକରେ ସିଂହକୁ ନେଇ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଟିରେ ଆପଣ ଦେଖିପାରୁଥିବେ ଏକ ସିଂହୀ ତାର ଛୋଟ ଛୋଟ ଛୁଆ ମାନଙ୍କ ସହ ସଡକ ପାର ହୋଇ ଘାସର ମୈଦାନକୁ ଯାଉଛି । ଏହି ଗୋଟେ ମିନିଟର ଭିଡିଓ ଟିକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସ ଅଫିସର ସୁଶାନ୍ତ ନନ୍ଦା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓ ଟିକୁ ଲୋକେ ଏମିତି ପସନ୍ଦ କରିଥିଲେଯେ, ସେୟାର ହେବାର ମାତ୍ର ୩ ଘଣ୍ଟା ଭିତରେ ହିଁ ଭିଡିଓ ଟିକୁ ୭,୫୦୦ ରୁ ଅଧିକ ଜଣ ଦେଖିବା ସହ ୨୦୦ ରୁ ଅଧିକ ଲାଇକ ମିଳିଥିଲା ।


ଭିଡିଓ ଟିରେ ଆପଣ ଦେଖିପାରିବେ ଯେ, ସଡକ ଉପରେ ଏକ ସିଂହ ଦଳ ସୁନ୍ଦର ଭାବେ ଏକ ଲାଇନରେ ଯାଉଛନ୍ତି । ଆଉ ସେମାନଙ୍କୁ ଦେଖି ସେହି ରାସ୍ତାରେ ଯାଉଥିବା ଡ୍ରାଇଭର ଜଣଙ୍କ ନିଜ ଗାଡିକୁ ଅଟକାଇ ଦେଉଛନ୍ତି ଓ ସିଂହ ଦଳ ସମ୍ପୂର୍ଣ ଭାବେ ପାର ହେବାକୁ ଅପେକ୍ଷା କରୁଛନ୍ତି । ସେମାନେ ଯଥେଷ୍ଟ ଦୂର ଯିବା ପରେ ହିଁ ଡ୍ରାଇଭର ନିଜ ଗାଡି ଷ୍ଟାର୍ଟ କରି ଯାଉଛି । ଭିଡିଓ ଟିରେ ସିଂହ ଛୁଆ ମାନଙ୍କ ଶୃଙ୍ଖଳା ଜ୍ଞାନ ହିଁ ସମସ୍ତଙ୍କୁ ବିଶେଷ ଭାବେ ଆକୃଷ୍ଟ କରୁଛି । ଭିଡିଓ ଟିକୁ ସେୟାର କରିଥିବା ଫରେଷ୍ଟ ଅଫିସର କ୍ୟାପ୍ସନରେ ଲେଖିଛନ୍ତିକି, ଆପଣ ମାନେ ସିଂହ ଛୁଆ ମାନଙ୍କୁ ଗଣି ଚାଲନ୍ତୁ ।

ଏକ ସାଙ୍ଗରେ ଏତେ ସଂଖ୍ୟକ ସିଂହ ଛୁଆଙ୍କୁ ଏକା ସାଙ୍ଗରେ ଦେଖିବା ନିଶ୍ଚିତ ରୂପେ ଏକ ବିରଳ ତଥା ସୁନ୍ଦର ଦୃଶ୍ୟ । ଏହାକୁ ମନଭରି ଉପଭୋଗ କରିବା ଉଚିତ । ବିଭିନ୍ନ ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେଉଥିବା ବେଳେ ଏଯାବତ ୧୦୦୦ ରୁ ଅଧିକ ଲୋକ ଏହାକୁ ଲାଇକ କରି ସାରିଲେଣି ।

 

KNews Bureau

Recent Posts

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

6 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

19 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

22 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

42 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago