ଆତ୍ମହତ୍ୟା ଲାଇଭ, ପ୍ରଥମେ ପ୍ରେମିକାକୁ ଗୁଳି ଓ ପରେ ନିଜକୁ ଗୁଳି ମାରିଲେ ଯୁବକ

ପଞ୍ଜାବର ସଙ୍ଗରୁର ଗୁର୍ଜରା ଗ୍ରାମରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ରହୁଥିବା ୨୫ ବର୍ଷୀୟ ଜଣେ ଯୁବକ ନିଜ ଗ୍ରାମର ଜଣେ ଯୁବତୀଙ୍କୁ ଗୁଳି ମାରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। ଯୁବକ ଜଣକ ଭିଡିଓକୁ ସୋସିଆଲ ମିଡିଆରେ ଲାଇଭ କରି ପ୍ରଥମେ ଯୁବତୀଙ୍କୁ ଗୁଳି ମାରିବା ପରେ ନିଜକୁ ଗୁଳି ମାରିଥିବା ଭିଡିଓରେ ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ଦୁହେଁ ମରିବା ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଥିଲେ। ଯେଉଁଥିରେ ସେମାନେ ପୋଲିସକୁ ସୂଚନା ଦେଇଥିଲେ କି, ଏନେଇ କାହାକୁ ହଇରାଣ ନ କରିବା ପାଇଁ। ସେମାନେ ନିଜ ଇଚ୍ଛାରେ ନିଜ ଜୀବନ ସମାପ୍ତ କରୁଛନ୍ତି।

ସୂଚନା ମୁତାବକ, ଦୁହେଁ ପରସ୍ପରକୁ ପ୍ରେମ କରୁଥିଲେ। ଯୁବକ ଜଣକ ନିଜ ଫାର୍ମାହାଉସ୍‌ରେ ଏହି ଘଟଣା ଘଟାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ସେମାନେ ନିଜକୁ ଗୁଳି ମାରିବା ସମୟରେ ସେମାନଙ୍କ ଆଖିରେ କୌଣସି ଭୟ କିମ୍ବା ଡର ଦେଖାଯାଉନଥିଲା। ସେହି ଯୁବକ ଯୁକ୍ତ ୨ରେ ପଢୁଥିବା ବେଳେ ଯୁବତୀ ଜଣକ ଯୁକ୍ତ ୩ରେ ପଢୁଥିଲେ। ଯୁବକ ଜଣକ ବେରୋଜଗାର ଥିଲେ । ଏହି ଘଟଣାକୁ ନେଇ ଡିଏସ୍‌ପି ଓ୍ଵିଲିୟମ ଜେଜି ପ୍ରାରମ୍ଭିକ ତଦନ୍ତ କରୁଥିବା ବେଳେ ଯୁବତୀଙ୍କୁ କୌଣସି ସାଙ୍ଘାତିକ ରୋଗ ରହିଥିବାରୁ ସେମାନେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି।