ରେଷ୍ଟୁରାଣ୍ଟକୁ ପାର୍ଟି କରିବାକୁ ଯାଇଥିଲା ପରିବାର, ଦୋସାର ସମ୍ବର ଭିତରୁ ବାହାରିଲା ମଲା ଝିଟିପିଟି

ଉତ୍ତରାଖଣ୍ଡରେ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିବା ପରିବାର ସହ ଘଟିଛି ଏକ ଅପ୍ରୀତିକର ଘଟଣା । ଏଠାରେ ସେମାନେ ଅର୍ଡର ଦେଇଥିବା ଖାଦ୍ୟରୁ ଏକ ମଲା ଝିଟିପିଟି ବାହାରିଛି । ପରିବାରର ଜଣେ ସଦସ୍ୟ ଦୋସା ମଗାଇଥିବା ବେଳେ ତାଙ୍କ ସମ୍ବର ପ୍ଲେଟରୁ ଝିଟିପିଟି ବାହାରିଥିଲା । ଘଟଣାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିବାର ଲୋକେ ଏ ନେଇ ରେଷ୍ଟୁରାଣ୍ଟ ମାଲିକଙ୍କୁ ଜଣାଇଥିଲେ ।

ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ଏହି ଘଟଣାକୁ ନେଇ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ଖବର ପାଇ ପୋଲିସ ଏବଂ ବରିଷ୍ଠ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଖାଦ୍ୟ ବିଭାଗ ଟିମ୍‌ ଉକ୍ତ ରେଷ୍ଟୁରାଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଧିକାରୀମାନେ ରେଷ୍ଟୁରାଣ୍ଟ ମାଲିକ ଏବଂ ରୋଷେୟାମାନଙ୍କୁ ଗାଳି ଦେବା ସହ ଖାଦ୍ୟର ନମୁନା ସଂଗ୍ରହ କରିଛନ୍ତି ।

ସେପଟେ ରେଷ୍ଟୁରାଣ୍ଟ ମାଲିକଙ୍କ ବିରୋଧରେ କୋର୍ଟରେ ମାମଲା ଦାୟର କରିବାକୁ ମଧ୍ୟ ଆବେଦନ ପତ୍ର ଦାଖଲ କରାଯାଇଛି । ରୁର୍‌କୀର ନିଲମ୍‌ ଟକିଜ୍‌ ଛକଠାରେ ଥିବା ଏହି ରେଷ୍ଟୁରାଣ୍ଟରେ ଘଟଣାଟି ଘଟିଛି । ପୋଲିସ ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳର ଏକ ପରିବାର ସକାଳ ସାଢ଼େ ୧୧ଟାରେ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ । ସେହି ସମୟରେ ପରିବାରର ଜଣେ ସଦସ୍ୟ ଦୋସା ଅର୍ଡର କରିଥିଲେ । କିନ୍ତୁ ଅଭିଯୋଗ ଅନୁସାରେ, ଦୋସାର ସମ୍ବର ଭିତରୁ ଏକ ମଲା ଝିଟିପିଟି ବାହାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like