ସାଂଘାତିକ ପ୍ରେମିକ: ପ୍ରେମିକାକୁ ହତ୍ୟା କରି କେନାଲରେ ଫିଙ୍ଗିଲା, ଆଉ ତା’ପରେ ପୋଲିସରେ ଯାଇ କରିଥିଲା ଅଭିଯୋଗ

ଉତ୍ତର ପ୍ରଦେଶ: ପ୍ରେମିକାକୁ ହତ୍ୟା କରିଥିବା ପ୍ରେମିକ ଗିରଫ। ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାରେ ପୋଲିସ ଶନିବାର ପ୍ରେମିକାକୁ ହତ୍ୟା କରିଥିବା ଅଭିଯୋଗର ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତକୁ ପୋଲିସ ତିଲପତା ଗୋଲ ଚକ୍କର ନିକଟରୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତର ନାଁ ସୁଶୀଲ କୁମାର ବୋଲି ଜଣାଯାଇଛି। ତାଙ୍କ ବୟସ ୩୩ ବର୍ଷ। ଅଭିଯୁକ୍ତ ସହ ପୋଲିସ କାର ବି ଜବତ କରିଛି।

କ’ଣ ଥିଲା ପୂରା ମାମଲା:

ଅଭିଯୁକ୍ତ ସୁଶୀଲ କୁମାର ମୃତା ସପନାଙ୍କ ସହ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ଥିଲା। ୧୫ ସେପ୍ଟେମ୍ବର ୨୦୨୧ ପାର୍ଟି କରିବାକୁ ନେଇ ଅଭିଯୁକ୍ତ ସୁଶୀଲ କୁମାରଙ୍କ ସହ ସପନାଙ୍କ ପାଟି ତୁଣ୍ଡ ହୋଇଥିଲା। ଅଭିଯୁକ୍ତ ସୁଶୀଲ କୁମାର ସପନାଙ୍କ ସହ ମାରପିଟ୍‌ କରିଥିଲା ଓ ତା’ ପରେ ତଣ୍ଟି ଚିପି ହତ୍ୟା କରିଥିଲା।

ପ୍ରେମିକା ସପନାର ମୃତ ଦେହକୁ ଲୁଚାଇବା ପାଇଁ ସେ ପୂରା ଯୋଜନା କରିଥିଲା। ସେ ସପନାଙ୍କ ଗୋଡ଼କୁ ମୋଡ଼ି ଶବକୁ ଏକ ଧଳା ରଙ୍ଗର ବ୍ୟାଗ୍‌ରେ ପ୍ୟାକ୍‌ କରି ଦେଇଥିଲା। ଏହା ପରେ ସେ ଉକ୍ତ ବସ୍ତାକୁ କାରରେ ରଖି କୋଟ୍‌ ଗାଁର ଏକ କେନାଲ ପାଖରେ ଫିଙ୍ଗି ଦେଇଥିଲା।

honor
ମୃତ ଦେହକୁ ଫିଙ୍ଗିବାର ପାଖାପାଖି ୧୦ ଦିନ ପରେ ଅର୍ଥାତ୍‌ ୨୫ ସେପ୍ଟେମ୍ବର ୨୦୨୧ରେ ଅଭିଯୁକ୍ତ ସୁଶୀଲ କୁମାର ମୃତା ପ୍ରେମିକାର ମୋବାଇଲ ଫୋନ୍‌କୁ ତାଙ୍କ ଗାଁ ପାଖକୁ ଯାଇ ଅନ୍‌ କରିଥିଲେ। ସେହି ମୋବାଇଲରୁ ସେ ସପନାଙ୍କ ଭାଇକୁ ମେସେଜ୍‌ କରିଥିଲା। ଫଳରେ ଘର ଲୋକଙ୍କୁ ଲାଗିବ ଯେ ସେ ବଞ୍ଚିଛନ୍ତି ଓ ତାଙ୍କ ଉପରେ କେହି ସନ୍ଦେହ କରିବେ ନାହିଁ।

କେବଳ ଏତିକି ନୁହେଁ, ଅଭିଯୁକ୍ତ ସୁଶୀଲ କୁମାର ୭ ଅକ୍ଟୋବର ୨୦୨୧ରେ ମୃତା ପ୍ରେମିକାର ଘରକୁ ବି ଯାଇଥିଲା। ସେଠାରେ ସେ ପ୍ରେମିକା ସପନାଙ୍କ ମା’ଙ୍କୁ ବିଶ୍ୱାସ ଦେଇଥିଲେ ଯେ ସେମାନେ ସପନାଙ୍କୁ ଖୋଜିବେ। ଏଥିପାଇଁ ସେମାନେ ବୁଲନ୍ଦ ସହରର ସୁଲେମପୁର ଥାନାରେ ଏକ ରିପୋର୍ଟ ବି ଲେଖାଇଥିଲେ। ଫଳରେ ଘର ଲୋକ ଓ ପୋଲିସଙ୍କୁ ଆଉ ତାଙ୍କ ଉପରେ ସନ୍ଦେହ ହୋଇନଥିଲା। କିନ୍ତୁ ପୋଲିସ ତଦନ୍ତ ପରେ ପୂରା ସତ ସାମ୍ନାକୁ ଆସିଛି। ଶେଷକୁ ଧରାପଡ଼ିଛି ଯେ ସେ ହିଁ ପ୍ରକୃତ ଅଭିଯୁକ୍ତ। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅନ୍ୟପଟେ ସପନାଙ୍କ ମୃତ୍ୟୁ ପରେ ତାଙ୍କ ଘର ଲୋକ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ଅଭିଯୁକ୍ତ ସୁଶୀଲକୁ କଡ଼ା ଦଣ୍ଡ ମିଳୁ ବୋଲି ସେମାନେ ଦାବି କରିଛନ୍ତି।

Also Read: ଭିଡ଼ ଭିତରେ କାର୍‌ ଉପରକୁ ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଛାତି ଥରା ଦୃଶ୍ୟ, ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.