ଭାଇରାଲ ହେଉଛି ଏହି କୁନି ବାଳକର କାରନାମା, ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ

କେନ୍ୟୁଜ୍(ବ୍ୟୁରୋ): ସାଧାରଣତଃ ପିଲାମାନେ ବହୁତ ଦୁଷ୍ଟାମି କରନ୍ତି,ଯେତେ ବୁଝାଇଲେ ମଧ୍ୟ ସେ ମାନନ୍ତି ନାହିଁ । ବାପା,ମା’ଙ୍କ ନଜର ଅଢ଼ୁଆଳରେ ପାଣିରେ ଖେଳିବା,ଧୂଳି ବୋଳିହେବା ଏମିତି ଅନେକ କାଣ୍ଡ ରଚିଥାଆନ୍ତି କି ବାପା,ମା’ମାନେ ତାଙ୍କୁ ସମ୍ଭାଳିବାରେ ନାକେଦମ୍ ହୋଇପଡ଼ନ୍ତି । ଏହିପରି ଏମିତି ଏକ କୁନି ପିଲାଟିର ଭିଡ଼ିଓ ଭାଇରାଲ ହେଉଛି,ଯାହାକୁ ଦେଖିଲେ ଆପଣ ନ ହସି ରହି ପାରିବେ ନାହିଁ ।
He’ll own a body shop one da 😂 pic.twitter.com/Jhx6qOxY95
— Morissa Schwartz (Dr. Rissy) (@MorissaSchwartz) October 20, 2022
ଟ୍ବିଟରରେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ କୁନି ପିଲାଟିଏ,ନିଜର ଟ୍ଵିଷ୍ଟର ଚଲାଇ ରାସ୍ତାରେ ପାର୍କ ହେଇଥିବା ଗୋଟିଏ କାର ପାଖକୁ ଯାଏ ଏବଂ କାରରେ ଲିପଷ୍ଟିକ୍ରେ ରଙ୍ଗ ବେରଙ୍ଗର ଗାର ଟାଣି କାରଟାକୁ ପୁରା କିମ୍ବୁତ କିମ୍ବାକାର କରିପକାଏ। ତା’ ପରେ ତୁରନ୍ତ ତାର ଟ୍ଵିଷ୍ଟର ଚଲାଇ ସେ ଜାଗାରୁ ଛୁ ହେଇଯାଏ । କୁନି ପିଲାଟି ଏହି ଭିଡ଼ିଓରେ ଯେଉଁ ପରି କାଣ୍ଡ କରିଛି,ଆପଣ ଦେଖିଲେ ହସି ହସି ଗଡ଼ି ଯିବେ।
ଏହି ଭିଡ଼ିଓଟିକୁ ମୋରିସା ସ୍ୱାର୍ଟଜ୍ ନାମକ ଜଣେ ବ୍ୟକ୍ତି ଟ୍ଵିଟରରେ ପୋଷ୍ଟ କରିଛନ୍ତି । ଏହି ୭ ସେକେଣ୍ଡର ଭିଡ଼ିଓ ଟି ସମସ୍ତଙ୍କୁ ହସାଇବାରେ ଖୋରାକ ଯୋଗାଇଛି । ବ୍ୟକ୍ତି ଜଣକ ଏହି ଭିଡ଼ିଓ ପୋଷ୍ଟ କରିବା ସମୟରେ କେପ୍ସନରେ ଲେଖିଛନ୍ତି,‘ଏହି ପିଲାଟି ବଡ଼ ହେଲେ ଏକ ବଡ଼ ଦୋକାନର ମାଲିକ ହେବ’ । ଏହି ଭିଡ଼ିଓଟି ଆମେରିକାର ନ୍ୟୂ ଜର୍ସି ଅଞ୍ଚଳରୁ ଆସିଛି ବୋଲି ଜଣାପଡ଼ିଛି ।
ଏହି କୋମଳ,ଚପଳ ବାଳକର ଦୁଷ୍ଟାମିକୁ ଟ୍ଵିଟର କିଛି ୟୁଜରମାନେ କମେଣ୍ଟ ବକ୍ସରେ ହସର ଇମୋଜି ଛାଡ଼ିଛନ୍ତି ତ କେହି କେହି ପିଲାଟିର ଚଗଲାମିକୁ ଭୁଲ୍ ବୋଲି କହିଛନ୍ତି । ଏହି ଭିଡ଼ିଓକୁ ଲକ୍ଷେରୁ ଅଧିକ ଲୋକ ଦେଖିଥିବା ବେଳେ ୪୧୫ ଲାଇକ୍ସ ମଧ୍ୟ ମିଳିଛି ।