ଦେଶ ବିଦେଶ

ଲିଜ୍‌ ଟ୍ରସ୍‌ ହେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ; ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ଦେଲେ ମାତ୍‌

ଲିଜ୍‌ ଟ୍ରସ୍‌ ହେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ। ସେ ଭାରତୀୟ ମୂଳର ଋଷି ସୁନକଙ୍କୁ ବହୁତ ପଛରେ ପକାଇ ବିଜୟ ହାସଲ କରିଛନ୍ତି। ଶେଷ ପର୍ଯ୍ୟାୟରେ ଲିଜ୍‌ ଟ୍ରସ୍‌ଙ୍କୁ ୮୧ ହଜାର ୩୨୬ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଋଷି ସୁନକଙ୍କୁ ମିଳିଥିଲା ୬୦ ହଜାର ୩୯୯ ଖଣ୍ଡ ଭୋଟ୍‌। ସର୍ଭେରେ ବି କୁହାଯାଉଥିଲା ଯେ ଶେଷ ପର୍ଯ୍ୟାୟରେ ଲିଜ୍‌ ଟ୍ରସ୍‌, ଋଷି ସୁନକଙ୍କଠାରୁ ବହୁତ ଆଗରେ ଚାଲିଛନ୍ତି।

ଭାରତୀୟ ସମୟ ଅନୁସାରେ, ସନ୍ଧ୍ୟା ୫ଟାରେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଥିଲା। ବୋରିସ୍‌ ଜନସନଙ୍କ ଇସ୍ତଫା ପରେ ବ୍ରିଟେନରେ ସମୟ ପୂର୍ବରୁ ନିର୍ବାଚନ କରାଯାଇଥିଲା। ଖାସ୍‌ କଥା ହେଉଛି, ପଞ୍ଚମ ରାଉଣ୍ଡରେ ଋଷି ସୁନକ, ଲିଜ୍‌ ଟ୍ରସ୍‌ଙ୍କୁ ପଛରେ ପକାଇ ଦେଇଥିଲେ। ହେଲେ ଫାଇନାଲ ରାଉଣ୍ଡରେ ଲିଜ୍‌ ହିଁ ବାଜି ମାରି ନେଇଥିଲେ।

ଋଷି ସୁନକ ବୋରିସ୍‌ ଜନସନଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିଲେ। ସର୍ବପ୍ରଥମେ ସେ ହିଁ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଥିଲେ। କୁହାଯାଉଥିଲା କି, ଋଷି ସୁନକ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ବୋରିସ୍‌ ଜନସନ ଚାହୁଁ ନ ଥିଲେ। ଶେଷ ପର୍ଯ୍ୟାୟରେ କଞ୍ଜର୍ଭେଟିଭ ପାର୍ଟିର ପାଖାପାଖି ୧ ଲକ୍ଷ ୬୦ ହଜାର ସଦସ୍ୟଙ୍କୁ ଭୋଟ୍‌ ଦେବାର ଥିଲା। କିନ୍ତୁ ଏହି ପର୍ଯ୍ୟାୟରେ ଋଷିଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।

୪୭ ବର୍ଷୀୟା ଲିଜ୍‌ ଟ୍ରସ୍‌ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହେବେ। ତାଙ୍କୁ ବ୍ରିଟେନରେ ଫାୟାରବ୍ରାଣ୍ଡ ଦକ୍ଷିଣପନ୍ଥୀ ନେତ୍ରୀ ରୂପେ ଜଣାଯାଇଥାଏ। ଲିଜ୍‌ଙ୍କ ପୂର୍ବରୁ ମାର୍ଗରେଟ୍‌ ଥ୍ୟାଚର ଓ ଥେରେସା ମହିଳା ପ୍ରଧାନମନ୍ତ୍ରୀ ରହି ସାରିଛନ୍ତି। କହି ରଖୁଛୁ କି, ଶେଷ ରାଉଣ୍ଡରେ ମୋଟ ୮୨.୬ ପ୍ରତିଶତ ଭୋଟ୍‌ ହୋଇଥିବା ବେଳେ ୬୫୪ ଖଣ୍ଡ ଭୋଟ୍‌ ରିଜେକ୍ଟ ହୋଇଯାଇଥିଲା। ବୋରିସ୍‌ ଜନସନଙ୍କ ସରକାରରେ ଲିଜ୍‌ ଟ୍ରସ୍‌ ବୈଦେଶିକ ମନ୍ତ୍ରୀ ଥିଲେ। ସେ ୬ ଥର ମନ୍ତ୍ରୀ ରହି ସାରିଛନ୍ତି।

photo: India Today

ବୋରିସ୍‌ ଜନସନ ନିଜର ହିଁ ପାର୍ଟିରେ ଚାପ କାରଣରୁ ଜୁଲାଇ ୭ରେ ଇସ୍ତଫା ଦେଇଥିଲେ। ଯଦିଓ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ଯାଏ ସେ ହିଁ ଶାସନଭାର ଗ୍ରହଣ କରିଥିଲେ। ଏବେ ମଙ୍ଗଳବାର ଜନସନ ପ୍ରଧାନମନ୍ତ୍ରୀ ରୂପେ ନିଜର ଶେଷ ଭାଷଣ ଦେବେ ଏବଂ ନିଜ ଇସ୍ତଫା ପତ୍ର ହସ୍ତାନ୍ତର କରିବାକୁ ସ୍କଟ୍‌ଲାଣ୍ଡର ଏବରଡିନ୍‌ଶାୟର ଯିବେ। ସେ କ୍ୱିନ୍‌ ଏଲିଜାବେଥ୍‌ଙ୍କୁ ନିଜର ଇସ୍ତଫା ଦେବେ। ସୂଚନାଥାଉ କି, ସ୍କଟ୍‌ଲାଣ୍ଡର ବାଲ୍ମୋରଲ କାସଲରେ ଲିଜ୍‌ ଟ୍ରସ୍‌ ଶପଥ ଗ୍ରହଣ କରିବେ। ଏହାପରେ ୧୦ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ରୁ ସେ ପ୍ରଧାନମନ୍ତ୍ରୀ ରୂପେ ପ୍ରଥମ ଭାଷଣ ଦେବେ।

କହି ରଖୁଛୁ, ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ପଦ ପାଇଁ ଭାରତୀୟ ମୂଳର ଋଷି ସୁନକ ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇଥିଲେ। ସେ ବୋରିସ୍‌ ଜନସନଙ୍କ ସ୍ଥାନ ନେବାକୁ ଦୌଡ଼ର ଶେଷ ପର୍ଯ୍ୟାୟରେ ନିଜ ପାଇଁ ଜାଗା ସୃଷ୍ଟି କରିଥିଲେ। ଯଦି ସୁନକ ବ୍ରିଟିଶ୍‌ ପିଏମ୍‌ ହୋଇ ଥାଆନ୍ତେ, ତା’ ହେଲେ ଭାରତୀୟ ମୂଳର କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ ପଦ ହାତେଇବାରେ ବ୍ରିଟେନ ହୋଇ ଥାଆନ୍ତା ବିଶ୍ୱର ୧୧ତମ ଦେଶ।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

5 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

8 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

8 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

8 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

9 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

11 hours ago